ଚାଲିପାରିଲା ନାହିଁ ପାସେଞ୍ଜର ଟ୍ରେନ୍‌

ଚଣ୍ଡିଖୋଲ,୪ା୮(ପ୍ରଦୀପ୍ତ କୁମାର ପୃଷ୍ଟି):ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ ହେଲେ ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ରନତ୍ଗିରି, ଉଦୟଗିରି, ଲଳିତଗିରି ସହିତ ଜାତୀୟ ଉଦ୍ୟାନ ଭିତର କନିକାକୁ ଦେଶ ବିଦେଶର ପର୍ଯ୍ୟଟକମାନେ ଆସିପାରିବେ। ଗମନାଗମନ ସୁବିଧା ହେଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ। ପ୍ରକଳ୍ପ ଆରମ୍ଭ ପୂର୍ବରୁ ଭାରତୀୟ ରେଳବାଇ ତରଫରୁ ଏଭଳି ବିଭିନ୍ନ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାମଧ୍ୟରେ ୨୦୨୦ ଜୁଲାଇ ୩୦ରେ ପ୍ରଥମ କରି ହରିଦାସପୁର-ପାରାଦୀପ ରେଳପଥରେ ରେଳ ଚାଲିବା ପାଇଁ ଯୋଜନା କରାଯାଇଥିଲା। ବିରୋଧ ହେବାରୁ ୨୦୨୦ ଅଗଷ୍ଟ ୧ରେ ପ୍ରଥମ କରି ଏହି ରେଳପଥରେ ରେଳ ଚାଲିବା ଆରମ୍ଭ ହେଲା। ଏହାମଧ୍ୟରେ ୩ବର୍ଷ ବିତି ଗଲାଣି। କିନ୍ତୁ ପାସେଞ୍ଜର ଟ୍ରେନ୍‌ ଚାଲିପାରିନାହିଁ। କେବଳ ମାଲବାହୀ ଟ୍ରେନ୍‌ ଚାଲୁଛି। ଏଥିନେଇ ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।
ହରିଦାସପୁର-ପାରାଦୀପ ରେଳପଥ ୩ ଜିଲା ଦେଇ ଯାଇଛି। ୮୩ କିଲୋମିଟର ଲମ୍ବ ଏହି ରେଳପଥ ଦ୍ୱାରା ପାରାଦୀପ ବନ୍ଦରକୁ ମାଲ ପରିବହନରେ ସୁବିଧା ହୋଇଛି। ଦୋହରୀକରଣ ହୋଇ ନ ଥିବା ଏହି ରେଳପଥରେ ଦୈନିକ ୩୦ରୁ ଊର୍ଦ୍ଧ୍ୱ ମାଲବାହୀ ଟ୍ରେନ୍‌ ଯାତୟାତ କରୁଛି। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ସ୍ବପ୍ନ ଦେଖାଯାଇଥିଲା ପାସେଞ୍ଜର ଟ୍ରେନ ଚାଲିଲେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ ତାହା ସ୍ବପ୍ନ ହୋଇ ରହିଯାଇଛି। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୧୯୯୭ରୁ ପରିକଳ୍ପନା କରାଯାଇ ୨୦୦୭ରେ ଆରମ୍ଭ ହୋଇଥିଲା। ଏହା ୨୦୨୦ ଜୁଲାଇରେ ଶେଷ ହୋଇଥିଲା। ସେଥିପାଇଁ ୧୮୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ପ୍ରତ୍ୟେକ ବର୍ଷ ଏହାର ଉନ୍ନତୀକରଣ ପାଇଁ ରେଳବାଇ ବଜେଟ୍‌ରେ କୋଟିକୋଟି ଟଙ୍କା ପ୍ରଦାନ କରାଯାଉଛି। ୨୦୨୨ ରେଳବାଇ ବଜେଟରେ ୧୦୦କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଏହି ୧୦୦କୋଟି ଟଙ୍କା ବିନିମୟରେ ସମସ୍ତ ଷ୍ଟେଶନ ଓ ପ୍ଲାଟଫର୍ମର ଉନ୍ନତୀକରଣ କରାଯିବ। ପରେ ପାସେଞ୍ଜର ଟ୍ରେନ ଚାଲିବ। ଅଦ୍ୟାବଧି ଦେଢ଼ ବର୍ଷ ବିତିଯାଇଥିଲେବି ତାହା ସମ୍ଭବ ହୋଇପାରିଲା ନାହିଁ। ଏହି ରେଳପଥରେ ୧୧ ଷ୍ଟେଶନ ନିର୍ମାଣ କରାଯାଇଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ୪ଟି ଯଥା; ହରିଦାସପୁର, ଚଣ୍ଡିଖୋଲ, ଉଦୟଗିରି ରନତ୍ଗିରି ରୋଡ୍‌ ଓ ଲଳିତଗିରି ରହିଛି। ସେହିଭଳି କେନ୍ଦ୍ରାପଡ଼ା ଜିଲାରେ ବାଜିପଡ଼ା, କେନ୍ଦ୍ରାପଡ଼ା, ମାର୍ଶାଘାଇରୋଡ୍‌, କଳଘର ଓ ନୂଆଗାଁ ଷ୍ଟେଶନ ଥିବାବେଳେ ଜଗତ୍‌ସିଂହପୁର ଜିଲାରେ ସିଜୁ ଓ ପାରାଦୀପ ଷ୍ଟେଶନ ରହିଛି। ଭାରତବର୍ଷର ପ୍ରଥମ ଫାଟକ ବିହୀନ ଏହି ରେଳପଥ ପିପିପି ମୋଡ୍‌ରେ ନିର୍ମାଣ କରାଯାଇଛି। ରେଳ ବିକାଶ ନିଗମ ଲିମିଟେଡ୍‌, ଓଡ଼ିଶା ସରକାର, ଓଏମ୍‌ସିଏଲ୍‌, ପିପିଟି, ସେଲ୍‌, ଓଆଇଆର୍‌ଡିସି, ଏସଏଲ୍‌ ମାଇନିଂ, ରୁମଟା ମାଇନିଂ, ଏମ୍‌ଏସ୍‌ପିଏଲ ଓ ଜେଏସ୍‌ପିଏଲ୍‌ କମ୍ପାନୀ ଏଥିରେ ଭାଗିଦାର ରହିଛନ୍ତି। ରେଳପଥର ବିକାଶ ସମ୍ପୃକ୍ତ କମ୍ପାନୀ କରିବେ ବୋଲି ସ୍ଥିର ହୋଇଛି। ଏହା ମଧ୍ୟରେ ବାରମ୍ବାର ଦାବି ସତ୍ୱେ ଅଦ୍ୟାବଧି ପାସେଞ୍ଜର ଟ୍ରେନ ଚାଲିପାରିଲା ନାହିଁ। କେବେ ଚାଲିବ ସେଥିନେଇ ସଂଶୟ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ପୂର୍ବତଟ ରେଳପଥର ଲୋକସମ୍ପର୍କ ଅଧିକାରୀ ନିରାକାର ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri