ମ୍ୟୁଚୁଆଲ ଫଣ୍ଡ୍‌ରେ ବଢୁଛି ମହିଳା ନିବେଶକଙ୍କ ସହଭାଗୀ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ଘରୋଇ ମ୍ୟୁଚୁଆଲ ପଣ୍ଡ ଶିଳ୍ପରେ ମହିଳାମାନଙ୍କର ସହଭାଗୀ ବଢୁଥିବାବେଳେ ଉଭୟ ଦେଶ ଓ ରାଜ୍ୟର ମହିଳାଙ୍କ ସଂଖ୍ୟା ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଉଛି। ଏପରିକି କ୍ରମାଗତ ଭାବେ ଶିଳ୍ପରେ ମହିଳା ନିବେଶକମାନେ ପୂର୍ବାପେକ୍ଷା ଅଧିକ ନିବେଶ ଓ ଶିଳ୍ପ ସହ ଜଡ଼ିତ ହୋଇଛନ୍ତି ବୋଲି ଆକ୍ସିସ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ମହିଳା ନିବେଶ ଆଚରଣ ରିପୋର୍ଟ-୨୦୨୪’ଶୀର୍ଷକ ଏକ ଅଧ୍ୟୟନ ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।

ଅପରପକ୍ଷରେ ୧କୋଟିରୁ ଅଧିକ ଆକ୍ସିସ୍‌ ମ୍ୟୁଚୁଆଲ ଫଣ୍ଡ ଗ୍ରାହକଙ୍କ ତଥ୍ୟକୁ ବିଶ୍ଳେଷଣକରି ଏହି ରିପୋର୍ଟ ଉନ୍ମୋଚନ ହୋଇଛି। ଏପରିକି ଦେଶବ୍ୟାପୀ ଏକ ଗୁଣାତ୍ମକ ମାନର ସର୍ବେକ୍ଷଣ କରାଯାଇ ‘ମହିଳା ନିବେଶ ଆଚରଣ ରିପୋର୍ଟ ୨୦୨୪’ଶୀର୍ଷକ ଏକ ଅଧ୍ୟୟନ ରିପୋର୍ଟ ନିକଟରେ ଉନ୍ମୋଚିତ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ୫ ବର୍ଷ (୨୦୧୯ ମାର୍ଚ୍ଚ ୩୧ରୁ ୨୦୨୩ ଡିସେମ୍ବର ୩୧) ମଧ୍ୟରେ ଭୁବନେଶ୍ୱରର ମହିଳା ନିବେଶକମାନେ ୨.୮ ଗୁଣ ବୃଦ୍ଧି ପାଇଛନ୍ତି। ଏହି ସମୟ ମଧ୍ୟରେ ଭୁବନେଶ୍ୱରର ମହିଳା ନିବେଶକଙ୍କ ଏୟୁଏମ୍‌ ୨.୫ ଗୁଣ ବୃଦ୍ଧି ପାଇଛି। ଉକ୍ତ ସମୟ ସୀମା ମଧ୍ୟରେ ସାରା ଓଡ଼ିଶାରେ ମହିଳା ନିବେଶକଙ୍କ ଏୟୁଏମ୍‌ରେ ୨.୨ ଗୁଣ ଅଭିବୃଦ୍ଧି ଘଟିଛି।

ସେହିଭଳି ଏହି ଅଧ୍ୟୟନର ଫଳାଫଳରୁ ଜଣାପଡ଼ିଛି ଯେ ପ୍ରାୟ ୭୨% ମହିଳା ନିବେଶକ ବର୍ତ୍ତମାନ ସ୍ବାଧୀନ ନିବେଶ ନିଷ୍ପତ୍ତି ନେଉଛନ୍ତି। ଏହି ରିପୋର୍ଟ ଅନୁସାରେ ଆର୍ଥତ୍କ ସ୍ବାଧୀନତା ଏବଂ ଅଭିବୃଦ୍ଧି ହାସଲ ପାଇଁ ମହିଳା ନିବେଶକମାନେ ଗ୍ରହଣ କରିଥିବା ସକ୍ରିୟ ଆଭିମୁଖ୍ୟ ଉପରେ ବିସ୍ତୃତ ଆଲୋକପାତ କରାଯାଇଛି ଏବଂ ଦୀର୍ଘମିଆଦୀ ପୁଞ୍ଜିନିବେଶ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି। ଏହି ଅଧ୍ୟୟନର ମହତ୍ତ୍ୱ ବିଷୟରେ ଆକ୍ସିସ୍‌ ଏଏମ୍‌ସିର ଏମ୍‌ଡି ତଥା ସିଇଓ ବି. ଗୋପକୁମାର କହିଛନ୍ତି, ଅଧିକରୁ ଅଧିକ ଲୋକ ମ୍ୟୁଚୁଆଲ ପଣ୍ଡରେ ସାମିଲ ହେଉଛନ୍ତି।

ବିଶେଷକରି ମହିଳାମାନେ ସେମାନଙ୍କ ଆର୍ଥତ୍କ ରଣନୀତିର ଅଂଶ ବିଶେଷ ଭାବେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ନିଷ୍ପତ୍ତି ଗ୍ରହଣ କରୁଥିବାରୁ ମ୍ୟୁଚୁଆଲ୍‌ ଫଣ୍ଡ୍‌ ଶିଳ୍ପ ଏକ ଚମତ୍କାର ପରିବର୍ତ୍ତନ ଦେଇ ଗତି କରୁଛି। ଏପରିକି ଆକ୍ସିସ୍‌ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ନିବେଶ ଢାଞ୍ଚା ଉପରେ କାର୍ଯ୍ୟକରୁଛି। ସେହିପରି ଆମର ଗବେଷଣା ରିପୋର୍ଟରୁ ଜଣାପଡିଛି ଯେ ଆକ୍ସିସ୍‌ ମ୍ୟୁଚୁଆଲ ଫଣ୍ଡ ଗ୍ରାହକ ସଂଖ୍ୟାରେ ମହିଳାମାନେ ୩୦% ଏବଂ ମୋଟ ଏୟୁଏମ୍‌ର ୩୫% ସେମାନଙ୍କ ପାଖରେ ରହିଛି। ଏପରିକି ବିକଶିତ ନିବେଶକ ପରିଦୃଶ୍ୟକୁ ଭଲ ଭାବେ ବୁଝିବା ଓ ମହିଳାଙ୍କ ପସନ୍ଦ ବିଷୟରେ ଅବଗତ ହେବା ସହ ନିରନ୍ତର ଅଭିବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ପ୍ରୟାସ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩୫ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା: ଚୁନା ହୋଇଗଲା କାର

ଧୂଷୁରୀ,୧୬।୧୧,(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଛକ ନିକଟରେ ଆରଡି-ଭଦ୍ରକ ୩୫ ନମ୍ବର ରାଜ୍ୟ ରାଜପଥରେ...

‘ଫ୍ଲେଶ୍‌’ର ସ୍ରଷ୍ଟା

ହିତ୍ୟ କ୍ଷେତ୍ରରେ ବିଶ୍ୱର ସର୍ବମାନ୍ୟ ନୋବେଲ ପୁରସ୍କାର ପରେ ବୁକର୍‌ ପ୍ରାଇଜ୍‌ର ମର୍ଯ୍ୟାଦା ରହିଛି। ପ୍ରତିବର୍ଷ ଏହି ସମୟକୁ ସାହିତି୍ୟକ ଓ ସାହିତ୍ୟପ୍ରେମୀ ଅନାଇ ବସିଥାଆନ୍ତି...

ବାଜେଲୋକଙ୍କ ଜୟଗାନ

ଚଣ୍ଡ ଘୃଣା ସହ ଅଜସ୍ର ବିରକ୍ତି ସୂଚକ ‘ବାଜେଲୋକ’ର ଏ ଉଚ୍ଚାରଣ ଯେଉଁ ଚରିତ୍ର ପାଇଁ ଅଭିପ୍ରେତ, ତାଙ୍କର ପୁଣି ଜୟଗାନ। ଜଣଙ୍କ ପ୍ରତି ଅତୃପ୍ତି...

ନୂତନ ଭାରତର ସ୍ଥିତି

କିଛିବର୍ଷ ପୂର୍ବେ ନୀତି ଆୟୋଗ କହିଥିଲେ, ଭାରତର ର଼୍ୟାଙ୍କ ସୂଚିତ ହୋଇଥିବା ସମସ୍ତ ଅଣତିରିଶ(ପରବର୍ତ୍ତୀ ସମୟରେ ୩୨ ହୋଇଛି) ବିଶ୍ୱ ସୂଚକାଙ୍କ ପାଇଁ ଗୋଟିଏ ଏକକ,...

ଡିଏସ୍‌ପି, ଆଇଆଇସିଙ୍କ ବଦଳି ଅଙ୍କ ଛିଣ୍ଡୁନି

ଭୁବନେଶ୍ୱର,୧୬ା୧୧(ତ୍ରିନାଥ ମହାନ୍ତି): ରାଜ୍ୟ ପୋଲିସ ବିଭାଗରେ ସବୁକିଛି ଠିକ୍‌ଠାକ୍‌ ଚାଲିନାହିଁ। ଡିଏସ୍‌ପି, ଆଇଆଇସିଙ୍କ ବଦଳି ଓ ନୂଆ ଦାୟିତ୍ୱକୁ ନେଇ ଅଙ୍କ ଛିଣ୍ଡୁନି। ଫଳରେ ପଦୋନ୍ନତି...

ଜାତୀୟ ପ୍ରେସ୍‌ ଦିବସ: ଭ୍ରମାତ୍ମକ ଖବର ଓ ଗଣମାଧ୍ୟମର ବିଶ୍ୱସନୀୟତା

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ଗଣମାଧ୍ୟମ ସଦା ଦେଶ ଓ ସମାଜ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସୁଛି। ସତ୍ୟର ସନ୍ଧାନ, ନିରପେକ୍ଷ ଖବର ପ୍ରସାରଣ...

ହେଲା କନଫର୍ମ… ଏହିଦିନ ଇସ୍ତଫା ଦେବେ ନୀତୀଶ! ଜାଣନ୍ତୁ କିଏ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ

ପାଟନା,୧୫।୧୧: ବିହାରରେ ନୂଆ ସରକାର ଗଠନ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଫଳାଫଳ ପରେ, ଭାଜପା ଏବଂ ଏନଡିଏ ମେଣ୍ଟ ଏକ ବଡ଼...

ଲାଞ୍ଜିଗଡ଼ର ବିକାଶ ପାଇଁ ଜିଲାପାଳଙ୍କୁ ଭେଟିଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼,୧୫ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସହରକୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ରୂପେ ଘୋଷଣା କରାଯିବା ପାଇଁ ରାଜ୍ୟ ସରକାରଙ୍କୁ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri