ଆଉ ବଢ଼ି ନ ପାରେ ଅବଧି

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ଯେଉଁ ସବୁ ଗାଡିର ଶେଷ ନମ୍ବର ୧,୨,୩,୪ ହୋଇଥିବ ସେହି ଯାନବାହନଗୁଡ଼ିକର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ୍‌ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲଗେଇବାର ସମୟସୀମା ନଭେମ୍ବର ୩୦ରେ ଶେଷ ହେବ। ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଯାନବାହନ ମାଲିକ ସେମାନଙ୍କ ଗାଡ଼ିରେ ଏଚ୍‌ଏସ୍‌ଆର୍‌ପି ସଂଲଗ୍ନ କରିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) ପକ୍ଷରୁ ସଚେତନ କରାଯାଇଛି। ଏହି ସମୟ ସୀମା ପରେ ଜରିମାନା ଆଦାୟ କରାଯିବ। ପରିବହନ ଯୁଗ୍ମ କମିଶନର ଦୀପ୍ତିରଞ୍ଜନ ପାତ୍ର କହିଛନ୍ତି, ନଭେମ୍ବର ୧୪ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୩୧,୨୫,୨୩୬ ଗାଡ଼ି ମାଲିକ ସ୍ଲଟ୍‌ ବୁକ୍‌ କରିଛନ୍ତି। ସେଥିରୁ ୧୫,୩୦,୫୭୬ ଯାନରେ ଏଚ୍‌ଏସ୍‌ଆର୍‌ପି ଲଗାଯାଇଛି। ଗାଡ଼ି ମାଲିକଙ୍କ ସୁବିଧା ପାଇଁ ବିଭାଗ ସମୟସୀମାକୁ ୩ ଥର ବୃଦ୍ଧି କରାଯାଇଛି। ଯେଉଁ ଗାଡ଼ି ମାଲିକମାନଙ୍କର ଇଣ୍ଟରନେଟର ବ୍ୟବହାର କିମ୍ବା ଟେକ୍ନୋଲୋଜି ବିଷୟରେ କୌଣସି ଜ୍ଞାନ ନାହିଁ, ସେମାନଙ୍କ ସୁବିଧା ଅନୁଯାୟୀ ନିକଟସ୍ଥ ମୋ ସେବା କେନ୍ଦ୍ର କିମ୍ବା ଏଚ୍‌ଏସ୍‌ଆର୍‌ପି ସୁବିଧା କେନ୍ଦ୍ରରେ ଆରଟିଓ ମାଧ୍ୟମରେ ଆବେଦନ କରିପାରିବେ।
ଓଇଏମ୍‌(ଯାନ ନିର୍ମାତା) ସେମାନଙ୍କର ପ୍ରାଧିକୃତ ବିକ୍ରେତାଙ୍କ ମାଧ୍ୟମରେ ୮୮ ଟି ସ୍ଥାନରେ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କ୍ୟାମ୍ପ ଫିଟ୍‌ମେଣ୍ଟ ସେଣ୍ଟର/ଅସ୍ଥାୟୀ ଫିଟ୍‌ମେଣ୍ଟ ସେଣ୍ଟର ଖୋଲିଛନ୍ତି। ଏହାଛଡ଼ା କେତେକ ଆରଟିଓ କାର୍ଯ୍ୟାଳୟରେ ଏହି ଫିଟ୍‌ମେଣ୍ଟ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି। ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ତଥା ସ୍ଥାନୀୟ ଉତ୍ପାଦିତ ଟ୍ରେଲର ଏବଂ ଯାନ ସହିତ ଏଚ୍‌ଏସ୍‌ଆର୍‌ପିର ଫିଟ୍‌ମେଣ୍ଟ, ଯାହାର ଉତ୍ପାଦକମାନେ ସେମାନଙ୍କ ବ୍ୟବସାୟ ବନ୍ଦକରି ଦେଇଛନ୍ତି ସେହି ସ୍ଥାନରୁ କିଣାଯାଇଥିବା ଗାଡି ଆରଟିଓରେ କରାଯାଇପାରିବ। ଆରଟିଓ କାର୍ଯ୍ୟାଳୟରେ କେବଳ ବାହାନ୍‌ ପୋର୍ଟାଲ ମାଧ୍ୟମରେ ଆବେଦନ କରାଯାଇ ପାରିବ। ଏଚ୍‌ଏସ୍‌ଆରପି ନମ୍ବର ପ୍ଲେଟ ବଦଳାଇବା ସମୟରେ କିମ୍ବା ଅନ୍ୟ କୌଣସି କାରଣବଶତଃ ଏଥିରେ କିଛି କ୍ଷତି ହେଲେ ଯାନବାହନ ମାଲିକ ଏହାର ରିପ୍ଲେସମେଣ୍ଟ ପାଇଁ ବୁକିଂ କରିପାରିବେ। ସମସ୍ତ ଅଟୋ ମୋବାଇଲ୍‌ ନିର୍ମାତା ଏବଂ ଓଇଏମ୍‌ର ପ୍ରାଧିକୃତ ବିକ୍ରେତାମାନଙ୍କୁ ଏ ବିଷୟରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ (ଏସଓପି) ପ୍ରଣାଳୀ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri