ଚପିଗଲା ଆର୍‌ଡିସିଙ୍କ ତଦନ୍ତ ନିର୍ଦ୍ଦେଶ

ଯାଜପୁର ଅଫିସ/କୋରେଇ(ଡି.ଏନ.ଏ.), ୪ା୨: ସାରା ରାଜ୍ୟରେ ଶତାଧିକ ଶିକ୍ଷୟିତ୍ରୀ,ଶିକ୍ଷକ ନକଲି ଶିକ୍ଷାଗତ ଓ ଜାତିଗତ ପ୍ରମାଣପତ୍ର ହାସଲ କରି ଶିକ୍ଷକତା କରୁଛନ୍ତି ା ଏହାର ତାଲିକା ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ) ପକ୍ଷରୁ ପ୍ରସ୍ତୁତ ହୋଇଛି। ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)(ସିସିଏ) ୧୯୬୨ ଆଇନର ଧାରା ୧୫ ଅନୁଯାୟୀ ସମ୍ପୃକ୍ତ ଶିକ୍ଷୟିତ୍ରୀ,ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର ଓ ଥାନାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ଏକାଧିକ ଥର ନିର୍ଦ୍ଦେଶ ହୋଇଛି। କିନ୍ତୁ ସେହି ଅଧିକାରୀମାନେ ଏହାର ଉଲ୍ଲଂଘନ କରି ଆସୁଛନ୍ତି। ଏପରି କି ତଦନ୍ତରେ ଶୀଥିଳତା, କାର୍ଯ୍ୟରେ ଅବହେଳା, ଉପଯୁକ୍ତ ତଦନ୍ତ କରୁ ନ ଥିବା ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ପରିସରଭୁକ୍ତ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଗତ ୧୮ା୧୦ା୨୦୨୧ରେ ଓଡ଼ିଶାର ୨୩ ଜିଲା ଶିକ୍ଷାଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ ସମେତ ୫୫ ଜଣ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଜବାବ୍‌ ତଲବ ହୋଇଥିଲା। କିନ୍ତୁ କୌଣସି ଧାର ଧାରୁନାହିଁ। ଏହି କ୍ରମରେ ଯାଜପୁର ଜିଲା କୋରେଇ ବ୍ଲକରେ ନକଲି ପ୍ରମାଣପତ୍ର ବଳରେ ଶିକ୍ଷୟିତ୍ରୀ,ଶିକ୍ଷକ ନିଯୁକ୍ତି ଅଭିଯୋଗ ଉପରେ କଟକ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଗତ ୮ା୮ା୨୦୨୨ରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବଡ଼ଚଣା ବିଇଓଙ୍କ ନାମରେ ଅନୁରୂପ ଅଭିଯୋଗ ହୋଇଥିଲେ ହେଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ କେନ୍ଦ୍ରାପଡ଼ା ଜିଲାକୁ ବଦଳି କରାଯାଇଥିବା ଜଣାପଡିଛି। ଏଭଳି ଭାବେ ନକଲି ଶିକ୍ଷୟିତ୍ରୀ,ଶିକ୍ଷକଙ୍କୁ ସୁରକ୍ଷା ଦିଆଯାଉଥିବାରୁ ମେଧାବୀ ଡିଗ୍ରୀଧାରୀ ଛାତ୍ରୀଛାତ୍ର ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ ରହୁଥିବା ମତପ୍ରକାଶ ପାଇଛି।
ଆରଡିସି ପକ୍ଷରୁ ହୋଇଥିବା ନିର୍ଦ୍ଦେଶ ପତ୍ର ତାଲିକାରେ କୋରେଇ ବ୍ଲକ ଅସନଝର ପ୍ରାଥମିକ ସ୍କୁଲର ଅନ୍ନପୂର୍ଣ୍ଣା ଦେହୁରା ଓ ସୁଶାନ୍ତ କୁମାର ନାୟକ, ରାମକ୍ରିଷ୍ଣାପୁର ପ୍ରାଥମିକ ସ୍କୁଲର ଭଗବତୀ ଦେହୁରୀ, ଏମ୍‌ଏଲଏ ଉଚ୍ଚ ବିଦ୍ୟାପୀଠର ମୁରଲୀଧର ଦେହୁରୀ, ଧନତ୍ରୀ ପ୍ରାଥମିକ ସ୍କୁଲର ମଧୁସୁଦନ ନାୟକ, ଏସ.କେ. ଗଡିଆ ପ୍ରାଥମିକ ସ୍କୁଲର ବିପିନ ନାୟକ, କଡମା ନୋଡାଲ ସ୍କୁଲର ରାମଚନ୍ଦ୍ର ପ୍ରଧାନ, ସୋଲବନ୍ଦୀ ପ୍ରାଥମିକ ସ୍କୁଲର ପ୍ରକାଶ ଚନ୍ଦ୍ର ଜେନା ଓ ଯୁଗଳ ନୂତନ ପ୍ରାଥମିକ ସ୍କୁଲର ସରୋଜିନୀ ସ୍ବାଇଁଙ୍କ ନାମ ରହିଥିଲା। ଇତିମଧ୍ୟରେ ୫ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଆରଡିସିଙ୍କ ତଦନ୍ତ ନିର୍ଦ୍ଦେଶ ଉପରେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡିଛି। ଜିଲାର କେବଳ କୋରେଇ ବ୍ଲକ ଅଧୀନରେ ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ନକଲି ଶିକ୍ଷକ ଛପି ରହିଥିବାବେଳେ କେବଳ ଅସନଝର ପଞ୍ଚାୟତରେ ୧୭ ଜଣ ରହିଥିବା ଅଭିଯୋଗ ହୋଇ ଆସୁଛି । ଦୁର୍ନୀତିଗ୍ରସ୍ତ ତଦନ୍ତକାରୀ ଅଧିକାରୀ ଚଞ୍ଚକତା କରି କେତେଜଣ ନକଲି ଶିକ୍ଷୟିତ୍ରୀ,ଶିକ୍ଷକଙ୍କ ନାମକୁ ଜାଣିଶୁଣି ତାଲିକାରୁ ବାଦ ଦେଇଥିବା ଅଭିଯୋଗ ହୋଇଛି। ତେଣୁ ଅଭିଯୁକ୍ତ ନକଲି ଶିକ୍ଷକ ଓ ତଦନ୍ତକାରୀ ଅଧିକାରୀମାନଙ୍କ ମଧ୍ୟରେ ଭିତିରିଆ ବୁଝାମଣା ହୋଇଥିବା ସନ୍ଦେହ କରାଯାଇଛି। ପୂର୍ବରୁ ୨ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ନକଲି ଜାତିଗତ ପ୍ରମାଣପତ୍ର ଦେଇ ପଛିକୋଟ ହାଇସ୍କୁଲ ଏବଂ କରଦା ପ୍ରାଇମେରୀ ସ୍କୁଲରେ ଚାକରି କରୁଥିବା ଅଭିଯୋଗ ପରେ ଜିଲା ଶିକ୍ଷାଧିକାରୀ ସେମାନଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। କିନ୍ତୁ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଥାନାରେ କୌଣସି ମାମଲା କିମ୍ବା ପରବର୍ତ୍ତୀ ପଦକ୍ଷେପ ନିଆଗଲା ନାହିଁ। ଅସନଝର ପଞ୍ଚାୟତର ହରିହର ଦଳେଇ ନାମକ ଜଣେ ବ୍ୟକ୍ତି ସମାନ ଭାବେ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକରୁ ପଦୋନ୍ନତି ପାଇ ଜିଲାର ବଡ଼ଚଣା ବ୍ଲକ ଶିକ୍ଷାଧିକାରୀ (ବିଇଓ) ଭଳି ଗୁରୁତ୍ପୂର୍ଣ୍ଣ ପଦବୀରେ ରହିଥିଲେ । କୋରେଇ ଅଞ୍ଚଳର କେତେଜଣ ସାମାଜିକ କର୍ମୀ ଯାଜପୁର ଡ଼ିଇଓଙ୍କୁ ସୂଚନା ଅଧିକାର ଆଇନରେ ଏକାଧିକ ଥର ଏହି ବିଇଓ ଙ୍କ ତଥ୍ୟ ମାଗିଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀ ଜଣକ ଆବେଦନକାରୀଙ୍କୁ ବିଭିନ୍ନ ପ୍ରକାର ମିଥ୍ୟା ଆଳ ଦେଖାଇ ଠକି ଚାଲିଥିଲେ। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ଶିକ୍ଷା ବିଭାଗ ନକଲି ବିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲାକୁ ବଦଳି କରିଥିବା ସୂଚନା ମିଳିଛି ।
ଏ ସଂକ୍ରାନ୍ତରେ କୋରେଇ ବିଇଓ ସୁଦର୍ଶନ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଆରଡିସିଙ୍କ ନିର୍ଦ୍ଦେଶ ଅନୁସାରେ ନକଲି ଅଭିଯୁକ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ନାମରେ ଯାଞ୍ଚ କରି ବ୍ୟାସନଗର ତହସିଲଦାରଙ୍କୁ ରିପୋର୍ଟ ପଠାଯାଇଛି। ହେଲେ ତହସିଲଦାରଙ୍କ ନିକଟରୁ ଏଯାଏ କୌଣସି ରିପୋର୍ଟ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri