ମୟୂରଭଞ୍ଜ ଜିଲାବାସୀ ପୁଣି ନିରାଶ

ବାରିପଦା ଅଫିସ,୪।୨ରେଳପଥର ବିକାଶ ନିମନ୍ତେ କେନ୍ଦ୍ର ବଜେଟରେ ମୟୂରଭଞ୍ଜ ଜିଲାବାସୀଙ୍କୁ ଉପହାସ କରାଯାଇଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନରୁ ହୋଇଆସୁଥିବା ଦାବି ପ୍ରତି ଗୁରୁତ୍ୱ ଦିଆଯାଇନାହିଁ। ଏଥର ମାତ୍ର ଏକ କୋଟି ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ଜିଲା ପାଇଁ ହାସ୍ୟାଷ୍ପଦ ସଦୃଶ ହୋଇଛି। ବାଙ୍ଗରିପୋଷି-ଦେଓଘର ଭାୟା ବାଦାମପାହାଡ଼ ଓ ଚମ୍ପୁଆ ମଧ୍ୟରେ ଦୀର୍ଘ ୧୧୦କି.ମି. ନୂତନ ରେଳପଥ ପାଇଁ ସର୍ଭେ କାର୍ଯ୍ୟକୁ ବଜେଟରେ ମଞ୍ଜୁରୀ ମିଳିଛି। ଚଳିତ ବଜେଟରେ ଓଡ଼ିଶାକୁ ବିପୁଳ ପରିମାଣର ଅନୁଦାନ ପ୍ରଦାନ କରାଯାଇଥିଲେ ହେଁ ଆଦିବାସୀ ଅଧ୍ୟୁଷିତ ଏହି ଜିଲା ପାଇଁ କୌଣସି ଆଖି ଦୃଶିଆ ବ୍ୟବସ୍ଥା କରାଯାଇ ନାହିଁ। ଏହାର ପ୍ରତିବାଦରେ ଆଗାମୀ ଦିନରେ ଜିଲାବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଜବାଜ ହେଉଥିବା ସୂଚନା ମିଳିଛି।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରେଳପଥର ବିକାଶ ପାଇଁ ଓଡ଼ିଶାକୁ ୯ହଜାର ୭୩୪କୋଟି ଟଙ୍କା ପ୍ରଦାନ ଲାଗି ବଜେଟରେ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ବାଙ୍ଗରିପୋଷି-ଗୋରୁମହିଷାଣୀ, ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳଲାଇନ ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ କରିବାକୁ ବଜେଟରେ ସ୍ବତନ୍ତ୍ର ଭାବେ ବ୍ୟୟବରାଦ କରାଯାଇଛି । ଦୀର୍ଘ ଦିନ ଧରି ବିଭିନ୍ନ ସଙ୍ଗଠନ ଓ ଦଳ ପକ୍ଷରୁ ଭଦ୍ରାଚଳମ-ଖଡଗପୁର(ଭାୟା-ଶରତ, କପ୍ତିପଦା, ଉଦଳା, ଖୁଣ୍ଟା ଓ ଶୁଳିଆପଦା), ବୁଢ଼ାମରା-ଚାକୁଳିଆ ନୂତନ ରେଳପଥ, ବାଦାମପାହାଡ଼-ରାଉରକେଲା ମଧ୍ୟରେ ନୂତନ ରେଳ ଚଳାଚଳ ପାଇଁ ବାରମ୍ବାର ଦାବି ହୋଇଆସୁଥିଲା। କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରହିଛନ୍ତି। ଓଡ଼ିଶାର ସର୍ବବୃହତ ତଥା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାନ୍ତରେ ଥିବା ମୟୂରଭଞ୍ଜ ଜିଲାରେ ରେଳପଥର ବିକାଶ ଦିଗରେ ଉଭୟ ମନ୍ତ୍ରୀ ବୈମାତୃିକ ମନୋଭାବ ପୋଷଣ କରିଛନ୍ତି। ବିଗତ ତ୍ରିସ୍ତରୀୟ ଓ ସାଧାରଣ ନିର୍ବାଚନରେ ଭାଜପା ପ୍ରତି ଜିଲାବାସୀ ଦୃଢ ସମର୍ଥନ ଜଣାଇଥିବା ବେଳେ ପ୍ରତିଦାନ ସ୍ବରୂପ ଭାଜପା ପକ୍ଷରୁ ଜିଲାର ବିକାଶ ଦିଗରେ ଆଶାନୁରୂପ ପଦକ୍ଷେପ ଗ୍ରହଣ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri