ମରାମତି ହେଲା ଦବିଥିବା ରାସ୍ତା

ଆରଡ଼ି, ,୧୫।୩ (ଡି.ଏନ.ଏ.) ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସାଠିବାଙ୍କୁଡ଼ା ଓ ବୋଡ଼କ ଗ୍ରାମର ମଧ୍ୟସ୍ଥଳରେ ୨୦ ନଂ. ଜାତୀୟ ରାଜପଥ ଦବି ଯାଇଥିଲା। ଫଳରେ ରାସ୍ତା ବୈତରଣୀ ନଦୀ ଆଡ଼କୁ ଢଳି ପଡ଼ିଥିଲା। ରବିବାର ରାତିରୁୁ ଉକ୍ତ ସ୍ଥାନରେ ମରାମତି ଆରମ୍ଭ ହୋଇଛି। ସେଠାରେ କଣ୍ଟ୍ରାକ୍ଟର ସମେତ ବିଭାଗୀୟ ଜେଇ ଉପସ୍ଥିତ ରହି କାମ ତଦାରଖ କରୁଛନ୍ତି। ପ୍ରାୟ ୧୦୦ଫୁଟ ଫାଟ ସୃଷ୍ଟି ସ୍ଥାନରୁ ପୋକଲିନ ସାହାଯ୍ୟରେ କଂକ୍ରିଟ ତଡ଼ାଯାଇଛି। ସୋମବାର ଥିବାରୁ ଆରଡ଼ି ଆଖଣ୍ଡଳମଣି ପୀଠକୁ ଏହି ରାସ୍ତା ଦେଇ ଆସିଥିବା ଗାଡ଼ିଗୁଡ଼ିକ କାମ ଯୋଗୁ ଉଭୟ ପାର୍ଶ୍ୱରେ ଅଟକି ରହିଥିଲା। ଗାଡ଼ିରେ ଥିବା ଶ୍ରଦ୍ଧାଳୁମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗାଡ଼ିଗୁଡ଼ିକ ଠିକ୍‌ ଭାବେ ଚଳାଚଳ କରିଥିଲା। ତେବେ ଏତେଦିନ ହେଲା ରାସ୍ତାକାମ କାହିଁକି ହେଉ ନ ଥିଲା ବୋଲି ସ୍ଥାନୀୟ ଅଞ୍ଚଳର ଯୁବକମାନେ କଣ୍ଟ୍ରାକ୍ଟରଙ୍କୁ ପ୍ରଶ୍ନ କରିଥିଲେ। ଉକ୍ତ ରାସ୍ତାରେ ଫାଟ ସୃଷ୍ଟି ସ୍ଥାନରେ ସ୍ଥାୟୀ ମରାମତି ନେଇ ସେମାନେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଜାତୀୟ ରାଜପଥର ଏହି ସ୍ଥାନରେ ପ୍ରତିବର୍ଷ ଫାଟ ସୃଷ୍ଟି ହୁଏ ଓ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ସ୍ଥାୟୀ ମରାମତି ହେବା କଥା କହନ୍ତି। କିନ୍ତୁ ବର୍ଷେ ନ ପୂରୁଣୁ ରାସ୍ତାରେ ପୁଣି ଧସିଥାଏ। ସ୍ଥାୟୀ ମରାମତି ସମ୍ପର୍କିତ ଖବର ଗତ ଫେବୃୟାରୀ ୨ ଓ ଚଳିତମାସ ୧୦ ତାରିଖରେ ଧରିତ୍ରୀରେ ପ୍ରକାଶିତ ହୋଇଥିଲା। ଏ ସମ୍ପର୍କରେ ବିଭାଗୀୟ ଜେଇ ଶକ୍ତିବ୍ରତ ଜେନା କହିଛନ୍ତି, ଉକ୍ତ ରାସ୍ତା ମରାମତି କାମ ଆରମ୍ଭ ହୋଇଛି। କେବେ ଶେଷ ହେବ ତାହା କଣ୍ଟ୍ରାକ୍ଟରଙ୍କ କାର୍ଯ୍ୟ ଉପରେ ନିର୍ଭର କରେ। ତେବେ ରାସ୍ତା କାମ ଠିକ୍‌ ଭାବେ ନ ହେଲେ, ଏହାକୁ ଦୃଢ଼ ବିରୋଧ ସହ ଆବଶ୍ୟକ ପଡ଼ିଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଯୁବକମାନେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri