୬ମାସ ହେଲା ପାଇପ୍‌ ଫାଟି ଭାସୁଛି ପାଣି, ଅଭିଯୋଗ କଲେ ସୁଦ୍ଧା ପଦକ୍ଷେପ ଶୂନ

ରାଉରକେଲା,୨୮ା୯(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ପାନପୋଷ ରେଲଓ୍ବେ ଷ୍ଟେଶନ ଗାନ୍ଧୀଛକ ରାସ୍ତାରେ ଦୀର୍ଘ ୬ମାସ ହେଲା ପାଇପ୍‌ ଫାଟି ପାନୀୟ ଜଳ ନଷ୍ଟ ହେଉଛି। ଏ ନେଇ ଛକର ବ୍ୟବସାୟୀମାନେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ମରାମତି ଦିଗରେ ନା ଆରଏମସି ପଦକ୍ଷେପ ନେଉଛି ନା ପିଏଚ୍‌ଡି ବିଭାଗ ଦୃଷ୍ଟି ଦେଉଛି। ଗୋଟିଏ ପଟେ ପାନୀୟ ଜଳର ଅପଚୟ ରୋକିବା ନେଇ ଆରଏମସି ଓ ପିଏଚ୍‌ଡି ବିଭାଗ ତରଫରୁ ବ୍ୟାପକ ସଚେତନତା କରାଯାଉଥିବା ବେଳେ ୬ମାସ ହେଲା ରାସ୍ତାରେ ପାନୀୟ ଜଳ ଅପଚୟ ହେଉଥିଲେ ସୁଦ୍ଧା କାହାରି ଦୃଷ୍ଟି ପଡୁ ନ ଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଗତ ୬ ମାସ ତଳେ ପାନପୋଷ ଛକରେ ଆପରାଧିକ ଗତିବିଧି ଉପରେ ନଜର ରଖିବା ପାଇଁ ସ୍ମାର୍ଟସିଟି ପକ୍ଷରୁ ସିସି କ୍ୟାମେରା ଲଗାଯାଇଥିଲା। ସିସି କ୍ୟାମେରା ସ୍ଥାପନ ବେଳେ ଛକରେ ଖୁମ୍ବ ପୋତାଗଲା। ଯେଉଁଠି ଖୁମ୍ବ ପୋତାଗଲା ସେଠାରେ ପାନପୋଷ ବସ୍ତିକୁ ଯାଇଥିବା ପିଏଚ୍‌ଡି ପାଇପ ରହିଥିଲା। ଏଣୁ ଉକ୍ତ ସ୍ଥାନରେ ଖୁମ୍ବ ନ ପୋତି ଅନ୍ୟତ୍ର ପୋତିବାକୁ ଛକ ବ୍ୟବସାୟୀମାନେ କହିଥିଲେ। ମାତ୍ର ସେମାନଙ୍କ କଥାକୁ ଏଡାଇ ଦେଇ ଉକ୍ତ ସ୍ଥାନରେ ଖୁମ୍ବ ପୋତାଗଲା। ଏଥିଯୋଗୁ ତଳେ ଯାଇଥିବା ପାଣି ପାଇପ୍‌ ଫାଟିଯିବାରୁ ବର୍ତ୍ତମାନ ଉକ୍ତ ଫଟା ପାଇପ୍‌ରୁ ପାନୀୟ ଜଳ ସିଧାସଳଖ ରାସ୍ତାରେ ଅପଚୟ ହୋଇ ଭାସୁଛି। ରାସ୍ତା କାଦୁଅମୟ ହେଉଥିବା ବେଳେ ଯାନବାହନ ଯାତାୟାତ ସମୟରେ ପାଣି ଛିଟିକା ମାରି ଛକରେ ଥିବା ଦୋକାନକୁ ପଶୁଛି। ତୁରନ୍ତ ଫାଟି ଯାଇଥିବା ପାଣି ପାଇପ୍‌ ଭାଲ୍‌ବ ମରାମତି କରିବାକୁ ଛକ ଦୋକାନୀ ସନ୍ତୋଷ ସାହୁ, ଅନୀଲ ସାହୁ ଓ ଗୁଡ୍ଡୁ ଝା ପ୍ରମୁଖ ଦାବି କରିଛନ୍ତି। ଏ ନେଇ ରାଉରକେଲା ପିଏଚ୍‌ଡି ଏସ୍‌ଡିଓ ସୁବାଷ ରାଉତଙ୍କୁ ପଚାରିବାରୁ ଏ ବିଷୟରେ ମୋ ପାଖରେ କୌଣସି ଅଭିଯୋଗ ନାହିଁ। ତୁରନ୍ତ ଭାଲ୍‌ବ ମରାମତି ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri