ରାଜନୀତିରେ ଇତିହାସ ରଚିବେ ଓଡ଼ିଶାବାସୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୩(ଅନିଲ ଦାସ)ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ୱଳ। ଆମେ ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛୁ। ସେତେବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ଦେଶରେ ଏକ ନମ୍ବର ହେଉ ଆମେ ଚାହୁଁଛୁ। ଆଗାମୀ ଦଶନ୍ଧି ହେଉଛି ଯୁବବର୍ଗଙ୍କର। ଯୁବବର୍ଗଙ୍କ ମହତ୍ତ୍ୱାକାଂକ୍ଷାକୁ ଗୁରୁତ୍ୱ ଦେଇ ସର୍ବୋତ୍କୃଷ୍ଟ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଓ ସେମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସେମାନଙ୍କୁ ସଶକ୍ତ କରିବାକୁ ପଡ଼ିବ। ରାଜ୍ୟର ଯୁବବର୍ଗ ନୂଆ ଓଡ଼ିଶା ନିର୍ମାଣ କରିବେ। ଏଭଳି ଏକ ରାଜ୍ୟ, ଯାହା ସବୁ କ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରିବ ଆଉ ନିଜ ଲୋକଙ୍କ ପାଇଁ ସମୃଦ୍ଧି ଆଣିବ। ଆଗାମୀ କିଛିମାସ ମଧ୍ୟରେ ଓଡ଼ିଶାର ଲୋକ ଏହି ଦେଶର ରାଜନୈତିକ ଇତିହାସରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ଶନିବାର ଲୋକସେବା ଭବନରେ ଅନୁଷ୍ଠିତ ବିଜେଡି ସରକାରର ଶେଷ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ଗଭୀର ଆସ୍ଥା ମୋତେ ସର୍ବଦା ଧନ୍ୟ ଓ ବିନମ୍ର କରାଇଛି, ଯାହାକି ଅଧିକ କଠିନ ପରିଶ୍ରମ କରିବାକୁ ପ୍ରୋତ୍ସାହନ ଦେଇଛି। ଆଗାମୀ ୧୦ବର୍ଷ ଓଡ଼ିଶାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ। ଆମେ ଏକ ସଶକ୍ତ ଓଡ଼ିଶା ଆରମ୍ଭ କରିବୁ, ଯାହା ଆଧୁନିକ, ଗତିଶୀଳ ଓ ଉତ୍ତରଦାୟୀ ରହିବ। ମୁଖ୍ୟତଃ ଆମର ଯୁବବର୍ଗ, ମହିଳା ଓ ଶିଶୁ, ଉଦ୍ୟୋଗୀ, ଚାଷୀ ଓ ଆଦିବାସୀଙ୍କ ପାଇଁ ହେବ। ଆମେ ସୁରକ୍ଷିତ ମୂଳଦୁଆ ଓ ଶକ୍ତିଶାଳୀ ଡେଣାବିଶିଷ୍ଟ ଓଡ଼ିଶା ଆରମ୍ଭ କରିବୁ। ଆପଣମାନଙ୍କ ଆଶୀର୍ବାଦରେ ରଥ ଆଗକୁ ବଢ଼ିବ।
ପଞ୍ଚମ ପାଳି ଶାସନ ସମ୍ପର୍କରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୯ ମେ’ ୨୯ ନିର୍ବାଚନରେ ପ୍ରଥମ କ୍ୟାବିନେଟରେ ଦଳର ନିର୍ବାଚନ ଇସ୍ତାହାରକୁ ପ୍ରାଥମିକତା ଭିତ୍ତିରେ ଅନୁମୋଦନ କରାଯାଇଥିଲା। ବାରମ୍ବାର ବିଶ୍ୱାସ ରଖିଥିବାରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସେତେବେଲେ ଓଡ଼ିଶା ମହାବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା ଏବଂ ଏହା ଏକ ଗରିବ, ଅନୁନ୍ନତ ରାଜ୍ୟ ଭାବେ ପରିଗଣିତ ହୋଇଥିଲା। ରାଜ୍ୟର ସାଢ଼େ ୪କୋଟି ପରିବାର ସଦସ୍ୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବିଜୁବାବୁଙ୍କ ଦୃଷ୍ଟିଭଙ୍ଗୀରୁ ମାର୍ଗଦର୍ଶନ ମିଳିଛି। ଆଜି ଓଡ଼ିଶା ଦେଶର ସବୁଠୁ ପ୍ରଗତିଶୀଳ ରାଜ୍ୟ ଭାବେ ପରିଗଣିତ ହେଉଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ମଡେଲର ଉଦାହରଣ ଦିଆଯାଉଛି। ଗତ ୫ ବର୍ଷ ୫-ଟି ସିଦ୍ଧାନ୍ତ ଆଧାରିତ ରହିଛି। ଇତିହାସରେ ଏହି ଅବଧିକୁ ଏକ ମାଇଲଖୁଣ୍ଟ ଭାବେ ସ୍ମରଣ କରାଯିବ, ଯାହାକି ଓଡ଼ିଶାକୁ ରୂପାନ୍ତରଣ ଓ ସମୃଦ୍ଧି ପଥରେ ଆଗକୁ ନେଇଛି। ରୂପାନ୍ତରଣ ସମଗ୍ର ରାଜ୍ୟରେ ଓ ସବୁ ବର୍ଗର ଲୋକଙ୍କ ମଧ୍ୟରେ ପ୍ରତିଫଳିତ ହୋଇଛି। ସ୍ବଚ୍ଛ ପ୍ରଶାସନ ଓ ପ୍ରଯୁକ୍ତିବିଦ୍ୟାର ଅଧିକ ଉପଯୋଗ ମାଧ୍ୟମରେ ଆମର ଟିମ୍‌ ଓ୍ବାର୍କ ଖୁବ୍‌ କମ୍‌ ସମୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିପାରିଛି। ୨୦୧୯ରେ ଆମେ ୪୩ ବର୍ଷ ପରେ ଗ୍ରୀଷ୍ମକାଳୀନ ବାତ୍ୟା ଫନୀର ସମ୍ମୁଖୀନ ହେଲୁ। ପୁରୀ, ଭୁବନେଶ୍ୱର ଓ କଟକରେ ଏହା ତାଣ୍ଡବ ରଚନା କରିବା ସହ ଅର୍ଥନୀତିକୁ ଦୋହଲାଇ ଦେଲା। ବାତ୍ୟା ପରେ ଆରମ୍ଭ ହୋଇଥିଲା ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ। ଆମର ବାତ୍ୟା ପରିଚାଳନାକୁ ନ୍ୟୁୟର୍କ ଟାଇମ୍ସ ତା’ର ପ୍ରଥମ ପୃଷ୍ଠାରେ ସ୍ଥାନିତ କରିଥିଲା। ଏହାର କିଛି ମାସ ପରେ ଆମ ଲୋକମାନେ ବାତ୍ୟାର ବିଭୀଷିକାକୁ ଭୁଲି ପୁଣି ସ୍ବାଭାବିକ ଅବସ୍ଥାକୁ ଫେରିଥିଲେ। ୨୦୨୦ରେ ସମଗ୍ର ବିଶ୍ୱ କୋଭିଡ୍‌ ମହାମାରୀରେ କବଳିତ ହେଲା। ପରବର୍ତ୍ତୀ ୨ ବର୍ଷ ନୂଆ ଭାରିଆଣ୍ଟ ଭୂତାଣୁ ସମଗ୍ର ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଲା। ଏହା ସତ୍ତ୍ୱେ ଓଡ଼ିଶା ଅନ୍ୟମାନଙ୍କ ତୁଳନାରେ କୋଭିଡ୍‌ ପରିଚାଳନାରେ ଏକ ମଡେଲ ଭାବେ ଉଭା ହେଲା। କେବଳ ଯେ ମହାମାରୀ ମୃତ୍ୟୁ ସଂଖ୍ୟା ହ୍ରାସ କରାଯାଇ ନ ଥିଲା ବରଂ ଅକ୍ସିଜେନ ଯୋଗାଇ ସମଗ୍ର ଦେଶର ବହୁ ଜୀବନ ବଞ୍ଚାଇ ପାରିଥିଲା। ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ଆମେ ନୂତନ ପ୍ରକଳ୍ପ ଓ ଯୋଜନାର ଗତିକୁ ବୃଦ୍ଧି କରିଥିଲୁ। ଶିକ୍ଷାକୁ ଆଗକୁ ନେବା ଥିଲା ଆମର ମୁଖ୍ୟ ଲକ୍ଷ୍ୟ। ପ୍ରତ୍ୟେକ ପଞ୍ଚାୟତରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ଇ-ଲାଇବ୍ରେରୀ, ବିଜ୍ଞାନ ଲାବ୍‌, କମ୍ପ୍ୟୁଟର ସେଣ୍ଟର, କ୍ରୀଡ଼ା ସୁବିଧା ଭଳି ରୂପାନ୍ତରିତ ହାଇସ୍କୁଲ ଦେଖିବାକୁ ମିଳୁଛି। ଏହା ପରେ ନୂଆ-ଓ, ଛାତ୍ରବୃତ୍ତି, ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ଆଦିର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ଦେଶର କ୍ରୀଡ଼ା କ୍ୟାପିଟାଲରେ ପରିଣତ ହୋଇଛି। ମହିଳା ସଶକ୍ତୀକରଣ ଦିଗରେ ମିଶନ ଶକ୍ତି ସଦସ୍ୟାମାନେ ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି। ସ୍ବୟଂ ସହାୟକ ସଂସ୍ଥାଗୁଡ଼ିକୁ ବିନା ସୁଧରେ ୧୦ ଲକ୍ଷ ଯାଏ ଋଣ ଯୋଗାଇ ଦିଆଯାଉଛି। ଗତ ୫ ବର୍ଷରେ ରାଜ୍ୟର ଏସ୍‌ଏଚ୍‌ଜିଗୁଡ଼ିକୁ ୧୫ ହଜାର କୋଟି ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଗତ ୫ ବର୍ଷରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି। କୃଷି କ୍ଷେତ୍ରକୁ ଜଳସେଚନଠାରୁ ଆରମ୍ଭ କରି ଗରିବ ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ଯୋଗାଇ ଦିଆଯାଇଛି। ରାଜ୍ୟର ଜନଜାତିମାନଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରେ ଯୋଗାଯୋଗକୁ ଆହୁରି ସୁଦୃଢ଼ କରାଯାଇଛି। ଗତ ୫ ବର୍ଷରେ ଓଡ଼ିଶାରେ ଦାରିଦ୍ର୍ୟ ହାର ବହୁମାତ୍ରାରେ ଖସିଛି। ଓଡ଼ିଶା ଅଗ୍ରଣୀ ଆର୍ଥିକ ରାଜ୍ୟରେ ପରିଣତ ହୋଇଛି। ଶିଳ୍ପ, ସଂସ୍କୃତି କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ଯାଇଛି। ପୁଣି ଥରେ ନିର୍ବାଚନ ସମୟ ଆସିଛି। ପୁଣି ସରକାର ଗଢ଼ିବା ନେଇ ଓଡ଼ିଶାବାସୀ ଆଶୀର୍ବାଦ ଅଜାଡ଼ି ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି।
କ୍ୟାବିନେଟ ବୈଠକ ଶେଷରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇଥିବା ଗତ ୫ବର୍ଷରେ ରାଜ୍ୟର ବିକାଶ ସମ୍ପର୍କିତ ବିବୃତି ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri