କୋରାପୁଟ,୨।୫(ଅମିତାଭ ବେହେରା): ରାଜ୍ୟରେ ଦଶମ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଥିବାବେଳେ କୋରାପୁଟ ଜିଲାରେ ପାସ ହାର ୯୨.୮୩ ପ୍ରତିଶତ ରହିଛି। ଏହା ରାଜ୍ୟରେ ସର୍ବନିମ୍ନ ବୋଲି ଜଣାପଡ଼ିଛି।
ତେବେ ଜିଲାରେ ଚଳିତ ବର୍ଷ ମୋଟ ୧୪ ହଜାର ୭୩୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ସେଥିମଧ୍ୟରେ ୭ ହଜାର ୩୨୨ ଜଣ ଛାତ୍ରୀ ଓ ୭ ହଜାର ୪୧୬ ଜଣ ଛାତ୍ର ରହିଛନ୍ତି। ପରୀକ୍ଷାରେ ଏ-୧ ଗ୍ରେଡରେ ୧୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ, ଏ-୨ରେ ୬୪ ଜଣ, ବି-୧ ରେ ୧୭୮ ଜଣ, ବି-୨ରେ ୭୫୧ ଜଣ, ସି ଗ୍ରେଡ୍ରେ ୨୯୩୭ ଜଣ, ଡି ଗ୍ରେଡ୍ରେ ୬୩୫୬ ଜଣ, ଇ ଗ୍ରେଡରେ ୪୪୪୦ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ୧୧୩୬ ଜଣ ଫେଲ ହୋଇଥିବା ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।


