Categories: ଫୁରସତ

ପାପୁଲିରେ ଚାଉଳ ଦେଖି ପାଖକୁ ଆସିଲା ମୟୂର, ଆଉ ତାପରେ

ବେଳେବେଳେ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହା ଦେଖିବା ପରେ ଅନେକ ଖୁସି ଲାଗିଥାଏ। ଏହିପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପାପୁଲିରୁ ମୟୂର ଚାଉଳ ଖାଉଛି।

ଏହି ଭିଡିଓକୁ ଅଥୀରାଜନ ଶ୍ରୀନିବାସନ ନାମକ ଜଣେ ଟୁଇଟର ୟୁଜର ଶେୟାର କରିଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି ଯେ, ଏହାର ଲମ୍ବ ପ୍ରାୟ ୫ ଫୁଟ, ମୁଁ ଏହାଠାରୁ ବଡ ମୟୂର ଦେଖି ନାହିଁ।

ଭିଡିଓରେ ଏହା ସ୍ପଷ୍ଟ ହୋଇଛି ଯେ, ବ୍ୟକ୍ତି ଜଣକ ପାପୁଲିରେ କିଛି ଚାଉଳ ରଖିଛନ୍ତି। ମୟୂର ଏହାକୁ ଥଣ୍ଟରେ ସହିତ ଶୀଘ୍ର ଖାଉଛି।

ଏହି ଭିଡିଓକୁ ଅନେକ ପସନ୍ଦ କରିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

Share