Posted inଫୁରସତ

ସାଥୀର ମୃତ୍ୟୁକୁ ସହିପାରିଲାନି ମୟୂର, କଲା ଏମିତି ଯେ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ କେତେକ ଭିଡିଓ ହୃଦୟ ଜିଣିନିଏ। ଆଜିକାଲି ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ଜଣେ ବନ୍ଧୁଙ୍କ ପ୍ରତି କେତେ ବିଶ୍ୱସ୍ତ ସେ ସମ୍ପର୍କରେ ଜାଣିପାରିବେ। ମଣିଷ ତ ମଣିଷ ଗୋଟିଏ ପକ୍ଷୀ କିପରି ନିଜ ବନ୍ଧୁ ପାଇଁ କେତେ ଦରଦୀ ଆଉ ବ୍ୟାକୁଳ ତାହା ଏକ ଭିଡିଓରୁ ଜଣାପଡ଼ିଛି।

ଭିଡିଓଟିକୁ ବନ ଅଧିକାରୀ ପ୍ରବୀଣ କାସଓ୍ବାନ ତାଙ୍କ ଟୁଇଟର ପେଜ୍‌ରେ ଶେୟାର କରିଛନ୍ତି। ଭିଡିଓରେ ଏକ ମୟୂର ଦୁନିଆ ଛାଡ଼ିବା ପରେ ଅନ୍ତିମ ଯାତ୍ରାରେ ସାଥୀଙ୍କୁ ଅନୁସରଣ କରୁଛି ଆଉ ଏକ ଭିଡିଓ। ଏହି ଭିଡିଓରୁ ଜାଣିବେ ପୃଥିବୀର ଅଧିକାଂଶ ପ୍ରାଣୀଙ୍କର ସମାନତା ରହିଛି। ମୟୂରର ଯନ୍ତ୍ରଣା ଦେଖିଲେ ଆପଣ ମଧ୍ୟ ଭାବବିହ୍ବଳ ହୋଇଯିବେ। କାରଣ ମୟୂରଟି ତା’ର ସାଥୀ ମୟୂରକୁ ଶେଷ ବିଦାୟ ଜଣାଇବା ପାଇଁ ପଛେ ପଛେ ଗୋଡ଼ାଉଛି।

 

ଭିଡିଓରେ ଦୁଇ ଜଣ ଯୁବକ ମୃତ ମୟୂରକୁ ବୋହି ନେଉଛନ୍ତି। ଆଉ ଏକ ମୟୂର ତାଙ୍କ ପଛେ ପଛେ ଦୌଡ଼ୁଛି। ଯୁବକମାନେ ଯେଉଁଆଡ଼େ ଯାଉଛନ୍ତି, ମୟୂର ମଧ୍ୟ ତାଙ୍କ ପଛରେ ସେହି ଦିଗରେ ଅନୁସରଣ କରୁଛି। ସେ ହୁଏତ ମଣିଷ ପରି ନିଜର ଦୁଃଖ ପ୍ରକାଶ କରିପାରୁନାହିଁ କିନ୍ତୁ ତା’ ସାଥୀ ଯେ, ତାକୁ ଏକା କରି ଚାଲିଯାଉଛି ଏହି ଦୁଃଖରେ ସେ ମୟୂରକୁ ଛାଡ଼ିବାକୁ ରାଜି ନୁହଁ। ଖାସ୍‌ କରି ତା’ ପଛେ ପଛେ ଗୋଡ଼ାଉଛି।

ଏହି ଭିଡିଓଟି ଶେୟାର କରି @ ବିଷ୍ଣୋଇ ଅଫିସିଆଇ ଲେଖିଛନ୍ତି,‘ସାଥୀକୁ ଛାଡ଼ି ସେ ସ୍ବର୍ଗକୁ ଯାଇଛନ୍ତି। ମୟୂରର ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ଭାବପ୍ରବଣ ହୋଇଯାଇଛନ୍ତି। ପକ୍ଷୀ ସତ୍ତ୍ୱେ ବନ୍ଧୁ ଅଲଗା ହେବାର ଯନ୍ତ୍ରଣା ସହିପାରୁନାହିଁ। ଶ୍ମଶାନ ପର୍ଯ୍ୟନ୍ତ ଦୌଡୁଛି ମୟୂର। ଅଧିକାଂଶ ଲୋକ ମୟୂରର ପ୍ରେମ ଭାବନାକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବିତ, ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri