Posted inଖେଳ

ତେନ୍ଦୁଲକର ଆଉଟ୍‌ ହେବା ପରେ ‘ଦେବଦାସ’ ଦେଖିବାକୁ ଚାଲି ଯାଇଥିଲେ ଏହି କ୍ରିକେଟରଙ୍କ ମା’ବାପା; ପୁଅଙ୍କ ଖେଳ ଦେଖି ନ ଥିଲେ

ନୂଆଦିଲ୍ଲୀ,୧୫।୯: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା ନାଟଓ୍ବେଷ୍ଟ ଟ୍ରଫିକୁ ଆଜି ବି ଲୋକେ ମନେ ପକାନ୍ତି। ଭାରତୀୟ ଟିମ୍‌ ଅନେକ ଫାଇନାଲ ହାରିବା ପରେ ଉକ୍ତ ଟୁର୍ନାମେଣ୍ଟରେ ଜିତିଥିଲା। ୨୦୦୨ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଇଲଂଣ୍ଡକୁ ହରାଇଥିଲା। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମହମ୍ମଦ କୈଫ। ଏକ ସାକ୍ଷାତକାରରେ କୈଫ ଉକ୍ତ ମ୍ୟାଚ୍‌ ସହ ଜଡ଼ିତ କିଛି ସ୍ମୃତିକୁ ପୁନଃ ତାଜା କରିଥିଲେ। ମ୍ୟାଚ୍‌ରେ ସଚିନ୍‌ ତେନ୍ଦୁଲକର ଆଉଟ୍‌ ହୋଇଯିବା ପରେ ଲୋକେ ଷ୍ଟାଡିୟମରୁ ବାହାରକୁ ଚାଲିଯାଇଥିଲେ। କେବଳ ଏତିକି ନୁହେଁ ଲୋକେ ଟିଭି ଦେଖିବା ମଧ୍ୟ ବନ୍ଦ କରିଦେଇଥିଲେ।

ସଚିନ ଆଉଟ୍‌ ହେବା ପରେ କୈଫ ପଡ଼ିଆକୁ ଯାଇଥିଲେ। ହେଲେ ଦର୍ଶକେ ଷ୍ଟାଡିୟମ ବାହାରକୁ ଯାଉଥିବା ଦେଖିବାକୁ ମିଳିଥିଲା। ସେ ମନେ ମନେ ତାଙ୍କୁ ଦେଖିବାକୁ କହିଥିଲେ। ହେଲେ କେହି ଶୁଣି ନ ଥିଲେ। ଏପରିକି ତାଙ୍କ ବାପାମା’ ମଧ୍ୟ ଫିଲ୍ମ ଦେଖିବାକୁ ଚାଲିଯାଇଥିଲେ। ସେତେବେଳେ ଶାହାରୁଖଙ୍କ ଫିଲ୍ମ ଦେବଦାସ ରିଲିଜ ହୋଇଥିଲା। ଘର ପାଖରେ ସିନେମାହଲ୍‌ ଥିବାରୁ ଘରଲୋକେ ସେଠାକୁ ଫିଲ୍ମ ଦେଖିବାକୁ ଚାଲିଯାଇଥିଲେ। ହେଲେ ପୁଅର ବ୍ୟାଟିଂ ଦେଖି ନ ଥିଲେ। ଯେତେବେଳେ ଆମେ ଜିତିଗଲୁ ସେତେବେଳେ ପଡୋଶୀ ଘରକୁ ଆସିଥିଲେ। ମାତ୍ର ଘରେ ତାଲା ଝୁଲୁଥିଲା। ସେମାନେ ସିନେମାହଲ ଯାଇଥିବା ଜାଣିବା ପରେ ଲୋକେ ସେଠାରେ ପହଞ୍ଚି ତାଙ୍କୁ ଭାରତ ଜିତିଥିବା ବିଷୟରେ କହିଥିଲେ।

ଉକ୍ତ ମ୍ୟାଚ୍‌ରେ ୭ନଂ ସ୍ଥାନରେ ଖେଳିବାକୁ ଆସିଥିଲେ କୈଫ। ସବୁବେଳେ ତାଙ୍କୁ ୭ରୁ ୮ ଓଭର ଖେଳିବାକୁ ସୁଯୋଗ ମିଳୁଥିବା ବେଳେ ସେଦିନ ୨୫ ଓଭର ମିଳିଥିଲା। ସେ ଯୁବରାଜଙ୍କ ସହ ମିଶି ଭାରତକୁ ଜିତାଇବାରେ ସଫଳ ହୋଇଥିଲା। ୩୨୬ ରନ୍‌ର ପିଛା କରୁଥିବା ଦଳ ଇଲଂଣ୍ଡକୁ ହରାଇଥିଲା। ୧୦୯ ବଲ୍‌ରେ କୈଫ ୮୭ ରନ୍‌ କରିଥିଲେ। ଯେଉଁଥିରେ ୬ ଚଉକା ଓ ୨ ଛକା ଥିଲା ବୋଲି ସେ କହିଛନ୍ତି। ଏହି ସ୍ମୃତି ସବୁଦିନ ପାଇଁ ତାଙ୍କ ମନେ ରହିବ ବୋଲି ସେ ମଧ୍ୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri