Posted inଖେଳ

୩୯ ବଲ୍‌ରେ ମାରିଥିଲେ ଶତକ, ଏବେ ୮.୩ ଓଭରରେ ଟି୨୦ ମ୍ୟାଚ୍‌ ଶେଷ କରି ଚର୍ଚ୍ଚାରେ ଏହି ବ୍ୟାଟ୍ସମ୍ୟାନ୍‌ !

ନୂଆଦିଲ୍ଲୀ,୨୩।୧: ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂକୁ ନେଇ ଟି୨୦ କ୍ରିକେଟ ରୋମାଞ୍ଚକର ହୋଇଥାଏ। ଯିଏ ଯେତେ ଚୌକା ଛକା ମାରେ, ତାର ନାଁ ସେତେ ହୋଇଥାଏ। ଠିକ ଏଭଳି କିଛି ଇଣ୍ଟରନ୍ୟାଶନାଲ ଲିଗ୍‌ ଟି୨୦(ଆଇଏଲ୍‌ଟି୨୦) ମୁକାବିଲାରେ ଦେଖିବାକୁ ମିଳିଛି। ଏଠାରେ ୮.୩ ଓଭରରେ ଟାର୍ଗେଟ ପୂରଣ କରି ଜଣେ ବ୍ୟାଟ୍ସମ୍ୟାନ୍‌ ମ୍ୟାଚ୍‌ ଶେଷ କରିଛନ୍ତି। ଶତକ କରିବାକୁ ବଞ୍ଚିତ ହୋଇଥିଲେ ହେଁ ତାଙ୍କର ୯୩ ରନ୍‌ର ଇନିଂସ ଦଳକୁ ବିଜେତା କରିଛି। ସେ ହେଲେ ଜନସନ୍‌ ଚାଲର୍‌ସ।

ଓ୍ବେଷ୍ଟଇଣ୍ଡିଜର ଜନ୍‌ସନ ଜଣେ ଉଇକେଟକିପର ବ୍ୟାଟ୍ସମ୍ୟାନ। ଜାନୁଆରୀ ୨୨ରେ ଆଇଏଲ୍‌ଟି୨୦ରେ ଦୁବାଇ କ୍ୟାପିଟାଲ୍ସ ଏବଂ ଶାରଜାହ ଓ୍ବାରିୟର୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଶାରଜାହ ପକ୍ଷରୁ ଖେଳି ଜନସନ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଫଳରେ ତାଙ୍କ ଦଳ ୫ ଉଇକେଟ ଥାଇ ବିଜେତା ହୋଇଥିଲା। ଲିଗ୍‌ରେ ଖେଳିଥିବା ୨ ମ୍ୟାଚରେ ଶାରଜାର ଏହା ପ୍ରଥମ ବିଜୟ ଥିଲା।

ଶାରଜାହ ଟିମ୍‌କୁ ୧୭୧ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ଏହାକୁ ହାସଲ କରିବାକୁ ଯାଇ ୮ ଚୌକା ଏବଂ ୬ ଛକା ସହାୟତାରେ ଜନସନ୍‌ ୯୩ ରନ୍‌ କରିଥିଲେ। ଏକୁଟିଆ ୮.୩ ଓଭର ସେ ଖେଳି ଦଳକୁ ବିଜେତା କରିବାର ସ୍କ୍ରିପ୍ଟ ଲେଖିଥିଲେ।

କହିରଖୁଛୁ, ଗତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜନସନ୍‌ ୩୯ ବଲରେ ଶତକ ମାରିଥିଲେ। ଏଭଳି କରି ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ସବୁଠାରୁ ଦ୍ରୁତ ଶତକ ମାରିଥିବା ବ୍ୟାଟ୍ସମ୍ୟାନ ଭାବେ ରେକର୍ଡ କରିଥିଲେ। ତାଙ୍କ ପୂର୍ବରୁ ୪୭ ବଲରେ ଶତକ ମାରି କ୍ରିସ ଗେଲ ଶୀର୍ଷରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ରିଫିଲିଂ ବେଳେ ଭୟଙ୍କର ବିସ୍ଫୋରଣ: ଜଳିଲା…

ଭୁବନେଶ୍ୱର,୨୧।୩: ଭରତପୁର ଥାନା କଳିଙ୍ଗନଗରରେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଉକ୍ତ ବେଆଇନ ଗ୍ୟାସ ଡିପୋରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଛାତ ଉଡି ଯାଇଥିବାବେଳେ…

ଇଦ୍‌ରେ ଝିଅ ସୋଫିଆଙ୍କୁ ନେଇ ବଡ଼ କଥା କହିଦେଲେ ବାପା ମୋକିମ୍‌, ଭବିଷ୍ୟତରେ ଭାଜପା…

ଭୁବନେଶ୍ୱର,୨୧ା୩: ଆଜି ଇଦ୍‌ ପାଳନ ଅବସରରେ ମହମ୍ମଦ ମୋକିମ୍‌ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ମୁଁ ନୂଆ ପାର୍ଟି…

ବାସନ ମାଜିଲେନି ସ୍ବାମୀ, ସ୍ତ୍ରୀ ଡାକିଲେ ପୋଲିସ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୨୧।୩: ଉତ୍ତର ପ୍ରଦେଶର ଏକ ବସ୍ତିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ସାରେ ରାତ୍ରୀଭୋଜନ ପ୍ରସ୍ତୁତ କରିବାକୁ ତାଙ୍କ ରୋଷେଇ ଘରେ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବୋଲେରୋ ଧକ୍କାରେ ସଫେଇ କର୍ମଚାରୀ ମୃତ: ରାସ୍ତାରୋକୋ କରି ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ…

ପାଇକମାଳ,୨୧।୩( ବଡ ଶତପଥୀ) : ନୃସିଂହନାଥ ମନ୍ଦିରରେ କର୍ମରତ ସଫେଇ କର୍ମଚାରୀ ସକାଳେ ନିଜ କାମ ସାରି ପୁଅକୁ ମେଡିକାଲ ନେବା ପାଇଁ ଘରକୁ ବାଇକରେ ଫେରୁଥିବାବେଳେ…

ଯୁଦ୍ଧକୁ ଡେଇଁଲା ବ୍ରିଟେନ୍‌! କଲା ବଡ଼ ଘୋଷଣା, ଆମେରିକାକୁ…

ଲଣ୍ଡନ,୨୧।୩: ବ୍ରିଟିଶ ସରକାର ହର୍ମୁଜ ଷ୍ଟ୍ରେଟ୍‌ରେ ଆମେରିକା ଜାହାଜକୁ ଟାର୍ଗେଟ କରୁଥିବା ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ବ୍ରିଟିଶରେ ଅବସ୍ଥିତ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri