ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ ୩ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଏଠାରେ ବିଧାୟକ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ମାତ୍ର ଭାଜପା, ଓ ବିଜେଡିରୁ ଟିକେଟ ପାଇଁ ଲବି ଚଳାଇ ନିରାଶ ହୋଇଥିବା ଆଶାୟୀମାନେ ଏବେ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି। ସେମାନଙ୍କୁ ମନେଇବା ପାଇଁ ଉଭୟ ଦଳ ଚେଷ୍ଟା ଚଳାଇଛନ୍ତି। ହେଲେ ଏ ଦିଗରେ ଦଳ ସଫଳ ହେବା ଅପେକ୍ଷା ସ୍ଥିତି ଜଟିଳ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ବିଜେଡିର ଅନସୂୟା ପାତ୍ର ଏବଂ ଭାଜପାର ସନାତନ ବିଜୁଳିଙ୍କ ନାମ ଘୋଷଣା ବହୁ ପୂର୍ବରୁ ହୋଇସାରିଛି। ଉଭୟ ନିଜନିଜ ଦଳର ଅସନ୍ତୁଷ୍ଟଙ୍କୁ ମନାଇବାରେ ବ୍ୟସ୍ତଥିବା ଦେଖିବାକୁ ମିଳୁଛି। ବିଜେଡି ପ୍ରାର୍ଥତ୍ନୀ ଅନସୂୟାଙ୍କ ପ୍ରଚାର ମଙ୍ଗ ଧରିଛନ୍ତି ତାଙ୍କ ସ୍ବାମୀ ତଥା ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର। ଦକ୍ଷ ସଂଗଠକ ତଥା ପୂର୍ବତନ ରଣଜୀ ଖେଳାଳି ଲଲାଟେନ୍ଦୁ ବେହେରା ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ। ଟିକେଟ ନ ମିଳିବାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବେ ବୋଲି ତାଙ୍କ ନିକଟତମ ଲୋକଙ୍କ ଶୁଣିବାକୁ ମିଳୁଛି। ସେହିପରି ବିକାଶ ଚନ୍ଦ୍ର ସେଠୀ ଗତ କିଛି ମାସ ହେବ ବିଜେଡି ଟିକେଟ ପାଇଁ ଭୁବନେଶ୍ବରରେ ଡେରା ପକାଇ ନିରାଶ ହୋଇଛନ୍ତି। ଟିକେଟ ଘୋଷଣା ପରେ ସେ ଓ ତାଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ଅଛନ୍ତି। ଆଉ ଦଳୀୟ ପ୍ରାର୍ଥୀଙ୍କୁ ପାନେ ଚଖାଇବା ସୁଯୋଗ ଅପେକ୍ଷାରେ ଥିବା ଆଲୋଚନା ହେଉଛି। ଆଉ ଜଣେ ସାମାଜିକ କର୍ମୀ କରମଚାନ୍ଦ କାଳନ୍ଦି ମଧ୍ୟ ବିଜେଡି ଟିକେଟ ଦୌଡ଼ରେ ଆଗରେ ଥିଲେ। ହେଲେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିପାରିନାହିଁ। ତେଣୁୁ ସେ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମହିଳା ଆଶାୟୀ ଅଞ୍ଜନା ବେହେରା ଶିକ୍ଷୟିତ୍ରୀ ଚାକିରିରୁ ଇସ୍ତଫା ଦେଇ ସମାଜସେବାରେ ଲାଗିଥିଲେ। ବିଜେଡି ଏଠାରେ ମହିଳା ପ୍ରାର୍ଥୀ ଭାବେ ଅନସୂୟାଙ୍କୁ ଟିକେଟ ଦେବା ପରେ ସେ ମଧ୍ୟ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ଭାବେ ନାମାଙ୍କନ ଭରିବେ ବୋଲି ଆଲୋଚନା ଜୋର ଧରିଛି। ଦଳୀୟ ନେତୃତ୍ୱ ଅସନ୍ତୁଷ୍ଟଙ୍କୁ କୌଣସି ଉପାୟରେ ବୁଝାଶୁୁଝା କରି ନାମାଙ୍କନ ଦାଖଲରୁ ନିବୃତ୍ତ କଲେ ମଧ୍ୟ ସେମାନଙ୍କ ସଂଗଠନ ଭାଜପାକୁ ଭିତିରି ସମର୍ଥନ କରି ଦଳୀୟ ପ୍ରାର୍ଥୀଙ୍କୁ ଅଡ଼ୁଆରେ ପକାଇବାକୁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ହେଉଛି।
ଭାଜପାର ମଧ୍ୟ ସମାନ ଅବସ୍ଥା। ଆଶାୟୀ ମାନସ ରଞ୍ଜନ ବେହେରା ଟିକେଟ ନ ପାଇବାରୁ ଏବେ ନବ ନିର୍ମାଣ କୃଷକ ସଂଗଠନର ପ୍ରାର୍ଥୀ ହେବାକୁ ଯାଉଛନ୍ତି। ଦୀର୍ଘବର୍ଷ ଧରି ସେ ରାଜନୀତିରେ ସକ୍ରିୟ ରହିବା ଏବଂ ତାଙ୍କ ସପକ୍ଷରେ ବିଶ୍ବହିନ୍ଦୁ ପରିଷଦର ସମର୍ଥନ ଥିବା ଯୋଗୁ ଦଳୀୟ ପ୍ରାର୍ଥୀଙ୍କ ସେ ପାଇଁ ବାଧକ ସାଜି ପାରନ୍ତି ବୋଲି କୁହାଯାଉଛି। ମୟୂରଭଞ୍ଜ ଜିଲା ପରିଷଦ ୨୪ନଂ. ଜୋନର ବିଜେଡି ସଦସ୍ୟ ଜଗନ୍ନାଥ ମଲ୍ଲିକ ଶଙ୍ଖ ଛାଡି ପଦ୍ମ ଧରିଥିଲେ। ମାତ୍ର ଦଳ ସନାତନ ବିଜୁଳିଙ୍କ ଉପରେ ଆସ୍ଥା ରଖି ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପରେ ସେ କେଉଁ କୂଳକୁ ହୋଇ ପାରିନାହାନ୍ତି। ତେଣୁ ଉଭୟ ଦଳର କିଛି ଅସନ୍ତୁଷ୍ଟ ତାଙ୍କୁ ସ୍ବାଧୀନ ଭାବେ ଲଢ଼ିବାକୁ ପ୍ରବର୍ତ୍ତାଉ ଥିବା କୁହାଯାଉଛି। ଉଭୟ ପ୍ରମୁଖ ଦଳର କେତେକ ଅସନ୍ତୁଷ୍ଟ ନେତାଙ୍କୁ ମନେଇବା ସହଜ ହୋଇପାରୁନାହିଁ। ଏଭଳି ସ୍ଥିତିରେ ଉଭୟ ଦଳର ଅସନ୍ତୁଷ୍ଟ କର୍ମକର୍ତ୍ତାଙ୍କ ସମର୍ଥନ କଂଗ୍ରେସ ସପକ୍ଷରେ ଯାଇପାରେ ବୋଲି ଚର୍ଚ୍ଚା ଚାଲିଛି। ତେବେ ସାମାଜିକ କର୍ମୀ କ୍ଷୀରୋଦ ଚନ୍ଦ୍ର ପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ଏଠାରେ ତ୍ରିମୂଖୀ ଲଢ଼େଇ ହେବା ଦିନକୁ ଦିନ ସ୍ପଷ୍ଟ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri