ପିଆଜ କୁଇଣ୍ଟାଲ ୪୫ ଶହ ଛୁଇଁଲା

ନୂଆଦିଲ୍ଲୀ: କରୋନା କାରଣରୁ ଚାଷ ଓ ଅମଳ ମଧ୍ୟରେ ଅସମାନତା ଦେଖା ଦେବା ସହିତ ଦେଶର ପ୍ରମୁଖ ପିଆଜ ଉତ୍ପାଦନ ସ୍ଥାନ ଓ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁ ଅମଳ ବେଶ୍‌ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ପିଆଜ ବଜାର ଉପରେ ପଡ଼ିଛି। ଗୋଟିଏ ପଟେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ର ତେଲ ,ଗ୍ୟାସ୍‌, ଡାଲି, ଖାଇବା ତେଲ ଏବଂ ଆଳୁ ପରେ ପିଆଜ ଦର ବଢ଼ିବା ଯୋଗୁ ସାଧାରଣ ଲୋକ ଓ ଖାଉଟଙ୍କ ଅଣ୍ଟା ଭାଙ୍ଗି ଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଓଡ଼ିଶାର ବିଭିନ୍ନ ସହର ଓ ବଡ ବଡ ବଜାରରେ ପିଆଜ ଦର କୁଇଣ୍ଟାଲ ପିଛା ୪୫ରୁ ୪୭ଶହ ଟଙ୍କା ପଡୁଥିବା ବେଳେ ଖୁୁଚୁରା ବଜାରରେ କେଜି ପିଛା ୫୦ରୁ ୫୫ ଟଙ୍କା ଖାଉଟିଙ୍କୁ ଦେବାକୁ ପଡୁଛି।
ପିଆଜ ରପ୍ତାନି ଉପରେ କୌଣସି ପ୍ରତିବନ୍ଧକ ନ ଥିବାରୁ ବିଭିନ୍ନ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ସେହିପରି ଏ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ, ରାଜସ୍ଥାନ, ଗୁଜରାଟ ଆଦି ରାଜ୍ୟରେ ପିଆଜ ଫସଲ ଅମଳ ହୋଇପାରିନାହିଁ। ପିଆଜ ବଜାରକୁ ଆସିବାରେ ବିଳମ୍ବ ହେବାରୁ ଏବଂ ବଜାରରେ ଚାହିଦା ଅଧିକ ଥିବାରୁ ଦର ବୃଦ୍ଧି ହେଉଛି ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସେହିଭଳି ମହାରାଷ୍ଟ୍ରର ନାସିକରେ ପିଆଜ ଦର କିଲୋ ପିଛା ୪୪ରୁ୪୫ ଟଙ୍କାରେ ବିକ୍ରି କରାଯାଉଛି। ନାସିକର ଲାସଲଗାଁଓ ମଣ୍ଡିରେ ଶନିବାର ପିଆଜି କୁଇଣ୍ଟାଲ ପିଛା ୪୫ଶହ ଟଙ୍କାରେ ରପ୍ତାନି କରାଯାଉଥିବା ଜଣାପଡିଛି। ଦେଶର ବଡ଼ ବଡ଼ ମଣ୍ଡି ମଧ୍ୟରେ ଲାସଲଗାଁଓ ମଣ୍ଡି ଅନ୍ୟତମ। ଏହି ମଣ୍ଡିର ପିଆଜ ଦର ବର୍ଷତମାମ ଅନ୍ୟ ମଣ୍ଡି ଅପେକ୍ଷା କମ୍‌ ଥାଏ। ଯଦି ଏଠାରେ ପିଆଜ କୁଇଣ୍ଟାଲ ପିଛା ଦର ବଢିଛି ତେବେ ଅନ୍ୟ ମଣ୍ଡି କଥା ସହଜରେ ଅନୁମାନ କରାଯାଇପାରେ। ଫଳରେ ଆଗାମୀ ଦିନରେ ଦେଶରେ ପିଆଜ ମୂଲ୍ୟ ଆହୁରି ବୃଦ୍ଧି ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ମଣ୍ଡିରେ ପିଆଜ ଦର ବଢିବା ସହ ରାସ୍ତାକଡ ଖୁଚୁରା ଦୋକାନୀମାନେ କେଜି ପିଛା ୫୦ ଟଙ୍କାରେ ବିକୁଥିବା ଜଣାପଡିଛି। ଗୋରଖପୁର ମେହବା ମଣ୍ଡି ନାସିକ ସୁପର ପିଆଜ ପ୍ରତି କେଜି ୪୫ରୁ ୪୮ ଦରରେ ବିକ୍ରି ହେଉଛି। ସେହିପରି ରାଜସ୍ଥାନ ଭାବନଗରରେ ଦର ୪୦ରୁ ୪୨ ଟଙ୍କା ଥିବା ବେଳେ ପଶ୍ଚିମବଙ୍ଗରେ ୩୬ରୁ ୩୮ ଟଙ୍କାରେ ବିକ୍ରି ହେଉଛି। ତେବେ ଗତବର୍ଷର ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ ଚାଷୀ ଅଧିକ ପିଆଜ ଚାଷ କରିଛନ୍ତି। ଗତବର୍ଷ ୬ ହଜାର ୯୦୦ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିଲା ବେଳେ ଚଳିତବର୍ଷ ୭ ହଜାର ୬୦୦ ହେକ୍ଟର ଜମିରେ ଚାଷ ହୋଇଛି। ହେଲେ କେତେକ ସ୍ଥାନରେ ହୋଇଥିବା ଅଦିନିଆ ବର୍ଷାରେ ପିଆଜ ଫସଲରେ ପାଣି ପଶିଯାଇଛି। ତେଣୁ ଦର ବୃଦ୍ଧି ହୋଇଥିବା ବ୍ୟବସାୟୀମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri