ବିଧାନସଭାରେ ଉଠିଲାନି ଓଏସ୍‌ଓୟୁ ପ୍ରସଙ୍ଗ

ସମ୍ବଲପୁର,୫।୧୦(ଶୁଭାଶିଷ ପାଢ଼ୀ): ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ) ବନ୍ଦ ହେବାକୁ ଯାଉଥିବା ବେଳେ ଓଏସ୍‌ଓୟୁ ବଞ୍ଚାଓ ଅଭିଯାନ ଓ ପ୍ରାୟ ୭୦ ସାମାଜିକ ଅନୁଷ୍ଠାନ ବିଭିନ୍ନ ଉପାୟରେ ପ୍ରତିବାଦ କରିଛନ୍ତି। ପଶ୍ଚିମ ଓଡ଼ିଶା ସମେତ ସମଗ୍ର ରାଜ୍ୟର ଛାତ୍ରୀଛାତ୍ର ନିର୍ଭର କରୁଥିବା ଏହି ବିଶ୍ୱବିଦ୍ୟାଳୟ ବନ୍ଦ ହେବା ପ୍ରସଙ୍ଗ ଉପରେ ବିଧାନସଭାରେ ବିରୋଧୀ ସ୍ବର ଉତ୍ତୋଳନ କଲେ ନାହିଁ। କେବଳ ଜନସ୍ବାର୍ଥ ନ ଥିବା ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମଧ୍ୟରେ ଟଣାଓଟରା ଲାଗିରହିଲା। ଶେଷରେ ପ୍ରାୟ ୭ଦିନ ଧରି ହେବାକୁ ଥିବା ବିଧାନସଭା ଅଚଳ ହୋଇଯାଇଥିଲା। ବିରୋଧୀଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି ପୂର୍ବରୁ ଦୃଢୋକ୍ତି କରିଥିଲେ। ହେଲେ ସେ ମଧ୍ୟ ଭୁଲିଗଲେ।

ଓଏସ୍‌ଓୟୁ ବଞ୍ଚାଓ ଅଭିଯାନର ଆବାହକ ମହେନ୍ଦ୍ର ମିଶ୍ର କହିଛନ୍ତି, ଏହା କେବଳ ସମ୍ବଲପୁର ଜିଲାର ସମସ୍ୟା ନୁହେଁ। ଏତେବଡ ଶିକ୍ଷାନୁଷ୍ଠାନ ବନ୍ଦ ହେବାକୁ ବସିଛି। ଲୋକମାନେ ଆର୍‌ଡିସିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଥିଲେ। କୌଣସି ଜନପ୍ରତିନିଧି ବିଧାନସଭାରେ ପ୍ରସଙ୍ଗ ଉଠାଇଲେ ନାହିଁ। ବିରୋଧୀଦଳ ନେତା ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି ପୂର୍ବରୁ କହିଥିଲେ। ହେଲେ ସେ କିଭଳି ଭୁଲିଗଲେ ବୋଲି ଆଲୋଚନା ହେଉଛି। ବିଧାନସଭାରେ ପ୍ରସଙ୍ଗ ଉଠିଥିଲେ ସରକାର କ୍ରିୟାଶୀଳ ହୋଇ କିଭଳି ବିଶ୍ୱବିଦ୍ୟାଳୟ ଆଗକୁ ଚାଲିବ ସେ ନେଇ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଥିଲା। ତାହା ହୋଇପାରିଲା ନାହିଁ। ବିରୋଧୀ ଦଳ ନେତା ଜୟନାରାୟଣ ସମ୍ବଲପୁର ବିଧାୟକ ହୋଇଥିବାରୁ ତାଙ୍କ ଉପରେ ଅଧିକ ଭରସା ରହିଥିଲା। ଏବେ ସରକାର ନିଷ୍ପତ୍ତି ନିଅନ୍ତୁ, ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ରୂପ ଭିନ୍ନ ହୋଇପାରେ ବୋଲି କହିଥିଲେ। ଅନ୍ୟପଟେ ବିରୋଧୀଦଳ ନେତା ଜୟନାରାୟଣ କହିଛନ୍ତି, ଓଏସ୍‌ଓୟୁ ପ୍ରସଙ୍ଗ ବିଧାନସଭାରେ ଉଠାଇବା ପାଇଁ କହିଥିଲେ। ହେଲେ ସମୟ ଅଭାବ ଯୋଗୁ ହୋଇପାରିଲା ନାହିଁ। ୭ଦିନିଆ ବିଧାନସଭାରେ ଶାସକ ଦଳ ଅଚଳ କରିଦେଉଥିଲେ। ଲୋକଙ୍କ ପ୍ରସଙ୍ଗ ଓ ସମସ୍ୟା ଉପରେ ଆଲୋଚନା କରିବାକୁ ଦେଉ ନ ଥିଲେ। ଏହି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ୨୦୧୫ରେ ସମ୍ବଲପୁରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଥିପାଇଁ ବିଧାନସଭାରେ ସ୍ବତନ୍ତ୍ର ଆଇନ ମଧ୍ୟ ହୋଇଛି। ପ୍ରଥମ ବର୍ଷ ୨୨୫ ଛାତ୍ରୀଛାତ୍ର ନାମ ଲେଖାଇଥିବା ବେଳେ ଏବେ ସଂଖ୍ୟା ୧ ଲକ୍ଷରୁ ଊର୍ଦ୍ଧ୍ୱ ହୋଇସାରିଛି। ପ୍ରାୟ ୪୨ ହଜାରରୁ ଅଧିକ ଛାତ୍ରୀଛାତ୍ର ଏଠାରୁ ପାସ୍‌ କରିସାରିଛନ୍ତି। ଗୋଶାଳା ବସନ୍ତପୁରରେ ୪୦ ଏକର ଜମି ବିଶ୍ୱବିଦ୍ୟାଳୟ ନାମରେ କରାଯାଇଛି। ସ୍ଥାୟୀ କ୍ୟାମ୍ପସ୍‌ ନିର୍ମାଣାଧୀନ ରହିଛି। ତିଆରି ହେଉଥିବା ଘର ଠିକ୍‌ ସମୟରେ ସରିଲା ନାହିଁ। ଶିକ୍ଷକ, ଅଣଶିକ୍ଷକ ଅଭାବ ଓ ନିଜସ୍ବ ଘର ନ ଥିବାରୁ ନାକ୍‌ ସ୍ବୀକୃତି ହରାଇଥିଲା। ନାକ୍‌ ଅନୁମତି ନ ଥିବାରୁ ୟୁଜିସି ପାଠ୍ୟକ୍ରମ ପାଇଁ ଅନୁମତି ଦେଲେ ନାହିଁ। ଏହାକୁ ନେଇ ଗତ ଶୁକ୍ରବାର ଆର୍‌ଡିସି ଅଫିସ ସମ୍ମୁଖରେ ମାନବ ଶୃଙ୍ଖଳ କରି ଏକାଧିକ ଅନୁଷ୍ଠାନ ପ୍ରତିବାଦ କରିଥିଲେ। ସାରା ରାଜ୍ୟରେ ଘରେ ଘରେ ପହଞ୍ଚତ୍ପାରିଥିବା ଏହି ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଦିଗପହଣ୍ଡିରେ ଦଣ୍ଡନାଚ ପାଇଁ ନିୟମାବଳୀ ଜାରି: ଅଶ୍ଳୀଳ ନୃତ୍ୟ ଗୀତ ଉପରେ କଟକଣା, ଉଲ୍ଲଂଘନ କଲେ…

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ମା ‘ ରୁଦ୍ରକାଳୀ ଙ୍କ ଦଣ୍ଡନାଚ ପରିବେଷଣ ପାଇଁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଏନଏସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri