ଗଞ୍ଜାମବାସୀଙ୍କୁ ଖୋର୍ଦ୍ଧା ମନା

ଖୋର୍ଦ୍ଧା ଅଫିସ,୮।୭: ଗଞ୍ଜାମବାସୀଙ୍କୁ ଖୋର୍ଦ୍ଧା ଜିଲା ମନା। ଏ ନେଇ ଜିଲାର ଦୁଇ ପ୍ରବେଶ ପଥ ନାଭାଲ ଛକ ଏବଂ ବାଣପୁର ନିକଟ କୁମାରପଲୀ ଛକରେ ଚବିଶ ଘଣ୍ଟିଆ ନାକା ବନ୍ଦି କରାଯାଇଛି । ୨ଜଣ ମାଜିଷ୍ଟ୍ରେଟର ଏବଂ ୪ଜଣ ଅଫିସରଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ବୋଲି ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲାରେ କରୋନା ପରିସ୍ଥିତି ଉଦ୍‌ବେଗ ଜନକ ରହିଛି। ଜନସ୍ବାସ୍ଥ୍ୟ ଓ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲାପାଳଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜରୁରୀ କାମ ନ ଥିଲେ କୌଣସି ବ୍ୟକ୍ତିଙ୍କୁ ଜିଲାରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ଏସ୍‌ପି ସ୍ବାଇଁ କହିଛନ୍ତି।