ନୂଆବର୍ଷରେ ହ୍ରାସ ପାଇଲା ପର୍ଯ୍ୟଟକଙ୍କ ସଂଖ୍ୟା

ମାଲକାନଗିରି,୧ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦରମହକୁମା ଠାରୁ ୫ କିଲୋମିଟର ଦୂର ସତୀଗୁଡ଼ା ଜଳଭଣ୍ଡାରକୁ ଲାଗି ରହିଥିବା ସତୀଗୁଡ଼ା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଏବଂ ଚିତ୍ରକୋଣ୍ଡାଠାରେ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀରେ ପୂର୍ବବର୍ଷ ଭଳି ନୂଆବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା କମ୍‌ ଦେଖିବାକୁ ମିଳିଛି। ପ୍ରତିବର୍ଷ ନୂଆବର୍ଷରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏହି ଦୁଇଟି ପର୍ଯ୍ୟଟନସ୍ଥଳୀକୁ ପରିଭ୍ରମଣରେ ଆସି ବଣଭୋଜି କରି ମଜା ନେବା ସହ ନୌବିହାର, ଶିଶୁ ଉଦ୍ୟାନ, ବିଭିନ୍ନ ପ୍ରାକୃତିକ ବୃକ୍ଷରାଜି, ଫୁଲ ବଗିଚା, ଦୋଳି ଖେଳ, ପାଣି ନିର୍ଝର ସହ ପ୍ରାକୃତିକ ପରିବେଶକୁ ଉପଭୋଗ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଉଭୟ ପର୍ଯ୍ୟଟନସ୍ଥଳୀ ପରିସରରେ ବନବିଭାଗ ପକ୍ଷରୁ ବଣଭୋଜି ନିଷେଧ କରାଯାଇଥିବାରୁ ଛତିଶଗଡ଼, ଆନ୍ଧ୍ର, ଏବଂ ମାଲକାନଗିରି ସହ ଅନ୍ୟ ଜିଲାରୁ ଆସିଥିବା ପର୍ଯ୍ୟଟକମାନେ ନିରାଶ ହୋଇ ଫେରି ଯାଉଥିବା ଦେଖିବାକୁ ମିଳିଛି। ଯଦ୍ୱାରା ଚଳିତ ବର୍ଷ ରାଜସ୍ବ ଆଦାୟ ବାଧାପ୍ରାପ୍ତ ହୋଇଛି। ଏ ସମ୍ବନ୍ଧରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଶୋଇ ପ୍ରକାଶ କରିଛନ୍ତି, ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟଟନସ୍ଥଳୀ ପରିସରରେ କ୍ୟାଣ୍ଟିନ ବ୍ୟବସ୍ଥା କରାଯିବା ସହ ସେମାନଙ୍କର ଖାଦ୍ୟପେୟ, ଜଳଖିଆ ଇତ୍ୟାଦି ବ୍ୟବସ୍ଥା ଅଛି। ବଣଭୋଜି ଦ୍ୱାରା ପର୍ଯ୍ୟଟନସ୍ଥଳୀ ପରିବେଶ ଉପରେ କୁପ୍ରଭାବ ପଡୁଥିବାରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ବଣଭୋଜିକୁ ନିଷେଧ କରାଯାଇଛି। ତେବେ ପର୍ଯ୍ୟଟନସ୍ଥଳୀକୁ ଲାଗି ରହିଥିବା ଅନ୍ୟ ଏକ ସ୍ଥାନରେ ବଣଭୋଜି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାର ଯୋଜନା ଅଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri