ଚାଲିପାରିଲା ନାହିଁ ପାସେଞ୍ଜର ଟ୍ରେନ୍‌

ଚଣ୍ଡିଖୋଲ,୪ା୮(ପ୍ରଦୀପ୍ତ କୁମାର ପୃଷ୍ଟି):ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ ହେଲେ ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ରନତ୍ଗିରି, ଉଦୟଗିରି, ଲଳିତଗିରି ସହିତ ଜାତୀୟ ଉଦ୍ୟାନ ଭିତର କନିକାକୁ ଦେଶ ବିଦେଶର ପର୍ଯ୍ୟଟକମାନେ ଆସିପାରିବେ। ଗମନାଗମନ ସୁବିଧା ହେଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ। ପ୍ରକଳ୍ପ ଆରମ୍ଭ ପୂର୍ବରୁ ଭାରତୀୟ ରେଳବାଇ ତରଫରୁ ଏଭଳି ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାମଧ୍ୟରେ ୨୦୨୦ ଜୁଲାଇ ୩୦ରେ ପ୍ରଥମ କରି ହରିଦାସପୁର-ପାରାଦୀପ ରେଳପଥରେ ରେଳ ଚାଲିବା ପାଇଁ ଯୋଜନା କରାଯାଇଥିଲା। ବିରୋଧ ହେବାରୁ ୨୦୨୦ ଅଗଷ୍ଟ ୧ରେ ପ୍ରଥମ କରି ଏହି ରେଳପଥରେ ରେଳ ଚାଲିବା ଆରମ୍ଭ ହେଲା। ଏହାମଧ୍ୟରେ ୩ବର୍ଷ ବିତି ଗଲାଣି। କିନ୍ତୁ ପାସେଞ୍ଜର ଟ୍ରେନ୍‌ ଚାଲିପାରିନାହିଁ। କେବଳ ମାଲବାହୀ ଟ୍ରେନ୍‌ ଚାଲୁଛି। ଏଥିନେଇ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।
ହରିଦାସପୁର-ପାରାଦୀପ ରେଳପଥ ୩ ଜିଲା ଦେଇ ଯାଇଛି। ୮୩ କିଲୋମିଟର ଲମ୍ବ ଏହି ରେଳପଥ ଦ୍ୱାରା ପାରାଦୀପ ବନ୍ଦରକୁ ମାଲ ପରିବହନରେ ସୁବିଧା ହୋଇଛି। ଦୋହରୀକରଣ ହୋଇ ନ ଥିବା ଏହି ରେଳପଥରେ ଦୈନିକ ୩୦ରୁ ଊର୍ଦ୍ଧ୍ୱ ମାଲବାହୀ ଟ୍ରେନ୍‌ ଯାତୟାତ କରୁଛି। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ସ୍ବପ୍ନ ଦେଖାଯାଇଥିଲା ପାସେଞ୍ଜର ଟ୍ରେନ ଚାଲିଲେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ ତାହା ସ୍ବପ୍ନ ହୋଇ ରହିଯାଇଛି। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୧୯୯୭ରୁ ପରିକଳ୍ପନା କରାଯାଇ ୨୦୦୭ରେ ଆରମ୍ଭ ହୋଇଥିଲା। ଏହା ୨୦୨୦ ଜୁଲାଇରେ ଶେଷ ହୋଇଥିଲା। ସେଥିପାଇଁ ୧୮୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ପ୍ରତ୍ୟେକ ବର୍ଷ ଏହାର ଉନ୍ନତୀକରଣ ପାଇଁ ରେଳବାଇ ବଜେଟ୍‌ରେ କୋଟିକୋଟି ଟଙ୍କା ପ୍ରଦାନ କରାଯାଉଛି। ୨୦୨୨ ରେଳବାଇ ବଜେଟରେ ୧୦୦କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଏହି ୧୦୦କୋଟି ଟଙ୍କା ବିନିମୟରେ ସମସ୍ତ ଷ୍ଟେଶନ ଓ ପ୍ଲାଟଫର୍ମର ଉନ୍ନତୀକରଣ କରାଯିବ। ପରେ ପାସେଞ୍ଜର ଟ୍ରେନ ଚାଲିବ। ଅଦ୍ୟାବଧି ଦେଢ଼ ବର୍ଷ ବିତିଯାଇଥିଲେବି ତାହା ସମ୍ଭବ ହୋଇପାରିଲା ନାହିଁ। ଏହି ରେଳପଥରେ ୧୧ ଷ୍ଟେଶନ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ୪ଟି ଯଥା; ହରିଦାସପୁର, ଚଣ୍ଡିଖୋଲ, ଉଦୟଗିରି ରନତ୍ଗିରି ରୋଡ୍‌ ଓ ଲଳିତଗିରି ରହିଛି। ସେହିଭଳି କେନ୍ଦ୍ରାପଡ଼ା ଜିଲାରେ ବାଜିପଡ଼ା, କେନ୍ଦ୍ରାପଡ଼ା, ମାର୍ଶାଘାଇରୋଡ୍‌, କଳଘର ଓ ନୂଆଗାଁ ଷ୍ଟେଶନ ଥିବାବେଳେ ଜଗତ୍‌ସିଂହପୁର ଜିଲାରେ ସିଜୁ ଓ ପାରାଦୀପ ଷ୍ଟେଶନ ରହିଛି। ଭାରତବର୍ଷର ପ୍ରଥମ ଫାଟକ ବିହୀନ ଏହି ରେଳପଥ ପିପିପି ମୋଡ୍‌ରେ ନିର୍ମାଣ କରାଯାଇଛି। ରେଳ ବିକାଶ ନିଗମ ଲିମିଟେଡ୍‌, ଓଡ଼ିଶା ସରକାର, ଓଏମ୍‌ସିଏଲ୍‌, ପିପିଟି, ସେଲ୍‌, ଓଆଇଆର୍‌ଡିସି, ଏସଏଲ୍‌ ମାଇନିଂ, ରୁମଟା ମାଇନିଂ, ଏମ୍‌ଏସ୍‌ପିଏଲ ଓ ଜେଏସ୍‌ପିଏଲ୍‌ କମ୍ପାନୀ ଏଥିରେ ଭାଗିଦାର ରହିଛନ୍ତି। ରେଳପଥର ବିକାଶ ସମ୍ପୃକ୍ତ କମ୍ପାନୀ କରିବେ ବୋଲି ସ୍ଥିର ହୋଇଛି। ଏହା ମଧ୍ୟରେ ବାରମ୍ବାର ଦାବି ସତ୍ୱେ ଅଦ୍ୟାବଧି ପାସେଞ୍ଜର ଟ୍ରେନ ଚାଲିପାରିଲା ନାହିଁ। କେବେ ଚାଲିବ ସେଥିନେଇ ସଂଶୟ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ପୂର୍ବତଟ ରେଳପଥର ଲୋକସମ୍ପର୍କ ଅଧିକାରୀ ନିରାକାର ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri