ସମ୍ପର୍କୀୟଙ୍କ ମୃତଦେହ ସଂସ୍କାର କରିବାକୁ ଆସି କୋଲାବ ଜଳଭଣ୍ଡାରରେ ବୁଡ଼ିଗଲେ ବୃଦ୍ଧ

କୋରାପୁଟ,୮ା୧୦(ସ୍ବ.ପ୍ର.): କୋରାପୁଟସ୍ଥିତ କୋଲାବ ଜଳଭଣ୍ଡାରରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କୋରାପୁଟ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଗୁରୁବାର ସକାଳେ ଜଳଭଣ୍ଡାରରେ ଦୀର୍ଘ ସମୟ ଧରି ଖୋଜିବା ପରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧଙ୍କ ନାମ ହେଲା ମଦନ କିରସାନୀ(୫୦)। ତାଙ୍କ ଘର ଲମତାପୁଟ ବ୍ଲକର ପୁରୁଣାପୁକି ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନରେ ଲମତାପୁଟ ବ୍ଲକର ପୁରୁଣାପୁକି ଗ୍ରାମର ମଦନ କିରସାନୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ମୃତଦେହ ସଂସ୍କାର କାଯର୍ର୍‌ୟକୁ ଆସି କୋଲାବ ଜଳଭଣ୍ଡାରରେ ସ୍ନାନ କରୁଥିବାବେଳେ ଜଳଭଣ୍ଡାରରେ ବୁଡ଼ିଯାଇ ନିଖୋଜ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଗୁରୁବାର କୋରାପୁଟ ଓଏସ୍‌ଏପିସ୍ଥିତ ଓଡ୍ର୍ରାଫ ପକ୍ଷରୁ ହାବିଲଦାର ଗୋପାଳ ନାୟକଙ୍କ ନେତୃତ୍ୱରେ ହାବିଲଦାର ନାଗଭୂଷଣ ପଟ୍ଟନାୟକ, ସନ୍ତୋଷ ପଣ୍ଡା, ଚନ୍ଦନ ନାୟକ, ପୂର୍ବଖିଲ, ଅନଓ୍ବର ଅଲ୍ଲୀ, ଈଶ୍ୱର ମିରିଗନ, ବି. ଏକ୍କା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରିବା ପରେ ଜଳଭଣ୍ଡାରରୁ ମୃତଦେହ ଉଦ୍ଧାର କରାଯାଇଛି।