ମରାମତି ହେଲା ଦବିଥିବା ରାସ୍ତା

ଆରଡ଼ି, ,୧୫।୩ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସାଠିବାଙ୍କୁଡ଼ା ଓ ବୋଡ଼କ ଗ୍ରାମର ମଧ୍ୟସ୍ଥଳରେ ୨୦ ନଂ. ଜାତୀୟ ରାଜପଥ ଦବି ଯାଇଥିଲା। ଫଳରେ ରାସ୍ତା ବୈତରଣୀ ନଦୀ ଆଡ଼କୁ ଢଳି ପଡ଼ିଥିଲା। ରବିବାର ରାତିରୁୁ ଉକ୍ତ ସ୍ଥାନରେ ମରାମତି ଆରମ୍ଭ ହୋଇଛି। ସେଠାରେ କଣ୍ଟ୍ରାକ୍ଟର ସମେତ ବିଭାଗୀୟ ଜେଇ ଉପସ୍ଥିତ ରହି କାମ ତଦାରଖ କରୁଛନ୍ତି। ପ୍ରାୟ ୧୦୦ଫୁଟ ଫାଟ ସୃଷ୍ଟି ସ୍ଥାନରୁ ପୋକଲିନ ସାହାଯ୍ୟରେ କଂକ୍ରିଟ ତଡ଼ାଯାଇଛି। ସୋମବାର ଥିବାରୁ ଆରଡ଼ି ଆଖଣ୍ଡଳମଣି ପୀଠକୁ ଏହି ରାସ୍ତା ଦେଇ ଆସିଥିବା ଗାଡ଼ିଗୁଡ଼ିକ କାମ ଯୋଗୁ ଉଭୟ ପାର୍ଶ୍ୱରେ ଅଟକି ରହିଥିଲା। ଗାଡ଼ିରେ ଥିବା ଶ୍ରଦ୍ଧାଳୁମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଡ଼ିଗୁଡ଼ିକ ଠିକ୍‌ ଭାବେ ଚଳାଚଳ କରିଥିଲା। ତେବେ ଏତେଦିନ ହେଲା ରାସ୍ତାକାମ କାହିଁକି ହେଉ ନ ଥିଲା ବୋଲି ସ୍ଥାନୀୟ ଅଞ୍ଚଳର ଯୁବକମାନେ କଣ୍ଟ୍ରାକ୍ଟରଙ୍କୁ ପ୍ରଶ୍ନ କରିଥିଲେ। ଉକ୍ତ ରାସ୍ତାରେ ଫାଟ ସୃଷ୍ଟି ସ୍ଥାନରେ ସ୍ଥାୟୀ ମରାମତି ନେଇ ସେମାନେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଜାତୀୟ ରାଜପଥର ଏହି ସ୍ଥାନରେ ପ୍ରତିବର୍ଷ ଫାଟ ସୃଷ୍ଟି ହୁଏ ଓ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ସ୍ଥାୟୀ ମରାମତି ହେବା କଥା କହନ୍ତି। କିନ୍ତୁ ବର୍ଷେ ନ ପୂରୁଣୁ ରାସ୍ତାରେ ପୁଣି ଧସିଥାଏ। ସ୍ଥାୟୀ ମରାମତି ସମ୍ପର୍କିତ ଖବର ଗତ ଫେବୃୟାରୀ ୨ ଓ ଚଳିତମାସ ୧୦ ତାରିଖରେ ଧରିତ୍ରୀରେ ପ୍ରକାଶିତ ହୋଇଥିଲା। ଏ ସମ୍ପର୍କରେ ବିଭାଗୀୟ ଜେଇ ଶକ୍ତିବ୍ରତ ଜେନା କହିଛନ୍ତି, ଉକ୍ତ ରାସ୍ତା ମରାମତି କାମ ଆରମ୍ଭ ହୋଇଛି। କେବେ ଶେଷ ହେବ ତାହା କଣ୍ଟ୍ରାକ୍ଟରଙ୍କ କାର୍ଯ୍ୟ ଉପରେ ନିର୍ଭର କରେ। ତେବେ ରାସ୍ତା କାମ ଠିକ୍‌ ଭାବେ ନ ହେଲେ, ଏହାକୁ ଦୃଢ଼ ବିରୋଧ ସହ ଆବଶ୍ୟକ ପଡ଼ିଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଯୁବକମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri