Posted inଫୁରସତ

ଗୋଟିଏ ଭିଡିଓ ଯୋଗୁ ରାତାରାତି ଷ୍ଟାର୍‌ ପାଲଟିଲେ ବାଦାମ ବିକ୍ରେତା

ଆଜିକାଲି ସୋସିଆଲ ମିଡିଆ ଜରିଆରେ ଅନେକ ଲୋକ ରାତାରାତି ଷ୍ଟାର ପାଲଟିବା ନଜିର ରହିଛି। ରାନୁ ମଣ୍ଡଳ, ଡ୍ୟାନ୍ସ ଓ୍ବାଲେ ଡବୁ ଅଙ୍କଲ କିମ୍ବା ସହଦେବ ଡିରଡୋ ଭଳି କଳାକାର ସୋସିଆଲ ମିଡିଆ ମାଧ୍ୟମରେ ପରିଚୟ ପାଇଛନ୍ତି। ନିକଟରେ ସେମିତି ଏକ ଗୀତ ‘କଚ୍ଚା ବାଦାମ୍‌’କୁ ଚର୍ଚ୍ଚା ହେଉଛି। ଏହି ଗୀତ ଗାଇଥିବା ଗାୟକ ଭୁବନ ବାଦ୍ୟକର ମଧ୍ୟ ବହୁତ ଲୋକପ୍ରିୟ ହେବାରେ ଲାଗିଛନ୍ତି।
ବଙ୍ଗାଳୀ ଭାଷାରେ, କଚ୍ଚା ବାଦାମ୍‌ର ଅର୍ଥ କଞ୍ଚା ବାଦାମ୍‌। ଭୁବନ ତାଙ୍କ ବାଦାମ୍‌ ବିକ୍ରୟ ପାଇଁ ଗୀତ ଗାଇ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଲୋକମାନେ ତାଙ୍କ ଶୈଳୀକୁ ପସନ୍ଦ କରିଛନ୍ତି। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ନିଜେ ‘କଚ୍ଚା ବାଦାମ୍‌’ ଗୀତ ରଚନା କରିଥିଲେ। ଭୁବନ ବୀରଭୂମ ଜଲାର ଦୁବରାଜପୁର ବ୍ଲକ ଅନ୍ତର୍ଗତ କୁରାଲଜୁରୀ ଗାଁର ବାସିନ୍ଦା। ତାଙ୍କ ପରିବାରରେ ସ୍ତ୍ରୀ, ୨ ପୁଅ ଏବଂ ଗୋଟିଏ ଝିଅ ସମେତ ମୋଟ ୫ ଜଣ ସଦସ୍ୟ ଅଛନ୍ତି। ବିଶେଷ କଥା ହେଉଛି ଭୁବନ ପାଉଁଜି, ଭଙ୍ଗା ମୋବାଇଲ୍‌, ଘରର ଅନ୍ୟ ଭଙ୍ଗା ଜିନିଷ ବଦଳରେ ବାଦାମ ଦିଅନ୍ତି। ସେ ପ୍ରତିଦିନ ୩-୪ କିଲୋଗ୍ରାମ ବାଦାମ ବିକ୍ରି କରି ୨୦୦-୨୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ।କିନ୍ତୁ ଏବେ ତାଙ୍କ ଗୀତ ଭାଇରାଲ ହେବା ପରେ ତାଙ୍କର ବିକ୍ରି ବୃଦ୍ଧି ପାଇଛି।
ଭୁବନର ସ୍ବରକୁ ନେଇ ସାରା ଦେଶ ର୍ଚ୍ଚା ହେଉଛି। ତାଙ୍କ ଗୀତରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ରିଲ ତିଆରି କରୁଛନ୍ତି। କିନ୍ତୁ ଭୁବନଙ୍କର ଆର୍ଥିକ ଅବସ୍ଥା ଭଲ ନୁହେଁ। ସେ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଚାହୁଁଛି ଲୋକମାନେ ମୋ ଗୀତ ପସନ୍ଦ କରୁଛନ୍ତି। ମୋ ପରିବାର ବଞ୍ଚିବା ପାଇଁ ସରକାର କିଛି ସ୍ଥାୟୀ ବ୍ୟବସ୍ଥା କରିବା ଉଚିତ୍‌। ମୁଁ ମୋ ପରିବାର ସଦସ୍ୟଙ୍କୁ ଭଲ ଖାଦ୍ୟ ଏବଂ ସୁନ୍ଦର ପୋଷାକର ବ୍ୟବସ୍ଥା କରିବାକୁ ଚାହୁଁଛି। ସରକାର ତାଙ୍କୁ ସାହାଯ୍ୟ କରିବେ ବୋଲି ସେ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri