୧୫ରେ ସରିବ ଓଭରବ୍ରିଜ୍‌ ନିର୍ମାଣ କାମ

ଜଟଣୀ,୩ା୭(ରବୀନ୍ଦ୍ର ନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ସୀତାରାମ ଛକ(ଆନ୍ଧ୍ରବ୍ୟାଙ୍କ)ରୁ କୁଦିଆରୀ ବଜାର (ଚିତ୍ରାଳୟ ପ୍ରେକ୍ଷାଳୟ) ପର୍ଯ୍ୟନ୍ତ ଚାଲିଥିବା ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଆସନ୍ତା ୧୫ ତାରିଖରେ ସରିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରବିବାର ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ କୁଦିଆରୀ ବଜାର (ଚିତ୍ରାଳୟ ପ୍ରେକ୍ଷାଳୟ)ନିକଟରେ ସୂଚନା ଫଳକ ଲଗାଯାଇ ଉକ୍ତ ଓଭରବ୍ରିଜ ନିର୍ମାଣ କାର୍ଯ୍ୟର ବିବରଣୀ ପ୍ରଦାନ କରାଯାଇଛି। ପ୍ରକଳ୍ପ ଆକଳିତ ମୂଲ୍ୟ ୧୦୪.୬୯୮ ଟଙ୍କା ରହିଥିବା ବେଳେ ନିର୍ମାଣକାରୀ ସଂସ୍ଥା, ଠିକାଦାରଙ୍କ ନାମ ଓ ଫୋନ ନମ୍ବର ଉଲ୍ଲେଖ ରହିଛି। ଓଭରବ୍ରିଜ୍‌ କେବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ ସେନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଉକ୍ତ ଓଭରବ୍ରିଜ ଉଦ୍‌ଘାଟନ ଓ ଶ୍ରେୟ ନେବା ପାଇଁ ରାଜନୈତିକ ନେତାଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି।
କି, ରାଜ୍ୟ ସରକାର ୨୦୧୫ରେ ୫୪ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଜଟଣୀ ଆନ୍ଧ୍ର ବ୍ୟାଙ୍କ ଛକଠାରୁ କୁଦିଆରୀ ବଜାର ପର୍ଯ୍ୟନ୍ତ ୧୧୩୩ ମିଟର ଲମ୍ବ ଏହି ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୭ ମସିହା ସୁଦ୍ଧା ଏହି ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଆଶା ରଖିଥିଲେ। ତେବେ ବାଦବିବାଦ ଓ ଦୁର୍ନୀତି ଅଭିଯୋଗ ଫଳରେ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଶେଷହେବାକୁ ୮ବର୍ଷ ବିତିଗଲା। ଏହି ଓଭରବ୍ରିଜ ନିର୍ମାଣ ଖର୍ଚ୍ଚ ବର୍ତ୍ତମାନ ୧୦୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ପହଞ୍ଚିଛି। ତେବେ ଆଉ କିଛିଦିନ ପରେ କାର୍ଯ୍ୟ ସରିବାକୁ ଥିବା ବେଳେ ଓଭରବ୍ରିଜ୍‌ ଉଦ୍‌ଘାଟନ ଓ ଶ୍ରେୟ ନେବା ପାଇଁ ରାଜନୈତିକ ନେତାଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ସ୍ଥାନୀୟ ବିଜେଡି ନେତାଙ୍କଠାରୁ ଆରମ୍ଭ କରି କର୍ମୀ ଏବଂ ବିରୋଧୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ମଧ୍ୟରେ ଏକପ୍ରକାର ବାକ୍‌ଯୁଦ୍ଧ ଲାଗିରହିଛି। ବିଧାୟକ ରାଉତରାୟ ଓଭରବ୍ରିଜ ଉଦ୍‌ଘାଟନକୁ ନେଇ ବାରମ୍ବାର ତାରିଖ ଘୋଷଣା କରୁଥିବା ବେଳେ ରବିବାର ସୂଚନା ଫଳକ ଲାଗିବା ପରେ ଆଶଙ୍କାର ଅନ୍ତ ଘଟିଛି। ଓଭରବ୍ରିଜ ଆସନ୍ତା ୧୫ ତାରିଖରେ ସମ୍ପୂର୍ଣ୍ଣ ହେବା ପରେ ଉଦ୍‌ଘାଟନ କରାଯିବ। ତେବେ ଉପଯୁକ୍ତ ସର୍ଭିସ ରୋଡ୍‌ ନ ଥିବା ଏବଂ ସର୍ଭିସ ରୋଡ୍‌ ଖାଲଖମାରେ ଭର୍ତ୍ତି ଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ଜନସାଧାରଣ ଏହି ରାସ୍ତାରେ ଯାତାୟାତ କରୁଥିବାରୁ କେତେବେଳେ ଯେ ଦୁର୍ଘଟଣା ଘଟିବ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲ ସଂଘ ନିର୍ବାଚନ: ମଇଦାନରେ ୬ ପ୍ରାର୍ଥୀ, ସରଗରମ କୋର୍ଟ ପରିସର

ପୁରୁଷୋତ୍ତମପୁର,୨୮।୩ (ସବିତା ମିଶ୍ର): ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଚାଲିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର କୋର୍ଟ ପରିସରରେ ନିର୍ବାଚନ ଉଷ୍ମତା ସରଗରମ ହୋଇଉଠିଛି…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ମଇଦାନରେ ଅଛନ୍ତି ଏମାନେ, ଆଜି ଫଳାଫଳ ଘୋଷଣା

ଦିଗପହଣ୍ଡି,୨୮।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri