ଆଲୋକ ଦେଖିଲେ ମାଙ୍କଡ଼ହଟିଂବାସୀ

ଯୋଡ଼ା,୩୦ା୧୦(ମାନସ ମହାନ୍ତି): ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ବର୍ଷ ବର୍ଷ ଧରି ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଥିଲେ। ଏପରିକି ପ୍ରତି ନିର୍ବାଚନ ସମୟରେ ବିଦ୍ୟୁତ୍‌ ସମସ୍ୟା ସମାଧାନ ନେଇ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେହି ପଦକ୍ଷେପ ଗ୍ରହଣ କରୁ ନ ଥିଲେ। ବାରମ୍ବାର ଦାବି ପରେ ଯଦିଓ ସରକାର ବସ୍ତିକୁ ବିଦ୍ୟୁତ୍‌ ସଂଯୋଗ କରିନାହାନ୍ତି। ତେବେ ସୋଲାର ଲାଇଟ ସ୍ଥାପନ କରି ବସ୍ତିକୁ ଆଲୋକିତ କରି ଥିବାରୁ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ର ଭୂୟାଁ ରୋଇଡ଼ା ପଞ୍ଚାୟତର ମାଙ୍କଡ଼ହଟିଂବାସୀ ଖୁସିବ୍ୟକ୍ତ କରିଛନ୍ତି।
ଯେ, ମାଙ୍କଡ଼ହଟିଂରେ ଆଦିବାସୀ ଲୋକେ ବସବାସ କରନ୍ତି। ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବାରୁ ରାତି ସମୟରେ ଜଙ୍ଗଲ ପରିବେଷ୍ଟିତ ଜନବସତିରେ ନିଜର ଜୀବନ ସୁରକ୍ଷା ପାଇଁ ଲଣ୍ଠନ ଓ ଡିବିରିବତୀ ହିଁ ସାହାରା ହୋଇଥିଲା। ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ସୋଲାର ଲାଇଟ୍‌ ସ୍ଥାପନ ପରେ ଜନବସତି ଆଲୋକିତ ହୋଇଛି। ଏ ନେଇ ଗ୍ରାମର ସୁପାଇ ଟପ୍ନୋ, ଗୋପାଲ ଓରାମ, ମଙ୍ଗଲ ମୁଣ୍ଡା, ମହେନ୍ଦ୍ର କେରାଇ, ସମରା ବେଣ୍ଟକାର ପ୍ରମୁଖ କହିଛନ୍ତି, ଖଣିଜ ସମ୍ପଦ ପାଇଁ ଯୋଡ଼ା ବିଶ୍ୱରେ ପରିଚିତ। ଅନେକ ହଜାର କୋଟି ଟଙ୍କାର ରାଜସ୍ବ ସରକାର ଏଠାରୁ ଆଦାୟ କରୁଛନ୍ତି। ବ୍ୟାପକ ଖଣି ଖନନ ପରେ ଜଙ୍ଗଲ, ଜମି, ଜଳ ଓ ପରିବେଶ ଭୁଶୁଡ଼ିବାରେ ଲାଗିଛି। ଏହା ସତ୍ତ୍ୱେ ଆଦିବାସୀମାନଙ୍କ ମୌଳିକ ସୁବିଧା ପ୍ରତି ଖଣି ଲିଜଧାରୀମାନେ ଦୃଷ୍ଟି ଦେଉନାହାନ୍ତି। ସରକାରଙ୍କ ପକ୍ଷରୁ ସୋଲାର ଲାଇଟ ସ୍ଥାପନ ଦ୍ୱାରା ଗଁା ଆଲୋକିତ ହୋଇଛି। ମାତ୍ର ଗ୍ରାମରେ ସ୍ଥାୟୀ ଆଲୋକ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri