ଜଳାତଙ୍କର ଯନ୍ତ୍ରଣା

”ଭୂତାଣୁମାନେ ସଂକ୍ରମିତ ପ୍ରାଣୀର ଲାଳରେ ରହିଥିବା ଯୋଗୁ ଏମାନେ କାମୁଡିବା ଦ୍ୱାରା ରୋଗ ହେବା ସ୍ବାଭାବିକ। ସଂକ୍ରମିତ ପ୍ରାଣୀ କାମୁଡି ଦେଲେ କିମ୍ବା ଚାଟି ପକାଇଲେ ମଧ୍ୟ ରୋଗ ହୋଇପାରେ। ଜଳାତଙ୍କ ଭୂତାଣୁ ସଂକ୍ରମିତ ପ୍ରାଣୀକୁ ବା କୁକୁର, ବିଲୁଆକୁ ଆମେ ପାଗଳା କୁକୁର, ପାଗଳା ବିଲୁଆ ବୋଲି କହିଥାଉ। କିନ୍ତୁ କେଉଁ କୁକୁର ସୁସ୍ଥ ଓ କେଉଁ କୁକୁର ଭୂତାଣୁ ଦ୍ୱାରା ସଂକ୍ରମିତ, ତାହା ଜାଣିବା ଅନେକ ସମୟରେ ସହଜ ହୋଇ ନ ଥାଏ।“ ଆପଣମାନଙ୍କ ମଧ୍ୟରୁ ଅନେକ ଜଳାତଙ୍କ ରୋଗର ନାଁ ଶୁଣିଥିବେ। ଡାକ୍ତରମାନେ ଏହି ରୋଗକୁ ‘ହାଇଡ୍ରୋଫୋବିଆ’ କିମ୍ବା ‘ରାବିଜ୍‌’ ବୋଲି କହିଥାଆନ୍ତି। ଏହି ରୋଗ ଏକ ଧରଣର ଭୂତାଣୁ ବା ‘ଭାଇରସ’ ଦ୍ୱାରା ହୋଇଥାଏ। ଭୂତାଣୁ ଆକ୍ରାନ୍ତ କରିଥାଏ ରୋଗୀର ମସ୍ତିିଷ୍କ ଓ ସୁଷୁମ୍ନା କାଣ୍ଡକୁ। ରୋଗଟି ଅତି ମାତ୍ରାରେ ମାରାତ୍ମକ। ସର୍ବୋତ୍ତମ ଚିକିତ୍ସା ସତ୍ତ୍ୱେ ରୋଗୀମାନେ ମାତ୍ର ଦୁଇ-ତିନି ଦିନରେ ମୃତ୍ୟୁବରଣ କରିଥାଆନ୍ତି।
ରୋଗ ଓ ତାହାର ପ୍ରତିକାର ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଜଳାତଙ୍କ ଦିବସ’ ବା ‘ଓ୍ବାଲର୍‌ଡ ରାବିଜ୍‌ ଡେ’। ଏହି ଦିବସରେ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ଜନସାଧାରଣଙ୍କୁ ଜଳାତଙ୍କ ରୋର କାରଣ ଓ ପ୍ରତିରୋଧର ଉପାୟ ତଥା ଚିକିତ୍ସା ବିଷୟରେ ଅବଗତ ତଥା ସଚେତନ କରାଯାଇଥାଏ। ଜଳାତଙ୍କର ମୂଳୋତ୍ପାଟନ ପାଇଁ ଟିକା ଓ ସମସ୍ତଙ୍କର ସହଯୋଗ ଅପରିହାର୍ଯ୍ୟ। ଅଷ୍ଟ୍ରେଲିଆ, ତାଇଓ୍ବାନ୍‌, ସାଇପ୍ରସ, ଆଇସଲାଣ୍ଡ, ଆୟରଲାଣ୍ଡ, ଜାପାନ, ମାଲ୍‌ଟା, ନ୍ୟୁଜିଲାଣ୍ଡ, ବ୍ରିଟେନ, ଫିନ୍‌ଲାଣ୍ଡ ନରଓ୍ବେ ଓ ସୁଇଡେନ୍‌ ଇତ୍ୟାଦି ରାଜ୍ୟ ଜଳାତଙ୍କମୁକ୍ତ।
କିପରି ବ୍ୟାପେ: ଜଳାତଙ୍କ ଏକ ଭୂତାଣୁଜନିତ ରୋଗ ବୋଲି ପୂର୍ବରୁ କୁହାଯାଇଛି। ଏହି ଭୂତାଣୁ କୁକୁର, ବିରାଡି, ବିଲୁଆ, ଗଧିଆ ଏବଂ ଏପରି କି ମାଙ୍କଡ, ବାଦୁଡି, ଗୋରୁ, ଘୋଡା, ଛେଳି, ମେଣ୍ଢା ଓ ମୂଷାମାନଙ୍କ ଲାଳରେ ନିଷ୍କାସିତ ହୋଇଥାଏ। କିନ୍ତୁ ଏମାନେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନ ଥିଲେ ଏହି ଭୂତାଣୁ ସେମାନଙ୍କର ଲାଳରେ ରହିବାର ସମ୍ଭାବନା ନାହିଁ। ତେବେ କୁକୁର ଓ ବିରାଡି ଏହି ରୋଗ ସଂକ୍ରମଣ ପାଇଁ ମୁଖ୍ୟତଃ ଦାୟୀ। ସୁତରାଂ ସୁସ୍ଥ ଜନ୍ତୁଙ୍କୁ ସଂକ୍ରମିତ ଜନ୍ତୁ କାମୁଡିଲେ ହିଁ ସଂକ୍ରମିତ ଜନ୍ତୁଠାରୁ ଭୂତାଣୁ ଯାଇ ସୁସ୍ଥ ଜନ୍ତୁର ଶରୀରରେ ପ୍ରବେଶ କରେ। ଫଳରେ ସୁସ୍ଥ ଜନ୍ତୁ ସଂକ୍ରମିତ ହୋଇ ଜଳାତଙ୍କର ଶିକାର ହୋଇପଡେ। ଭୂତାଣୁଗୁଡ଼ିକ ସଂକ୍ରମିତ ପ୍ରାଣୀର ଲାଳରେ ରହିଥିବା ଯୋଗୁ ଏମାନେ କାମୁଡିବା ଦ୍ୱାରା ରୋଗ ହେବା ସ୍ବାଭାବିକ। ସଂକ୍ରମିତ ପ୍ରାଣୀ କାମୁଡି ଦେଲେ କିମ୍ବା ଚାଟି ପକାଇଲେ ମଧ୍ୟ ରୋଗ ହୋଇପାରେ। ଜଳାତଙ୍କ ଭୂତାଣୁ ସଂକ୍ରମିତ ପ୍ରାଣୀକୁ ବା କୁକୁର, ବିଲୁଆକୁ ଆମେ ପାଗଳା କୁକୁର, ପାଗଳା ବିଲୁଆ ବୋଲି କହିଥାଉ। କିନ୍ତୁ କେଉଁ କୁକୁର ସୁସ୍ଥ ଓ କେଉଁ କୁକୁର ଭୂତାଣୁ ଦ୍ୱାରା ସଂକ୍ରମିତ, ତାହା ଜାଣିବା ଅନେକ ସମୟରେ ସହଜ ହୋଇ ନ ଥାଏ। ସଂକ୍ରମିତ କୁକୁର ଆମକୁ କାମୁଡିଲେ କ୍ଷତ ସ୍ଥାନରେ ଜମି ଯାଏ ଭୂତାଣୁ। ସେହି ଭୂତାଣୁଗୁଡିକ ସ୍ନାୟୁବାଟେ ଯାଇ ସୁଷୁମ୍ନା କାଣ୍ଡ ଓ ମସ୍ତିଷ୍କରେ ପହଞ୍ଚତ୍ ଯାଇ ରୋଗ ଜାତ କରେ। ପ୍ରାୟ ୯୯ପ୍ରତିଶତ କ୍ଷେତ୍ରରେ ପାଗଳା କୁକୁର କାମୁଡିବା ହିଁ ରୋଗ ସୃଷ୍ଟି ପାଇଁ ଦାୟୀ। ଜଳାତଙ୍କ ରୋଗୀ ମଣିଷକୁ କାମୁଡିଲେ ରୋଗ ଜାତ ହେବା ବିଜ୍ଞାନସମ୍ମତ, ମାତ୍ର ଏହାର ଦୃଷ୍ଟାନ୍ତ ନାହିଁ।
ଚିକିତ୍ସା: ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ତେବେ ରୋଗୀକୁ ଏକ ନିସ୍ତବ୍ଧ ଅନ୍ଧାରୁଆ କୋଠରିରେ ଶୀତୁଆ ପବନଠାରୁ ଦୂରେଇ ରଖାଯାଏ। ରୋଗୀକୁ ଦିଆଯାଏ ଟିଟାନସ ଟିକା ଏବଂ ଆଣ୍ଟିବାୟୋଟିକ୍‌ ଔଷଧ। ପ୍ରାଣୀର ଦାନ୍ତରେ ଲାଗିଥିବା ଜୀବାଣୁମାନ କ୍ଷତ ସ୍ଥାନକୁ ସଂକ୍ରମିତ କରିପକାଇବାର ଆଶଙ୍କା ରହିଥିବାରୁ ଏପରି ପଦକ୍ଷେପ ନିଆଯାଏ। ରୋଗର ଉତ୍କଣ୍ଠା ହ୍ରାସ କରେଇବା ପାଇଁ ମଧ୍ୟ ଔଷଧ ଦିଆଯାଏ।
ତେବେ କୁକୁର କାମୁଡି ଦେଲେ, ଚାଟି ଦେଲେ କି ଆମ୍ପୁଡି ଦେଲେ ରୋଗୀକୁ ଡାକ୍ତରଖାନା ନେବା ପୂର୍ବରୁ ତୁରନ୍ତ କ୍ଷତ ସ୍ଥାନକୁ ସାବୁନ ଲଗାଇ ବାରମ୍ବାର ଧୋଇ ପକାଇବା ଉଚିତ। ହାତ କି ଗୋଡକୁ କାମୁଡିଥିଲେ ଅଙ୍ଗର ଆକ୍ରାନ୍ତସ୍ଥଳକୁ କଳ ତଳେ ଦେଖେଇ କଳରୁ ବୋହି ଆସୁଥିବା ଜଳରେ ଧୋଇଦେଲେ ଭୂତାଣୁଗୁଡିକ ଧୋଇହୋଇ ଯାଇ ବେଶି ଉପକାର ମିଳେ। ସାବୁନ ନ ମିଳିଲେ କ୍ଷତ ସ୍ଥାନକୁ ବାରମ୍ବାର ଜଳ ଢାଳି ଧୋଇଦେବା ଦରକାର। ହେଲେ ସାବୁନ ମାରି ଧୋଇଦେବା ଦ୍ୱାରା ଜଳାତଙ୍କ ଜାତ ହେବାର ଆଶଙ୍କା ୮୦ ପ୍ରତିଶତ ହ୍ରାସ ପାଇପାରେ। କ୍ଷତସ୍ଥାନକୁ ଧୋଇ ସାରି ସେଠାରେ ସ୍ପିରିଟ୍‌ ଢାଳି ଦେବା ଏବଂ ଟିଙ୍କରେ ଆୟୋଡିନ୍‌ କି ପ୍ରୋଭିଡନ୍‌ ଆୟୋଡିନ୍‌ ଢାଳିଦେବା ଆବଶ୍ୟକ। ଏହି ପ୍ରାଥମିକ ଉପଚାର ପରେ କାଳବିଳମ୍ବ ନ କରି ରୋଗୀକୁ ହସ୍‌ପିଟାଲ ନେଇ ଯିବା ଦରକାର।
ଚିିକିତ୍ସା ସତ୍ତ୍ୱେ ରୋଗୀ ମାତ୍ର ୨-୩ଦିନ ଭିତରେ ମୃତ୍ୟୁବରଣ କରେ। କଁା ଭଁା ରୋଗୀ ୫-୬ଦିନ ପର୍ଯ୍ୟନ୍ତ ବଞ୍ଚତ୍ୟାଇପାରନ୍ତି। ସୁତରାଂ ଜଳାତଙ୍କ ରୋଗ ହେଲେ ପ୍ରାୟତଃ ରୋଗୀର ମୃତ୍ୟୁ ହୋଇଥାଏ। ଏଥିରୁ ସୁରକ୍ଷିତ ରହିବା ପାଇଁ ଆଣ୍ଟିରାବିଜ ଭାକସିନ୍‌ ବା ଏ.ଆର.ଭି. ପ୍ରତିଷେଧକ ଟିକା ନେବା ହିଁ ଏକମାତ୍ର ଉପାୟ। ଏହି ଟିକା ଇଞ୍ଜେକସନ ମାଧ୍ୟମରେ ମାଂସପେଶୀ ଅଭ୍ୟନ୍ତରକୁ ଦିଆଯାଏ।
ଜଳାତଙ୍କ ରୋଗ ଅତିମାତ୍ରରେ ସଂକ୍ରାମକ। ରୋଗୀର ଲାଳ, ବାନ୍ତି, ଲୁହ ଓ ପରିସ୍ରାରେ ଭୂତାଣୁ ରହିଥିବା କିଛି ଅସମ୍ଭବ ନୁହେଁ। ତେଣୁ ରୋଗୀର ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଚିକିତ୍ସା ସହାୟକମାନେ ନିଜକୁ ସଂକ୍ରମଣମୁକ୍ତ ରଖିବା ପାଇଁ ମାସ୍କ, ଗ୍ଲୋଭସ, ରଙ୍ଗିନ ଚଷମା ଓ ଆପ୍ରୋନ ଇତ୍ୟାଦି ପରିଧାନ କରିବା ଅପରିହାର୍ଯ୍ୟ।
ପ୍ରତିଷେଧକ ଟିକା
କୁକୁର କିମ୍ବା ବିରାଡି ଇତ୍ୟାଦି କାମୁଡିଲେ ଡାକ୍ତରଙ୍କ ପାଖରେ ପହଞ୍ଚତ୍ବା ଦିନଠାରୁ ଡାକ୍ତର ଆରମ୍ଭ କରିଦିଅନ୍ତି ପ୍ରତିଷେଧକ ଟିକାର ଇଞ୍ଜେକସନ। ଏହି ଇଞ୍ଜେକସନ ଦିଆଯାଏ ପାଞ୍ଚ ଥର-ପ୍ରଥମ ଦିବସ, ତୃତୀୟ ଦିବସ, ସପ୍ତମ ଦିବସ, ୧୪ତମ ଦିବସ ଏବଂ ୨୮ ତମ ଦିବସ। ଇଂଜେକସନ ଦିଆଯାଏ ବାହୁର ମାଂସପେଶୀରେ, ପିଚାର ମାଂସପେଶୀରେ ନୁହେଁ। କାରଣ ପିଚାରେ ବେଶି ଚର୍ବି ଥିବାରୁ ତାହା ଟିକା ଉପାଦାନ ଶୋଷଣରେ ବାଧା ଦେଇଥାଏ। ଫଳରେ ପ୍ରତିଷେଧକ ଟିକାର ପ୍ରଭାବରେ ଜାତ ହେଉଥିବା ଆଣ୍ଟିବଡି ପଯର୍ର୍‌ୟାପ୍ତ ହୋଇପାରେ ନାହିଁ।
ଯେଉଁମାନେ ନିଜ ଘରେ କୁକୁର କି ବିରାଡି ପୋଷିଥାଆନ୍ତି, ସେମାନେ କୁକୁର ଓ ବିରାଡିକୁ ପ୍ରାଣୀ ଚିକିତ୍ସାଳୟକୁ ନେଇ ପ୍ରତିଷେଧକ ଟିକା ଦିଆଇ ଆଣିବା ଆବଶ୍ୟକ। ସେହିପରି ପରିବାର ସମସ୍ତେ ବି ନିବାରଣମୂଳକ ବ୍ୟବସ୍ଥା ସ୍ବରୂପ ଟିକା ନେବା ବାଞ୍ଛନୀୟ। କୁକୁର, ବିରାଡି ଇତ୍ୟାଦିଙ୍କ ଚିକିତ୍ସା ସହ ସଂପୃକ୍ତ କର୍ମଚାରୀମାନେ ମଧ୍ୟ ଟିକା ନେଇଯିବା ନିରାପଦ। ଏମାନେ ଟିକା ନେଇଥାଆନ୍ତି ତିନି ଥର-୧ମ ଦିବସ, ୭ମ ଦିବସ, ୨୧ତମ ଦିବସ କିମ୍ବା ୨୮ତମ ଦିବସରେ।

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬, ପ୍ଲଟ ନଂ-୧୧୩୧,ଅଭିନବ ବିଡାନାସୀ, କଟକ
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri