ଅବଧି ସରିଲାଣି, କାମ ସରୁନି

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ ବାଲିକୁଦା ପଞ୍ଚାୟତର ଜନକଠାରୁ ନିଆଳି ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ୨୦୨୧ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ୨୦୨୨ ଅଗଷ୍ଟ ୭ରେ ଶେଷ ହେବାକୁ ବିଭାଗ ପକ୍ଷରୁ ଚୁକ୍ତି ହୋଇଥିଲାବେଳେ ଅଦ୍ୟାବଧି ରାସ୍ତା କାମ ଅଧା ହୋଇନାହିଁ। ଯେଉଁଥି ପାଇଁ ସ୍ଥାନୀୟ ଲୋକେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ସେହିପରି ଉକ୍ତ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, କଟକ ଚାରବାଟିଆ ପୂର୍ତ୍ତବିଭାଗ ଡିଭିଜନର ବଡ଼ଚଣା ସବ୍‌ଡିଭଜନ ଅଧୀନରେ ଜନକ-ହଳଧରପୁର ରାସ୍ତାକୁ ୭ କୋଟି ୧୨ ଲକ୍ଷ ୨୪ ହଜାର ୭ ଟଙ୍କା ବ୍ୟୟରେ ଉନ୍ନତୀକରଣ କାର୍ଯ୍ୟ କରାଯିବ ବୋଲି ଟେଣ୍ଡର କରାଯାଇ ୨୦୨୧ ନଭେମ୍ବର ୮ରେ ଠିକାଦାର ଶିବ ପ୍ରସାଦ ପରିଡ଼ାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏହାର ଅବଧି ୯ ମାସ ରଖା ଯାଇଥିଲା। ରାସ୍ତାଟି ୧୦ କିଲୋମିଟର ଲମ୍ବ ବିଶିଷ୍ଟ ହୋଇଥିଲାବେଳେ ଏହାକୁ ୨ ଭାଗ କରାଯାଇ ଟେଣ୍ଡର କରଯାଇଛି। ପ୍ରଥମ ଭାଗଟି ଜନକଠାରୁ ନିଆଳି ପର୍ଯ୍ୟନ୍ତ ହୋଇଥିଲାବେଳେ ଦ୍ୱିତୀୟ ଭାଗ ନିଆଳିଠାରୁ ହଳଧରପୁର ପର୍ଯ୍ୟନ୍ତ ରହିଛି। ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ୨ଟି ପର୍ଯ୍ୟାୟରେ ୫ ଇଞ୍ଚ ମୋଟେଇର ବିଏମ୍‌ଡବ୍ଲ୍ୟୁ କାମ କରିବା ପରେ ୫ ଇଞ୍ଚ ମୋଟେଇର ପିଚୁ କାର୍ଯ୍ୟ କରାଯିବ। ଏଥିସହିତ ୩ କିଲୋମିଟର ୧୩୦ ମିଟର ପ୍ରୋଟେକ୍ସନ ୱାଲ ନିର୍ମାଣ କରାଯିବ। ଏହି ନଦୀବନ୍ଧ କଡ଼ରେ ଦୁଇଟି ବିଦ୍ୟାଳୟ ରହିଥିବାରୁ କମ୍ପାଉଣ୍ଡ ୱାଲ ଓ ମୁଖ୍ୟ ଫାଟକ ନିର୍ମାଣ କରାଯିବ। ସେହି ଦୁଇଟି ବିଦ୍ୟାଳୟ ହେଲା ଜନକ ନୋଡାଲ ସ୍କୁଲ ଓ ବାଞ୍ଛା ବଟ ନୋଡାଲ ହାଇସ୍କୁଲ। ଏହାମଧ୍ୟରେ ଅବଧି ଶେଷ ହୋଇଥିଲାବେଳେ ଅଦ୍ୟାବଧି ରାସ୍ତାର ପ୍ରଥମ ବିଏମଡବ୍ଲ୍ୟୁ କାମ ଶେଷ ହୋଇନାହିଁ। ଏପରି କି କେବେ ରାସ୍ତା କାମ ସରିବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୂର୍ବରୁ ଏହି ନଦୀବନ୍ଧଟି ଜାରକା ଜଳସମ୍ପଦ ବିଭାଗ ଅଧୀନରେ ଥିଲା। ଗତ ୨୦୧୯ ନଭେମ୍ବରରେ ନଦୀବନ୍ଧ ଉପର ରାସ୍ତା ନିର୍ମାଣ ନିମନ୍ତେ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ପୂର୍ତ୍ତ ବିଭାଗ ଏହି ରାସ୍ତାକୁ ନେଲାପରେ ଟେଣ୍ଡର ପ୍ରକ୍ରିୟା ଚାଲିଥିବାବେଳେ ଗୁପ୍ତ ଟେଣ୍ଡର ଜରିଆରେ ଏହି ରାସ୍ତାରେ ୫୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କୁହନ୍ତି, ଠିକାଦାର ସମୟ ମଧ୍ୟରେ କାମ ସାରି ନ ପାରିବାରୁ ସମୟ ମାଗିଛନ୍ତି। ତାଙ୍କୁ ସମୟ ଦିଆଯାଇଛି। ଖୁବ୍‌ଶୀଘ୍ର କାର୍ଯ୍ୟ ଶେଷ ହେବ। ଅନ୍ୟପକ୍ଷରେ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri