ଅବଧି ସରିଲା, ପୋଲ ନିର୍ମାଣ ସରିଲାନି

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାର ଜଳବନ୍ଦୀ ଭାବେ ବାସ କରୁଥିବା ପୋଡାପଦର ଗ୍ରାମପଞ୍ଚାୟତର ୧୬ ଏବଂ ମାଳିଗାଁ ପଞ୍ଚାୟତର ଗୋଟିଏ ଏଭଳି ୧୭ଖଣ୍ଡ ଗ୍ରାମବାସୀଙ୍କ ଜୀବନ ଏବେ ଅଭିଶପ୍ତ ପାଲଟିଛି। ପୋଡାପଦର ପଞ୍ଚାୟତ ଅଧୀନ ଲିଟିମସ୍କା, ଭୁରଭୁରି ଟେମରା, ଘୃଟୃଖାଲ, ସରାପାସ, ତେନ୍ତୁଳିପଦର, କାରୁବାଡି, ତଳପୁଙ୍ଗା, କଲାଟି, ଉପରପୁଙ୍ଗା, ତଳଝିରି, ଉପରଝିରି, କୁଟୃପାଟ, ଗୁଞ୍ଜମାଳି, ଉପର ଗୁଞ୍ଜମାଳି, ଢେପଟେମରା ଏବଂ ମାଳିଗାଁ ପଞ୍ଚାୟତର କେ.ଚେପଟାଘାଟ ଏସବୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଞ୍ଚଳ ଭାବେ ରହିଆସିଛି। ସରକାର ଏହି ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏବଂ ପାନୀୟଜଳ ପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି। କିନ୍ତୁ ସମସ୍ତ ଯୋଜନାକୁ ପ୍ରତିଘାତ କରିଛି ଗୋଲାଗାଡ ନଦୀ ଉପରେ ନିର୍ମାଣ ହେଉଥିବା ପୋଲ। ମାଳିଗାଁ ପଞ୍ଚାୟତ ଡି.ଚେପଟାଘାଟଠାରୁ ପୋଡାପଦର ପଞ୍ଚାୟତକୁ ସଂଯୋଗ ପାଇଁ ଗୋଲାଗାଡ ନଦୀ ଉପରେ ନିର୍ମାଣାଧୀନ ପୋଲ ଅବଧି ଶେଷ ହୋଇସାରିଛି। ୬ କୋଟି ୬୪ ଲକ୍ଷ ବ୍ୟୟ ଅଟକଳରେ ହେବାକୁ ଥିବା ପୋଲ ୨୧।୦୮।୨୦୨୦ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଯାହା ୨୦ ଫେବୃଆରୀ ୨୦୨୨ରେ ସମ୍ପୂର୍ଣ୍ଣ ହେବାକୁ ଚୁକ୍ତି ହୋଇଥିଲା। କିନ୍ତୁ ପ୍ରାୟ ୩୦ ପ୍ରତିଶତ କାମ ହୋଇଥିବା ବେଳେ ଠିକାଦାର, ବିଭାଗୀୟ ଯନ୍ତ୍ରୀ ଅବା ଅଧିକାରୀଙ୍କ ଅବହେଳା ଯୋଗୁ ନିର୍ମାଣ କାର୍ଯ୍ୟ ଅଟକିଛି। କେବେ ଏହି ପୋଲ ନିର୍ମାଣ ହେବ ଏବଂ ଏହି ଜଳବନ୍ଦୀ ଅଞ୍ଚଳକୁ ଗମନାଗମନର ପଥ ଉନ୍ମୁକ୍ତ ହେବ ଏହାର ଉତ୍ତର ନା ପ୍ରଶାସନ ନା ଜନପ୍ରତିନିଧି କାହା ପାଖରେ ମଧ୍ୟ ନାହିଁ। ଗୋଲାଗାଡ ନଦୀରେ ଏକ ଫାଇବର୍‌ ଭାସମାନ ଡଙ୍ଗାର ଅସ୍ଥାୟୀ ବ୍ୟବସ୍ଥା ହୋଇଛି। ଯାହା ପାରିହୋଇ ଯିବାକୁ ଏକ ଦଉଡିର ସାହାଯ୍ୟ ନେବାକୁ ପଡିଥାଏ। ଗୋଲାଗାଡ ନଦୀକୁ ପାରି ହୋଇ ବିକାଶ ପହଞ୍ଚତ୍ବା କଷ୍ଟ ହୋଇଥିଲେ ମଧ୍ୟ ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଉଚିତ ତଦାରଖର ଅବହେଳା ଯୋଗୁ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟଗୁଡିକରେ ବ୍ୟାପକ ଅନିୟମିତତା ଆଶଙ୍କା ରହିଛି। ଏଥିସହିତ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ମଧ୍ୟ ନଜରକୁ ଆସୁଛି। ଅନ୍ୟପକ୍ଷରେ ୨୦୧୭-୧୮ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ପ୍ରାୟ ୨ କୋଟି ଟଙ୍କାର ଅନୁଦାନରେ କେ.ଚେପଟାଘାଟ ଏବଂ ତେନ୍ତୁଳିପଦର ରାସ୍ତା ମଧ୍ୟରେ ଥିବା ସାନ ନାଳା ଉପରେ ପୋଲ ନିର୍ମାଣ ହୋଇଥିଲା। ବର୍ତ୍ତମାନ ତାହା ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ। ପୋଲ ଅବସ୍ଥା ଠିକ ରହିଥିବା ବେଳେ ଏହାର ସୁରକ୍ଷା ବାଡ ଭୁଷୁଡି ଯାଇଥିବା ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ମୋଟ ଉପରେ କହିବାକୁ ଗଲେ ଅଞ୍ଚଳ ପାଇଁ ଆଉ ଏକ ସ୍ବାଧୀନତାର ଅପେକ୍ଷା କରିବାକୁ ପଡିବ କି ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶ୍ନ ଉଠୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri