ପିଆଜ କୁଇଣ୍ଟାଲ ୪୫ ଶହ ଛୁଇଁଲା

ନୂଆଦିଲ୍ଲୀ: କରୋନା କାରଣରୁ ଚାଷ ଓ ଅମଳ ମଧ୍ୟରେ ଅସମାନତା ଦେଖା ଦେବା ସହିତ ଦେଶର ପ୍ରମୁଖ ପିଆଜ ଉତ୍ପାଦନ ସ୍ଥାନ ଓ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁ ଅମଳ ବେଶ୍‌ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ପିଆଜ ବଜାର ଉପରେ ପଡ଼ିଛି। ଗୋଟିଏ ପଟେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ର ତେଲ ,ଗ୍ୟାସ୍‌, ଡାଲି, ଖାଇବା ତେଲ ଏବଂ ଆଳୁ ପରେ ପିଆଜ ଦର ବଢ଼ିବା ଯୋଗୁ ସାଧାରଣ ଲୋକ ଓ ଖାଉଟଙ୍କ ଅଣ୍ଟା ଭାଙ୍ଗି ଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶାର ବିଭିନ୍ନ ସହର ଓ ବଡ ବଡ ବଜାରରେ ପିଆଜ ଦର କୁଇଣ୍ଟାଲ ପିଛା ୪୫ରୁ ୪୭ଶହ ଟଙ୍କା ପଡୁଥିବା ବେଳେ ଖୁୁଚୁରା ବଜାରରେ କେଜି ପିଛା ୫୦ରୁ ୫୫ ଟଙ୍କା ଖାଉଟିଙ୍କୁ ଦେବାକୁ ପଡୁଛି।
ପିଆଜ ରପ୍ତାନି ଉପରେ କୌଣସି ପ୍ରତିବନ୍ଧକ ନ ଥିବାରୁ ବିଭିନ୍ନ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ସେହିପରି ଏ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ, ରାଜସ୍ଥାନ, ଗୁଜରାଟ ଆଦି ରାଜ୍ୟରେ ପିଆଜ ଫସଲ ଅମଳ ହୋଇପାରିନାହିଁ। ପିଆଜ ବଜାରକୁ ଆସିବାରେ ବିଳମ୍ବ ହେବାରୁ ଏବଂ ବଜାରରେ ଚାହିଦା ଅଧିକ ଥିବାରୁ ଦର ବୃଦ୍ଧି ହେଉଛି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସେହିଭଳି ମହାରାଷ୍ଟ୍ରର ନାସିକରେ ପିଆଜ ଦର କିଲୋ ପିଛା ୪୪ରୁ୪୫ ଟଙ୍କାରେ ବିକ୍ରି କରାଯାଉଛି। ନାସିକର ଲାସଲଗାଁଓ ମଣ୍ଡିରେ ଶନିବାର ପିଆଜି କୁଇଣ୍ଟାଲ ପିଛା ୪୫ଶହ ଟଙ୍କାରେ ରପ୍ତାନି କରାଯାଉଥିବା ଜଣାପଡିଛି। ଦେଶର ବଡ଼ ବଡ଼ ମଣ୍ଡି ମଧ୍ୟରେ ଲାସଲଗାଁଓ ମଣ୍ଡି ଅନ୍ୟତମ। ଏହି ମଣ୍ଡିର ପିଆଜ ଦର ବର୍ଷତମାମ ଅନ୍ୟ ମଣ୍ଡି ଅପେକ୍ଷା କମ୍‌ ଥାଏ। ଯଦି ଏଠାରେ ପିଆଜ କୁଇଣ୍ଟାଲ ପିଛା ଦର ବଢିଛି ତେବେ ଅନ୍ୟ ମଣ୍ଡି କଥା ସହଜରେ ଅନୁମାନ କରାଯାଇପାରେ। ଫଳରେ ଆଗାମୀ ଦିନରେ ଦେଶରେ ପିଆଜ ମୂଲ୍ୟ ଆହୁରି ବୃଦ୍ଧି ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ମଣ୍ଡିରେ ପିଆଜ ଦର ବଢିବା ସହ ରାସ୍ତାକଡ ଖୁଚୁରା ଦୋକାନୀମାନେ କେଜି ପିଛା ୫୦ ଟଙ୍କାରେ ବିକୁଥିବା ଜଣାପଡିଛି। ଗୋରଖପୁର ମେହବା ମଣ୍ଡି ନାସିକ ସୁପର ପିଆଜ ପ୍ରତି କେଜି ୪୫ରୁ ୪୮ ଦରରେ ବିକ୍ରି ହେଉଛି। ସେହିପରି ରାଜସ୍ଥାନ ଭାବନଗରରେ ଦର ୪୦ରୁ ୪୨ ଟଙ୍କା ଥିବା ବେଳେ ପଶ୍ଚିମବଙ୍ଗରେ ୩୬ରୁ ୩୮ ଟଙ୍କାରେ ବିକ୍ରି ହେଉଛି। ତେବେ ଗତବର୍ଷର ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ ଚାଷୀ ଅଧିକ ପିଆଜ ଚାଷ କରିଛନ୍ତି। ଗତବର୍ଷ ୬ ହଜାର ୯୦୦ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିଲା ବେଳେ ଚଳିତବର୍ଷ ୭ ହଜାର ୬୦୦ ହେକ୍ଟର ଜମିରେ ଚାଷ ହୋଇଛି। ହେଲେ କେତେକ ସ୍ଥାନରେ ହୋଇଥିବା ଅଦିନିଆ ବର୍ଷାରେ ପିଆଜ ଫସଲରେ ପାଣି ପଶିଯାଇଛି। ତେଣୁ ଦର ବୃଦ୍ଧି ହୋଇଥିବା ବ୍ୟବସାୟୀମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri