ଧାନବିଲକୁ ପଶିଗଲା ଯାତ୍ରୀବାହୀ ବସ୍‌

ଅତାବିରା,୧୨।୪(ଡି.ଏନ୍‌.ଏ.): ସୋନପୁର-ଗୋଡ଼ଭଗା ୫୪ ନମ୍ବର ରାଜ୍ୟ ରାଜପଥର ଅତାବିରା ବ୍ଳକ ଦୁଲମପୁର ସାଇ ମନ୍ଦିର ନିକଟରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୋନପୁର ପଟରୁ ଗୋଡଭଗା ପଟକୁ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ରାସ୍ତା ପାଶର୍‌ବ ଧାନବିଲକୁ ପଶି ଯାଇଥିଲା। ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ସେଭଳି ଘଟିଥିବା କୁହାଯାଉଛି। ତେବେ ସୌଭାଗ୍ୟବସତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ ବସ୍‌ ଭିତରୁ ବାହାରିଛନ୍ତି। ଘଟଣାସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ କରୁଛି।