ଚପିଗଲା ଆର୍‌ଡିସିଙ୍କ ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ/କୋରେଇ(ଡି.ଏନ.ଏ.), ୪ା୨: ସାରା ରାଜ୍ୟରେ ଶତାଧିକ ଶିକ୍ଷୟିତ୍ରୀ,ଶିକ୍ଷକ ନକଲି ଶିକ୍ଷାଗତ ଓ ଜାତିଗତ ପ୍ରମାଣପତ୍ର ହାସଲ କରି ଶିକ୍ଷକତା କରୁଛନ୍ତି ା ଏହାର ତାଲିକା ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ପ୍ରସ୍ତୁତ ହୋଇଛି। ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)(ସିସିଏ) ୧୯୬୨ ଆଇନର ଧାରା ୧୫ ଅନୁଯାୟୀ ସମ୍ପୃକ୍ତ ଶିକ୍ଷୟିତ୍ରୀ,ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର ଓ ଥାନାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ଏକାଧିକ ଥର ନିର୍ଦ୍ଦେଶ ହୋଇଛି। କିନ୍ତୁ ସେହି ଅଧିକାରୀମାନେ ଏହାର ଉଲ୍ଲଂଘନ କରି ଆସୁଛନ୍ତି। ଏପରି କି ତଦନ୍ତରେ ଶୀଥିଳତା, କାର୍ଯ୍ୟରେ ଅବହେଳା, ଉପଯୁକ୍ତ ତଦନ୍ତ କରୁ ନ ଥିବା ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପରିସରଭୁକ୍ତ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଗତ ୧୮ା୧୦ା୨୦୨୧ରେ ଓଡ଼ିଶାର ୨୩ ଜିଲା ଶିକ୍ଷାଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ ସମେତ ୫୫ ଜଣ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଜବାବ୍‌ ତଲବ ହୋଇଥିଲା। କିନ୍ତୁ କୌଣସି ଧାର ଧାରୁନାହିଁ। ଏହି କ୍ରମରେ ଯାଜପୁର ଜିଲା କୋରେଇ ବ୍ଲକରେ ନକଲି ପ୍ରମାଣପତ୍ର ବଳରେ ଶିକ୍ଷୟିତ୍ରୀ,ଶିକ୍ଷକ ନିଯୁକ୍ତି ଅଭିଯୋଗ ଉପରେ କଟକ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଗତ ୮ା୮ା୨୦୨୨ରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବଡ଼ଚଣା ବିଇଓଙ୍କ ନାମରେ ଅନୁରୂପ ଅଭିଯୋଗ ହୋଇଥିଲେ ହେଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ କେନ୍ଦ୍ରାପଡ଼ା ଜିଲାକୁ ବଦଳି କରାଯାଇଥିବା ଜଣାପଡିଛି। ଏଭଳି ଭାବେ ନକଲି ଶିକ୍ଷୟିତ୍ରୀ,ଶିକ୍ଷକଙ୍କୁ ସୁରକ୍ଷା ଦିଆଯାଉଥିବାରୁ ମେଧାବୀ ଡିଗ୍ରୀଧାରୀ ଛାତ୍ରୀଛାତ୍ର ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ ରହୁଥିବା ମତପ୍ରକାଶ ପାଇଛି।
ଆରଡିସି ପକ୍ଷରୁ ହୋଇଥିବା ନିର୍ଦ୍ଦେଶ ପତ୍ର ତାଲିକାରେ କୋରେଇ ବ୍ଲକ ଅସନଝର ପ୍ରାଥମିକ ସ୍କୁଲର ଅନ୍ନପୂର୍ଣ୍ଣା ଦେହୁରା ଓ ସୁଶାନ୍ତ କୁମାର ନାୟକ, ରାମକ୍ରିଷ୍ଣାପୁର ପ୍ରାଥମିକ ସ୍କୁଲର ଭଗବତୀ ଦେହୁରୀ, ଏମ୍‌ଏଲଏ ଉଚ୍ଚ ବିଦ୍ୟାପୀଠର ମୁରଲୀଧର ଦେହୁରୀ, ଧନତ୍ରୀ ପ୍ରାଥମିକ ସ୍କୁଲର ମଧୁସୁଦନ ନାୟକ, ଏସ.କେ. ଗଡିଆ ପ୍ରାଥମିକ ସ୍କୁଲର ବିପିନ ନାୟକ, କଡମା ନୋଡାଲ ସ୍କୁଲର ରାମଚନ୍ଦ୍ର ପ୍ରଧାନ, ସୋଲବନ୍ଦୀ ପ୍ରାଥମିକ ସ୍କୁଲର ପ୍ରକାଶ ଚନ୍ଦ୍ର ଜେନା ଓ ଯୁଗଳ ନୂତନ ପ୍ରାଥମିକ ସ୍କୁଲର ସରୋଜିନୀ ସ୍ବାଇଁଙ୍କ ନାମ ରହିଥିଲା। ଇତିମଧ୍ୟରେ ୫ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡିଛି। ଜିଲାର କେବଳ କୋରେଇ ବ୍ଲକ ଅଧୀନରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ନକଲି ଶିକ୍ଷକ ଛପି ରହିଥିବାବେଳେ କେବଳ ଅସନଝର ପଞ୍ଚାୟତରେ ୧୭ ଜଣ ରହିଥିବା ଅଭିଯୋଗ ହୋଇ ଆସୁଛି । ଦୁର୍ନୀତିଗ୍ରସ୍ତ ତଦନ୍ତକାରୀ ଅଧିକାରୀ ଚଞ୍ଚକତା କରି କେତେଜଣ ନକଲି ଶିକ୍ଷୟିତ୍ରୀ,ଶିକ୍ଷକଙ୍କ ନାମକୁ ଜାଣିଶୁଣି ତାଲିକାରୁ ବାଦ ଦେଇଥିବା ଅଭିଯୋଗ ହୋଇଛି। ତେଣୁ ଅଭିଯୁକ୍ତ ନକଲି ଶିକ୍ଷକ ଓ ତଦନ୍ତକାରୀ ଅଧିକାରୀମାନଙ୍କ ମଧ୍ୟରେ ଭିତିରିଆ ବୁଝାମଣା ହୋଇଥିବା ସନ୍ଦେହ କରାଯାଇଛି। ପୂର୍ବରୁ ୨ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ନକଲି ଜାତିଗତ ପ୍ରମାଣପତ୍ର ଦେଇ ପଛିକୋଟ ହାଇସ୍କୁଲ ଏବଂ କରଦା ପ୍ରାଇମେରୀ ସ୍କୁଲରେ ଚାକରି କରୁଥିବା ଅଭିଯୋଗ ପରେ ଜିଲା ଶିକ୍ଷାଧିକାରୀ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। କିନ୍ତୁ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଥାନାରେ କୌଣସି ମାମଲା କିମ୍ବା ପରବର୍ତ୍ତୀ ପଦକ୍ଷେପ ନିଆଗଲା ନାହିଁ। ଅସନଝର ପଞ୍ଚାୟତର ହରିହର ଦଳେଇ ନାମକ ଜଣେ ବ୍ୟକ୍ତି ସମାନ ଭାବେ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକରୁ ପଦୋନ୍ନତି ପାଇ ଜିଲାର ବଡ଼ଚଣା ବ୍ଲକ ଶିକ୍ଷାଧିକାରୀ (ବିଇଓ) ଭଳି ଗୁରୁତ୍ପୂର୍ଣ୍ଣ ପଦବୀରେ ରହିଥିଲେ । କୋରେଇ ଅଞ୍ଚଳର କେତେଜଣ ସାମାଜିକ କର୍ମୀ ଯାଜପୁର ଡ଼ିଇଓଙ୍କୁ ସୂଚନା ଅଧିକାର ଆଇନରେ ଏକାଧିକ ଥର ଏହି ବିଇଓ ଙ୍କ ତଥ୍ୟ ମାଗିଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ ଜଣକ ଆବେଦନକାରୀଙ୍କୁ ବିଭିନ୍ନ ପ୍ରକାର ମିଥ୍ୟା ଆଳ ଦେଖାଇ ଠକି ଚାଲିଥିଲେ। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଶିକ୍ଷା ବିଭାଗ ନକଲି ବିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲାକୁ ବଦଳି କରିଥିବା ସୂଚନା ମିଳିଛି ।
ଏ ସଂକ୍ରାନ୍ତରେ କୋରେଇ ବିଇଓ ସୁଦର୍ଶନ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଆରଡିସିଙ୍କ ନିର୍ଦ୍ଦେଶ ଅନୁସାରେ ନକଲି ଅଭିଯୁକ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ନାମରେ ଯାଞ୍ଚ କରି ବ୍ୟାସନଗର ତହସିଲଦାରଙ୍କୁ ରିପୋର୍ଟ ପଠାଯାଇଛି। ହେଲେ ତହସିଲଦାରଙ୍କ ନିକଟରୁ ଏଯାଏ କୌଣସି ରିପୋର୍ଟ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri