ବୃଦ୍ଧଙ୍କୁ ୧୨ କି.ମି. କାନ୍ଧରେ ବୋହିଲେ ଯବାନ

ମାଲକାନଗିର,୧।୧୦(ବ୍ୟୁରୋ): ଖଇରପୁଟ ସ୍ଥିତ ୧୫୧ ବିଏସ୍‌ଏଫ ବାଟାଲିୟନର ଯବାନମାନେ କୋମ୍ବିଂ ଅପରେଶନ ସାରି ଫେରୁଥିଲେ। ସେତିକି ବେଳେ କଦମଗୁଡା ପଞ୍ଚାୟତ ଅନ୍ତର୍ଗତ ଡାବୁଗୁଡା ଗାଁରେ ପହଞ୍ଚି ଜଣେ ୭୦ ବର୍ଷୀୟ ବୃଦ୍ଧ ଦାମୋଦର ଶିଷା ଜ୍ୱରରେ ପୀଡିତ ଥିବା ଜାଣିବାକୁ ପାଇଲେ। ପରେ ଯବାନମାନେ ବୃଦ୍ଧଙ୍କୁ ଏକ ଖଟିଆରେ ବୋହି ଡାବୁଗୁଡାଠାରୁ ଦିର୍ଘ ୧୨ କିଲୋମିଟର କାନ୍ଧରେ ବୋହି ଆଣି ଖଇରପୁଟ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଏହାପରେ ଡାକ୍ତରମାନେ ଉକ୍ତ ବୃଦ୍ଧଙ୍କୁ ଚିକିତ୍ସା କରିଥିଲେ । ବିଏସ୍‌ଏଫ ଯବାନମାନଙ୍କ ଏଭଳି ମାନବିକତା କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।