ହାତୀ ଚଳପ୍ରଚଳ ଅଞ୍ଚଳରେ ପଡ଼ିଛି ପାଇପ୍‌

କେନ୍ଦୁଝର,୧୫ା୬(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲାରେ ବାସହରା ହୋଇ ହାତୀମାନେ ଏଣେ ତେଣେ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଆଶ୍ରୟ ନେବା ପାଇଁ ଧାଉଁଛନ୍ତି। ହାତୀମାନେ ଯାତାୟାତ କରିବା ବେଳେ ପ୍ରସସ୍ଥ ରାସ୍ତାଘାଟ ପାର ହୋଇଯିବାକୁ ପଡୁଛି। ବିଶେଷକରି ଜିଲାର ଏନ୍‌ଏଚ୍‌ ୨୦, ୪୯ ଏବଂ ୫୦ ପାର ହୋଇ ଏଣେ ତେଣେ ଯିବାକୁ ପଡୁଥିବା ବେଳେ ଅନେକ ସମୟରେ ଯାତାୟାତ କରୁଥିବା ଗାଡ଼ିମଟର, ରାସ୍ତା କଡରେ ବେଆଇନ ଗାଡ଼ି ପାର୍କିଂ, ଖାଲଖମା ଆଦି ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ତେବେ ଏନେଇ ବନ ବିଭାଗ ପକ୍ଷରୁ ପ୍ରତିକାର କରିବା ପାଇଁ ରାସ୍ତା କଡ଼ରେ ସଚେତନତା ହୋର୍ଡିଂ ବା ସୂଚନାଫଳକ ମାରି ଦାୟିତ୍ୱ ସାରି ଦେଉଥିବା ବେଳେ ହାତୀମାନେ ଉପରୋକ୍ତ କାରଣ ଯୋଗୁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ପୂର୍ବରୁ ରାସ୍ତା ପାର ବେଳେ ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁ ଦୁର୍ଘଟଣାଗ୍ରସ୍ତ ହୋଇ ମୃତାହତ ହେବା ଅନେକ ଦୃଷ୍ଟାନ୍ତ ରହିଛି। ଏଭଳି କେନ୍ଦୁଝର ସହରରୁ ଘଟଗାଁ ଯିବା ବାଟରେ ରାସ୍ତାକଡ଼ରେ ପାଇପରେ ଲୁହାପଥର ପରିବହନ ପାଇଁ ସ୍ଲରି ପାଇପ୍‌ ବିଛା କାମ ଚାଲିଛି। ଦୀର୍ଘ ପ୍ରାୟ ଏକ ବର୍ଷ ହେଲା ରାସ୍ତାକଡ଼ ଜଙ୍ଗଲରେ ପାଇପ ବିଛାଇବା ପାଇଁ ଖନନ ଓ ପାଇପ ବିଛା ଚାଲିଥିବାରୁ ବିଶେଷକରି ହାତୀ ଚଲାପଥ ସ୍ଥାନରେ ହାତୀମାନଙ୍କ ଯାତାୟାତରେ ସମସ୍ୟା ଉପୁଜିଛି। କାମ କରୁଥିବା ସଂସ୍ଥା କାମ ବନ୍ଦ କରି ପାଇପଗୁଡିକୁ ପକାଇ ଛାଡ଼ି ଯାଇଥିବାରୁ ହାତୀମାନେ ଯିବା ଆସିବା କରିପାରୁନାହାନ୍ତି। ସେହିପରି ଅନେକ ସ୍ଥାନରେ ପାଇପ୍‌ ପୋତିବା ପାଇଁ ଖୋଳାଯାଇଥିବା ଖାଲଗୁଡ଼ିକ ମଧ୍ୟ ସଠିକ ଭାବରେ ପୋତା ଯାଇନାହିଁ। ଏହି ରାସ୍ତାରେ ବନ ବିଭାଗ ତଥା ପ୍ରଶାସନିକ ଅଧିକାରୀମାନେ ଯାତାୟାତ କରୁଥିଲେ ହେଁ ଦେଖି ନ ଦେଖିବା ଭଳି ରହୁଥିବା ଏବଂ କାମ କରୁଥିବା ସଂସ୍ଥାକୁ ତାଗିଦ କରୁ ନ ଥିବାରୁ ହାତୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ସଦର ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ କହିଛନ୍ତି, କାମ କରୁଥିବା ସଂସ୍ଥାକୁ ହାତୀ ଚଳପ୍ରଚଳ ଅଞ୍ଚଳରେ ପାଇପ ନ ପକାଇବା ପାଇଁ ତାଗିଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri