ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ଭୁବନେଶ୍ୱର,୮।୧୨: ବାତ୍ୟା ‘ଜୱାଦ’ ଫଳରେ ବହୁ ଜିଲାର ଚାଷୀଭାଇମାନେ ନାହିଁ ନ ଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା, ସହାୟତା ଯୋଗାଇ ଦେବାକୁ ମଙ୍ଗଳବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ବାତ୍ୟା ‘ଜୱାଦ’ ଓଡ଼ିଶାର ସ୍ଥଳଭାଗ ଛୁଇଁ ନ ଥିଲେ ସୁଦ୍ଧା ଲଗାଣ ବର୍ଷା ଯୋଗ ଫସଲ ବିଶେଷ ଭାବେ କ୍ଷୟକ୍ଷତି ହୋଇଛି। ଦୁର୍ବିପାକ ପରବର୍ତ୍ତୀ ପ୍ରସଙ୍ଗର ସୁପରିଚାଳନା ଦାୟିତ୍ୱ ସରକାରଙ୍କ। ଉପକୁଳ ଅଞ୍ଚଳରେ ଚାଷୀମାନେ ସାଧାରଣତଃ ଲମ୍ବା ଧାନ ଚାଷ କରନ୍ତି। ଏହି ଧାନ କଟା ଡିସେମ୍ବର ମାସରୁ ଆରମ୍ଭ ହୁଏ। କିନ୍ତୁ ଚଳିତବର୍ଷ ଅନାବୃଷ୍ଟି ଯୋଗୁ ଧାନ ଚାଷ ପ୍ରାୟ ବିଳମ୍ବ ହୋଇଥିଲା। ମରୁଡିରେ ପ୍ରାୟ ୭୦ ଭାଗ ଧାନ ଫସଲ ନଷ୍ଟ ହୋଇଯିବାପରେ ୩୦ ଭାଗ ଫସଲ ଡିସେମ୍ବର ଶେଷ ସପ୍ତାହରେ ଅମଳ ହୋଇଥାନ୍ତା। କିନ୍ତୁ ‘ଜୱାଦ’ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁ ଧାନ ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କ୍ଷୟକ୍ଷତିର ଆକଳନ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇ କ୍ଷତିପୂରଣ ତୁରନ୍ତ ଯୋଗାଇ ଦେବା ଆବଶ୍ୟକ। ରବି ଋତୁ ଆରମ୍ଭ ହୋଇଯାଇଥିବାରୁ ଚାଷୀଙ୍କୁ ତୁରନ୍ତ କ୍ଷତିମୂରଣ ମିଳିଲେ ସେମାନେ ଡାଲି ଜାତୀୟ ଫସଲ, ବାଦାମ, ପନିପରିବା ଚାଷ ପୁଣିଥରେ ଆରମ୍ଭ କରିପାରନ୍ତେ। ହେଲେ ସରକାରଙ୍କ କୌଣସି ସ୍ପଷ୍ଟ ନୀତି ନ ଥିବାରୁ କ୍ଷତିଗ୍ରସ୍ତ ଚାଷୀମାନେ କେବେ ତାଙ୍କ କ୍ଷତିପୂରଣ ପାଇବେ ତାହା ସ୍ପଷ୍ଟ ହୋଇପାରୁନି ବୋଲି ସେ କହିଛନ୍ତି। କେବଳ ଧାନ ଚାଷୀ ନୁହଁନ୍ତି, କପା, ମକା ଓ ଡାଲିଜାତୀୟ ଫସଲ ଚାଷ କରୁଥିବା ଚାଷୀମାନେ ମଧ୍ୟ ଅନେକ କ୍ଷତି ସହିଲେଣି। ଏହି ସବୁର ତୁରନ୍ତ ସମାଧାନ କରିବାକୁ ନିରଞ୍ଜନ ଚିଠିରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri