ବଢ଼ୁଛି ଘରୋଇ ହସ୍ପିଟାଲ ସଂଖ୍ୟା, ହେଉନି ଯାଞ୍ଚ

କଟକ,୧୫।୭(ଶିଳ୍ପା ପ୍ରିୟଦର୍ଶିନୀ): କଟକ ସହରରେ ଏବେ ଘରୋଇ ହସ୍ପିଟାଲ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଘରୋଇ ହସ୍ପିଟାଲରେ ସରକାରଙ୍କ କୌଣସି ନିୟମ ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ରୋଗୀଙ୍କ ଚିକିତ୍ସାରେ ବହୁ ବାଧା ସୃଷ୍ଟି ହେବା ସହ ଜୀବନ ସହ ଖେଳୁଛନ୍ତି କର୍ତ୍ତୃପକ୍ଷ। ଯଦି ନିୟମ ପାଳନ କରାଯାଇଥାନ୍ତା ତା’ହେଲେ ଶନିବାର ପୁରୀଘାଟ ନିକଟସ୍ଥ ଘରୋଇ ନର୍ସିଂହୋମ ତ୍ରିଶାରେ ଏପରି ଅଗ୍ନିକାଣ୍ଡ ହୁଏତ ଘଟି ନ ଥାନ୍ତା। ଘରୋଇ ହସ୍ପିଟାଲଗୁଡ଼ିକରେ କେଉଁଠି ପାର୍କିଂ ବ୍ୟବସ୍ଥା ନାହିଁ ତ କେଉଁଠି ଜରୁରୀକାଳୀନ ପ୍ରସ୍ଥାନ, ବିଲ୍‌ଡ଼ିଂ ପ୍ଲାନ୍‌ ଅନୁମୋଦନ ନାହିଁ। ମୁଖ୍ୟତଃ ଅଗ୍ନିନିରାପତ୍ତା ବ୍ୟବସ୍ଥା ଓ ଲାଇସେନ୍ସ ମଧ୍ୟ ନାହିଁ। ଏପରିକି ହସ୍ପିଟାଲ ଚଲାଇବା ପାଇଁ ଡିଏମ୍‌ଇଟି କାର୍ଯ୍ୟାଳୟ କିମ୍ବା ସିଡିିଏମ୍‌ଓ କାର୍ଯ୍ୟାଳୟରୁ ଆବଶ୍ୟକ ଅନୁମୋଦିତ ପତ୍ର ନାହିଁ। ହସ୍ପିଟାଲ ମାଲିକମାନେ କେବଳ ଲୋକଦେଖାଣିଆ ହସ୍ପିଟାଲ କାନ୍ଥରେ ଫାୟାର ଏକ୍ସଷ୍ଟିଂଙ୍ଗ୍ୟୁଶର ଲଗାଇ ବେଧଡ଼କ ଭାବେ କାର୍ଯ୍ୟ କରୁଛନ୍ତି, ଯେଉଁଥିରେ ରୋଗୀଙ୍କ ଜୀବନ ବାଜି ଲାଗୁଛି। କଟକ ସହରର ରାଣୀହାଟ, ମଙ୍ଗଳାବାଗ, କଲେଜଛକ, କାଠଗୋଲା ରୋଡ଼ ଅଞ୍ଚଳରେ ମାଳ ମାଳ ହସ୍ପିଟାଲ ରହିଛି। କିନ୍ତୁ ନିୟମ ଅନୁଯାୟୀ ଏହାର ଯାଞ୍ଚ କରାଯାଉଛି କି ନାହିଁ ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପଟେ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, କଟକ ଜିଲାରେ ମୋଟ୍‌ ୩୬୩ଟି ପଞ୍ଜୀକୃତ ଘରୋଇ ହସ୍ପିଟାଲ ରହିଛି। ସେଥିମଧ୍ୟରୁ କଟକ ସହରରେ ୨୭୪ ଓ ଜିଲାରେ ୮୯ଟି ହସ୍ପିଟାଲ ରହିଛି। କିନ୍ତୁ ପଞ୍ଜୀକୃତ ହସ୍ପିଟାଲଠାରୁ ଦୁଇଗୁଣା ଅଧିକ ହସ୍ପିଟାଲ ଥିବା ଜଣାପଡ଼ିଛି। କଟକ ଜିଲାରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ରହିଛି ସତ, କିନ୍ତୁ କର୍ମଚାରୀ ଅଭାବରୁ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ୩୬୩ଟି ପଞ୍ଜୀକୃତ ହସ୍ପିଟାଲ ପାଇଁ ଅଧିକ କର୍ମଚାରୀ ଆବଶ୍ୟକ ଥିବାବେଳେ ଏବେ ମାତ୍ର ଦୁଇଜଣଙ୍କୁ ନେଇ ସ୍କ୍ବାଡ୍‌ ସୀମିତ ରହିଛି। ଏପରିକି ଗତ ୭ମାସ ମଧ୍ୟରେ ଗୋଟିଏ କ୍ଲିନିକ୍‌ ଉପରେ ଚଢ଼ାଉ ହୋଇଛି। ପରେ ଏନ୍‌ଏଚ୍‌ଆରସି ନିର୍ଦ୍ଦେଶ ଯୋଗୁ ହାତ ବାନ୍ଧି ବସିଛି ଉକ୍ତ ସ୍କ୍ବାଡ୍‌। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଅନୁସାରେ କ୍ଲିନିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ ଅନୁଯାୟୀ, ବିନା ସେଫ୍ଟି ସାର୍ଟିଫିକେଟ୍‌ରେ ହସ୍ପିଟାଲର ଚାଲି ପାରିବ ନାହିଁ । ସେହିପରି ୩୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଲାଇସେନ୍ସ ଦେବାର କ୍ଷମତା ଜିଲା ପ୍ରଶାସନର ରହିଥିବାବେଳେ ୩୦ରୁ ଅଧିକ ଶଯ୍ୟା ହେଲେ ଏନେଇ ଡିଏମ୍‌ଇଟି ଲାଇସେନ୍ସ ପ୍ରଦାନ କରିଥାନ୍ତି ବୋଲି ସୂନଚା ରହିଛି। ଜିଲାରେ ସ୍କ୍ବାଡ୍‌ ଥାଇ ମଧ୍ୟ କାହିଁକି ଯାଞ୍ଚ କରାଯାଉ ନାହିଁ। ଏପରିକି ଏନ୍‌ଏଚ୍‌ଆରସି ନିର୍ଦ୍ଦେଶକୁ ମଧ୍ୟ ଅଧିକାରୀମାନେ ଫାଙ୍କି ଦେଉଥିବା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମକରନ୍ଦ ବେଉରା କହିଛନ୍ତି, ପଞ୍ଜୀକୃତ ହସ୍ପିଟାଲଗୁଡ଼ିକ ଉପରେ ନଜର ରହିଛି।ସେଭଳି କୌଣସି ଅଭିଯୋଗ ହେଲେ ପଦକ୍ଷେପ ଗ୍ରହଣ କରାଯିବ। ସ୍କ୍ବାଡ୍‌ରେ ଅଧିକ କର୍ମଚାରୀ ଆବଶ୍ୟକ। ଏନେଇ ପୂର୍ବରୁ ସରକାରଙ୍କୁ ଅବଗତ କରାଇଛୁ। କର୍ମଚାରୀ ସଂଖ୍ୟା ବଢ଼ିଲେ ଯାଞ୍ଚ ପ୍ରକ୍ରିୟା ଠିକ୍‌ ଭାବେ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri