Posted inଫୁରସତ

ହୋଲିରେ ଜ୍ୱାଇଁଙ୍କୁ ଗଧ ପିଠିରେ ବସାଇ ବୁଲାନ୍ତି ଏହି ଗାଁର ଲୋକେ, କାରଣ ଜାଣିଲେ…

ଭାରତରେ ରଙ୍ଗର ପର୍ବ ହୋଲିକୁ ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ। ଚଳିତ ବର୍ଷ ମାର୍ଚ୍ଚ ୧୮ରେ ଏହି ପର୍ବ ପଡ଼ୁଛି। ଏହାକୁ ଦିନ କେଇଟା ଥିବା ବେଳେ ଏବେଠାରୁ ତାର ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ହୋଲିରେ ରଙ୍ଗ ଖେଳ ଭଳି କିଛି ପରମ୍ପରା ଜଡ଼ିତ ରହିଛି। ସେଥିରୁ କିଛି ଚକିତ କରେ। ସେହିଭଳି ଏକ ପରମ୍ପରା ରହିଛି ମହରାଷ୍ଟ୍ରରେ।

ମହାରାଷ୍ଟ୍ରର ବିଡ୍‌ ଜିଲାରେ ହୋଲି ଦିନ ଘରର ଜ୍ୱାଇଁଙ୍କୁ ଗଧ ଉପରେ ବସାଇ ବୁଲାଇବାର ପରମ୍ପରା ରହିଛି। ଏହାପୂର୍ବରୁ ଜ୍ୱାଇଁଙ୍କୁ ଭଲ ଭାବେ ରଙ୍ଗ ଲଗାଯାଏ। ପରେ ତାଙ୍କୁ ସମସ୍ତେ ମିଶି ଗଧ ଉପରେ ବସାଇ ଗାଁ ସାରା ବୁଲାଇଥାନ୍ତି। ଏପରି ପଛରେ କାହାଣୀ ବେଶ ରୋଚକ।

ପ୍ରାୟ ୮୦ ବର୍ଷ ପୂର୍ବେ ବିଡ୍‌ ଜିଲାର ୟେବତା ଗାଁରେ ଦେଶମୁଖ ପରିବାର ରହୁଥିଲେ। ତାଙ୍କ ଜ୍ୱାଇଁ ହୋଲିରେ ରଙ୍ଗ ଲଗାଇବାକୁ ମନା କରିଦେଇଥିଲେ। ଏହାପରେ ଗାଁର ଲୋକମାନେ ତାଙ୍କ ସହ ହୋଲିକୁ ସ୍ବତନ୍ତ୍ର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଉକ୍ତ ବ୍ୟକ୍ତିଙ୍କ ଶ୍ୱଶୁର ଏକ ଗଧ ଆଣି ତାକୁ ସଜାଇ ଗାଁ ସାରା ବୁଲାଇଥିଲେ। ସେବେଠାରୁ ଏଭଳି ପରମ୍ପରା ରହିଆସିଛି। ଜ୍ୱାଇଁମାନଙ୍କୁ ରଙ୍ଗ ଲଗାଇବା ପାଇଁ ଏହି ପରମ୍ପରାକୁ ପାଳନ କରାଯାଉଛି।

ଗଧ ପିଠିରେ ବସି ଜ୍ୱାଇଁ ଗାଁ ସାରା ବୁଲିବା ପରେ ତାଙ୍କୁ ସୁସ୍ବାଦୁ ଭୋଜନ ପରସା ଯାଇଥାଏ। ଭଳିକି ଭଳି ମିଠାରେ ତାଙ୍କୁ ଆପ୍ୟାୟିତ କରାଯାଏ। କେବଳ ଏତିକି ନୁହେଁ ଜ୍ୱାଇଁଙ୍କ ମନଲାଖି ପୋଷାକ, ସୁନା ମୁଦି ମଧ୍ୟ ଦିଆଯାଏ।

ତେବେ ଲୋକମାନଙ୍କ ମନରେ ଏହି ପର୍ବକୁ ପାଳିବା ଲାଗି ଉତ୍ସାହ ଥିବା ବେଳେ କିଛି ଜ୍ୱାଇଁ ଏଭଳି ପରମ୍ପରା ବିଷୟରେ ଜାଣି ହୋଲି ବେଳେ ବୁଲି ଆସିବାକୁ ଡରିଥାନ୍ତି। ହେଲେ କେବେ ନା କେବେ ତାଙ୍କୁ ହୋଲିରେ ରଙ୍ଗ ଲଗାଇବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡିରେ ଅଜବ ପରାମ୍ପରା: ବିଶ୍ୱାସ ରହିଛି ଏମିତି କଲେ ଦୂର ହୁଏ ରୋଗ ପିଡା

ଦାରିଙ୍ଗବାଡି, ୧୭ ।୩ (ଅରୁଣ ସାହୁ ): ବିଶ୍ୱାସ ଅନେକ ଦୁଃଖକୁ ଦୂର କରିବା ନଜିର ରହିଛି। ରୋଗ ବ୍ୟାଧି ହେଉ କି ହାଡଫୁଟି, ବସନ୍ତ ଭଳି…

ଯୁଦ୍ଧ ହେବ ଆହୁରି ଭୟଙ୍କର! ଶପଥ ନେଲାଣି ଇରାନ, କହିଲା ‘ଶହୀଦଙ୍କ ରକ୍ତ ବେକାର ଯିବନି’

ତେହରାନ୍‌,୧୭।୩: ଇରାନୀ ନୌସେନା କମାଣ୍ଡର ରିଅର ଆଡମିରାଲ ଶାହରାମ ଇରାନୀ ଆମେରିକା ବିରୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେ କହିଛନ୍ତି ଯେ ଇରାନୀ…

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri