Posted inଖେଳ

ଗ୍ରୀସ୍‌ରେ ଅଲିମ୍ପିକ୍ସ ମଶାଲ ପ୍ରଜ୍ୱଳିତ

ଆନସିଏଣ୍ଟ ଅଲିମ୍ପିଆ, ୧୭ା୪ (ପି.ଟି.): ଆସନ୍ତା ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଉପଲକ୍ଷେ ପ୍ରଜ୍ୱଳିତ ହୋଇଛି ଅଲିମ୍ପିକ୍ସ ମଶାଲ। ମଙ୍ଗଳବାର ଦକ୍ଷିଣ ଗ୍ରୀସ୍‌ର ଏଥେନ୍ସରେ ଥିବା ପୁରାତନ ଗେମ୍ସ ଭେନ୍ୟୁରେ ପ୍ରତିକୂଳ ପାଗ ସତ୍ତ୍ୱେ ଅଲିମ୍ପିକ୍ସ ମଶାଲରେ ଅଗ୍ନି ସଂଯୋଗ କରାଯାଇଛି। ପ୍ରାଚୀନ ଗ୍ରୀସ୍‌ର ସୂର୍ଯ୍ୟ ଦେବତା ତଥା ଆପୋଲୋଙ୍କ ଅନୁପସ୍ଥିତିରେ ମଶାଲରେ ଅଗ୍ନି ସଂଯୋଗ କରାଯାଇଥିଲା। ଆକାଶ ମେଘାଚ୍ଛନ୍ନ ଥିବାରୁ ପାରମ୍ପରିକ ଢଙ୍ଗରେ ଏହି ପ୍ରକ୍ରିୟା ସମ୍ଭବ ହୋଇ ନ ଥିଲା। ଜଣେ ଅଭିନେତ୍ରୀ ପୂଜକଙ୍କ ପୋଷାକରେ ଆପୋଲୋଙ୍କୁ ପୂଜା କରିବା ପରେ ହିଁ ଅଗ୍ନି ସଂଯୋଗ ହୋଇଥାଏ। ତେବେ ଆକାଶ ମେଘାଚ୍ଛନ୍ନ ଥିବାରୁ ବିକଳ୍ପ ବ୍ୟବସ୍ଥା ଆପଣାଇଥିଲେ ଆୟୋଜକ। ସାଧାରଣତଃ ଅଗ୍ନି ଏକ ମାଟିପାତ୍ରରେ ରଖାଯାଇଥାଏ। ସୂର୍ଯ୍ୟକିରଣ ଏକ ଦର୍ପଣରୁ ପ୍ରତିଫଳିତ ହୋଇ ଏହି ପାତ୍ର ଉପରେ ପଡିବା ପରେ ଏହାକୁ ମଶାଲରେ ସଂଯୋଗ କରାଯାଏ। ତେବେ ସୂର୍ଯ୍ୟ ଦୃଶ୍ୟମାନ ହୋଇ ନ ଥିବା କାରଣରୁ ସିଧାସଳଖ ମଶାଲରେ ଅଗ୍ନି ସଞ୍ଜୋଗ କରାଯାଇଥିଲା। ତେବେ ଏହି ଅଗ୍ନି ସଂଯୋଗ କାର୍ଯ୍ୟକ୍ରମର କିଛି ମିନିଟ ପରେ ପାଗ ସୁଧୁରିବା ସହ ସୂର୍ଯ୍ୟ ଦୃଶ୍ୟମାନ ହୋଇଥିଲେ। ପ୍ୟାରିସ ଅଲିମ୍ପିକ୍ସ ଆସନ୍ତା ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଗ୍ରୀସ୍‌ରୁ ବାହାରିଥିବା ଅଲମ୍ପିକ୍ସ ମଶାଲ ଶୋଭାଯାତ୍ରା ୩୧୦୦ ମାଇଲ ବା ୫୦୦୦ କି.ମି. ଯାତ୍ରା କରିବା ପରେ ଏପ୍ରିଲ ୨୬ରେ ଏଥେନ୍ସରେ ପ୍ୟାରିସ ଆୟୋଜକଙ୍କୁ ହସ୍ତାନ୍ତର କରାଯିବ। ଆନ୍‌ସିଏଣ୍ଟ ଅଲିମ୍ପିଆରେ ଏହି ଘଟଣା ଆମକୁ ଅତୀତ ଓ ଭବିଷ୍ୟତ ସମ୍ପର୍କରେ ଅବଗତ କରାଉଛି ବୋଲି କହିଛନ୍ତି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ମୁଖ୍ୟ ଥୋମାସ୍‌ ବାକ୍‌। ବର୍ତ୍ତମାନ ସମଗ୍ର ବିଶ୍ୱ ଯୁଦ୍ଧର ବିଭୀଷିକାରେ ଆତଙ୍କିତ ହେଉଥିବା ବେଳେ ଘୃଣା ଓ ନକାରାତ୍ମକତାରେ ଲୋକମାନେ ହତୋତ୍ସାହିତ ହୋଇପଡିଛନ୍ତି। ଏହି ମଶାଲ ଯାତ୍ରା ଲୋକଙ୍କ ମନରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିବ ବୋଲି କହିଛନ୍ତି ବାକ୍‌। ଖ୍ରୀଷ୍ଟପୂର୍ବ ୭୭୬ରୁ ୩୯୩ ଖ୍ରୀଷ୍ଟାବ୍ଦ ଯାଏ ଆନ୍‌ସିଏଣ୍ଟ ଅଲିମ୍ପିଆରେ ଅଲିମ୍ପିକ୍ସ ଗେମ୍‌ ଆୟୋଜିତ ହୋଇଥିଲା। ମଙ୍ଗଳବାର କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର ହଜାର ହଜାର ଲୋକ ଏହି କାର୍ଯ୍ୟକ୍ରମ ଦେଖିବାକୁ ଉପସ୍ଥିତ ଥିଲେ।
୨୦୨୧ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ଗ୍ରୀସ୍‌ ରୋୟର ଷ୍ଟେଫାନୋସ ଡୋସକୋସ ପ୍ରଥମ ବାହକ ଭାବରେ ଅଲିମ୍ପିକ୍ସ ମଶାଲ ଧରିବାର ଗୌରବ ଅର୍ଜନ କରିଥିଲେ। ଏଥେନ୍ସର ଐତିହାସିକ ଫ୍ରେଞ୍ଚ ବାରନ୍‌ ପିଅର୍‌ ଡି କୁବେର୍ଟିନ୍‌ ପର୍ଯ୍ୟନ୍ତ ସେ ମଶାଲ ବାହକ ହୋଇଥିଲେ। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ୩ ପଦକ ବିଜୟିନୀ ଫ୍ରାନ୍ସର ଲୌରେ ମାନାଉଡୋଉ ଦ୍ୱିତୀୟ ଆଥଲେଟ ଭାବରେ ମଶାଲ ଧରିଥିଲେ। ପରେ ୟୁରୋପିଆନ୍‌ ୟୁନିୟନ ଅଧିକାରୀ ମାର୍ଗାରିଟିସ୍‌ ଶିନାସଙ୍କୁ ଏହା ହସ୍ତାନ୍ତର କରାଯାଇଥିଲା। ଏହି ମଶାଲଟି ଏଥେନ୍ସରୁ ପୋର୍ଟ ଅଫ୍‌ ପିରାଉସ୍‌ ଯାତ୍ରା କରିବା ପରେ ୧୮୯୬ରେ ନିର୍ମିତ ଜାହାଜରେ ଏହାକୁ ପ୍ୟାରିସ୍‌ ନିଆଯିବ। ମେ ୮ ତାରିଖରେ ଏହା ପ୍ୟାରିସ୍‌ରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡରେ ପଡିଗଲେ, ବ୍ୟାଗ ଯାଞ୍ଚ ବେଳେ ମିଳିଲା…

ବଲାଙ୍ଗୀର,୨୪।୩ (ସୁନିଲ କୁମାର ମହାନ୍ତି): ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୟୁପି ଓ ବିହାରର ୨ ମହିଳା ଓ ପୁରୁଷ ।…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri