ଅଧିକାରୀ ଦେଖିଲେ, ସ୍ଥିତି ସୁଧୁରୁନି

ଲୋଇସିଂହା,୧୬।୧(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା କୃଷି ସମବାୟ ସମିତିରେ ଖରିଫ ଧାନକିଣା ଚର୍ଚ୍ଚାରେ ରହିଛି। ଜାଲିଆତି କରି ଭାଗଚାଷୀ ସାଜି ଧାନ କିଣିବା ଅଭିଯୋଗରେ ପାକ୍ସ ଡିଇଓ ଚନ୍ଦ୍ରକାନ୍ତ ମିଶ୍ରଙ୍କୁ ସମବାୟ ବିଭାଗ ବରଖାସ୍ତ କରିଛି। ଏବେ ପୁଣି ଆଉ ଏକ ବିବାଦରେ ପାକ୍ସ ଛନ୍ଦି ହୋଇଛି। ପାକ୍ସଠାରୁ ୩ କିମି ଦୂର ଭାଲିଆମୁଣ୍ଡା ଆରଏମ୍‌ସି ସାପ୍ତାହିକ ବଜାରକୁ ମଣ୍ଡି ସ୍ଥାନାନ୍ତରିତ କରି ଧାନକ୍ରୟ କରାଯାଉଛି। ଏହାକୁ ନେଇ ବିବାଦ ଉପୁଜିଛି। କେତେକ ବୋପାରୀଙ୍କୁ ସୁହାଇଲା ଭଳି ମଣ୍ଡି ସ୍ଥାନାନ୍ତରିତ ଅଭିଯୋଗ ହୋଇଛି। ବିନା ସୁରକ୍ଷାରେ ସେଠାରେ ଖୋଲା ଆକାଶରେ ହଜାର ହଜାର ବସ୍ତା ଧାନ ପଡିରହିବା ଚାଷୀଙ୍କ ଅସନ୍ତୋଷର କାରଣ ସାଜିଛି। ଏହାକୁ ନେଇ ଆପତ୍ତି ଉଠିବାରୁ ଜିଲା ଯୋଗାଣ ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀ ଶନିବାର କ୍ଷେତ୍ର ପରିଦର୍ଶନ କରିଥିଲେ। ଅଧିକାରୀଙ୍କ ଉପସ୍ଥିତିରେ ଧାନ କିଣାଯାଇଥିଲା। ୭ଟି ଗାଡିରେ ୨୨ଶହ କୁଇଣ୍ଟାଲ ଧାନ ଉଠାଣ ହୋଇଥିବା ପାକ୍ସ ସୂତ୍ରରୁ ପ୍ରକାଶ। କ୍ରୟ ପୂର୍ବରୁ ମଣ୍ଡିରେ ଚାଷୀଙ୍କୁ ଛିଡା କରି ଫଟୋ ନେଇଥିଲେ ଅଧିକାରୀ। ସତ୍ୟତା ଜାଣିବା ପାଇଁ କେଉଁ ଚାଷୀ କେତେ ବସ୍ତା ଧାନ ଆଣିଥିଲେ ତାହା ପଚାରିଥିଲେ। ହେଲେ ଅଧିକାଂଶ ଚାଷୀ ବିକ୍ରି ପାଇଁ କେତେ ବସ୍ତା ଧାନ ଆଣିଛନ୍ତି କହିବା ଦୂରର କଥା, ଧାନର କିସମ ବି କହି ପାରି ନ ଥିବା ଜଣାପଡିଛି। ଅଧିକାରୀଙ୍କ ଆଗରେ ଚାଷୀଙ୍କ କାର୍ଡ ହାତେଇ ଧାନ କାରବାର କରୁଥିବା କେତେକ ବେପାରୀଙ୍କ ଅସଲତା ପଦାରେ ପଡି ଯାଇଥିବା ଆଲୋଚନା ହେଉଛି।
ଯୋଗୀସର୍ଡା, ବାଦିବାହାଲ ଓ ବୁଢୀପଦର ପଞ୍ଚାୟତର କେତେକ ଗ୍ରାମକୁ ନେଇ ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତି ଗଠିତ। ୨୦୨୨-୨୩ ବର୍ଷରେ ପାକ୍ସରେ ଚାଷୀଙ୍କ ଧାନବିକ୍ରି ପାଇଁ ୮୬୫ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥିମଧ୍ୟରୁ ଅଦ୍ୟାବଧି ୫୪୯ଜଣ ଚାଷୀଙ୍କ ୨୧ହଜାର ୮୪୯କୁଇଣ୍ଟାଲ ଧାନକ୍ରୟ ହୋଇଛି। ପାକ୍ସରୁ ଧାନ କିଣିବା ପାଇଁ ତୁଷୁରାର ବିକାଶ, ଶ୍ରୀଗଣେଶ ଓ ନାରାୟଣୀ ମିଲର୍ସ ଟାର୍ଗେଟ ପାଇଥିଲେ। ହେଲେ ଜିଲାପାଳ ନାରାୟଣୀକୁ ଧାନକ୍ରୟରୁ ବାତିଲ କରି ଲୋକନାଥ ମିଲର୍ସକୁ ଦାୟିତ୍ୱ ଦେଇଥିଲେ। ଲୋକନାଥ ମିଲର୍ସ ଟାର୍ଗେଟ ପାଇଥିବା ୫୫୧୦ କୁଇଣ୍ଟାଲରୁ ୧ ଶହ କୁଇଣ୍ଟାଲ କ୍ରୟ କରିବାକୁ ବାକି ରହିଛି। ସେହିପରି ଶ୍ରୀଗଣେଣ ୧୦୪୦ କୁଇଣ୍ଟାଲ ୫୯ କେଜି ଧାନ କ୍ରୟ ବାକି ରହିଛି। ଅପରପକ୍ଷେ ବିକାଶ ମିଲର୍ସ ସର୍ବାଧିକ ୧୬ ହଜାର ୧୨୫ କୁଇଣ୍ଟାଲ ୭୪ କେଜି ଟାର୍ଗେଟ ପାଇଛି। ସେଥିରୁ ୧୦ ହଜାର ୯୪୯ କୁଇଣ୍ଟାଲ ୬୮ କେଜି ଏବେ ସୁଦ୍ଧା କ୍ରୟ କରିଛି। ମିଲର୍ସଙ୍କ ଅସହଯୋଗ ଯୋଗୁ ମଣ୍ଡିରୁ ଧାନ ଉଠାଣରେ ବାଧକ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏଥିସହିତ କଟ୍‌ନୀଛଟନି ଏକ ପ୍ରମୁଖ ସମସ୍ୟା ହୋଇଛି। ସମିତି ପରିସରରେ ତାର ଜାଲି ସହ ସିସି କ୍ୟାମେରା ଲାଗିଛି। ଏହାସତ୍ତ୍ୱେ ଚାଷୀଙ୍କ ଧାନ ଚୋରି ଅଭିଯୋଗ ହୋଇଆସୁଥିଲା। ଏବେ ପାକ୍ସଠାରୁ ୩ କିମିଦୂର ଖୋଲା ସ୍ଥାନରେ ଧାନ କିଣିବା ଏବଂ ବିନା ସିସ କ୍ୟାମେରାରେ ହଜାରହଜାର ବସ୍ତା ଧାନ ପଡି ରହିବା ଚାଷୀଙ୍କୁ ସଂଶୟରେ ପକାଇଛି। ଏବେବି ୧୨ ଶହ କୁଇଣ୍ଟାଲ ଧାନ ମଣ୍ଡିର ଖୋଲା ଆକାଶ ତଳେ ପଡି ରହିଛି ଏବଂ ଚାଷୀମାନେ ଶୀତକାକରରେ ଜଗି ରହିଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri