ଉଡ଼ନ୍ତା ବିମାନର ଡୋର ଖୋଲିଦେଲେ ଯାତ୍ରୀ

ସିଓଲ,୨୭ା୫: ଦକ୍ଷିଣ କୋରିଆର ଡାଏଗୁ ସହର ଅଭିମୁଖେ ଯାଉଥିବା ଏକ ଆସିଆନା ଏୟାରଲାଇନ୍ସ ବିମାନରେ ଜଣେ ଯାତ୍ରୀ ଏମର୍ଜେନ୍ସି ଡୋର୍‌ ଖୋଲି ଗିରଫ ହୋଇଛନ୍ତି। ଓଜେଡ୍‌୮୧୨୪ ଏୟାରବସ୍‌ ଶୁକ୍ରବାର ସ୍ଥାନୀୟ ସମୟ ୧୧ଟା ୪୫ରେ ଜେଜୁ ଆଇଲାଣ୍ଡରୁ ଯାତ୍ରା ଆରମ୍ଭ କରିଥିଲା। ଡାଏଗୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ପୂର୍ବରୁ ୨୫୦ ମିଟର ଉଚ୍ଚତାରେ ଥିବାବେଳେ ଜଣେ ପୁରୁଷ ଯାତ୍ରୀ ଏହାର ଏମର୍ଜେନ୍ସି ଗେଟ୍‌କୁ ଖୋଲି ଦେବାରୁ ଖୁବ୍‌ ଜୋର୍‌ରେ ପବନ ପଶି ବିମାନ ହଲିବାରେ ଲାଗିଥିଲା। ଫଳରେ ବିମାନରେ ଥିବା ୧୯୪ ଯାତ୍ରୀ ଆତଙ୍କିତ ହୋଇଯାଇଥିଲେ। ଡୋର ଖୋଲା ଥିବା ସତ୍ତ୍ୱେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି। ଯାତ୍ରୀଙ୍କ ମଧ୍ୟରୁ କେତେଜଣ ପବନ ଚାପରେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ସେମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି କାଣ୍ଡ ଭିଆଇଥିବା ଯାତ୍ରୀଙ୍କ ପରିଚୟ ପ୍ରଘଟ କରାଯାଇ ନାହିଁ। ଯାତ୍ରୀଙ୍କ ମଧ୍ୟରୁ ଅନେକେ ସ୍କୁଲ ଛାତ୍ରୀଛାତ୍ର ଥିଲେ। ସପ୍ତାହାନ୍ତ କ୍ରୀଡ଼ା କାର୍ଯ୍ୟକ୍ରମରେ ଭାଗନେବା ପାଇଁ ସେମାନେ ଯାଉଥିଲେ। ଆମ ପିଲାମାନେ ଥରୁଥିଲେ, କାନ୍ଦୁଥିଲେ ଓ ଆତଙ୍କିତ ହୋଇଯାଇଥିଲେ ବୋଲି ଜଣେ ଛାତ୍ରଙ୍କ ମା’ବାପା କହିଛନ୍ତି। ଡୋର ଖୋଲିଥିବା ଯୁବକ ବିମାନରୁ ଡେଇଁବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଗିରଫ କରାଯାଇଛି। ସେ କାହିଁକି ଡୋର୍‌ ଖୋଲିଲେ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି। ତଦନ୍ତ ଜାରି ରହିଛି। ତାଙ୍କୁ ଦଣ୍ଡିତ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଥମୁନି ଦାଦନ ଦୁଖଃ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର,୩ା୪(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କୋଏମ୍ୱାଟୁରରେ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ବେହେରା(୪୫)।…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri