ବଢୁଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା

ରାଉରକେଲା,୧୫।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ବର୍ଷ ୯ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗର ଶିକାର ହେଉଥିବା ଜଣାପଡିଛି। ସେହିପରି ସମୁଦାୟ କିଡ୍‌ନୀ ରୋଗୀଙ୍କ ମଧ୍ୟରୁ ପ୍ରତିବର୍ଷ ୫ପ୍ରତିଶତ ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ବର୍ତ୍ତମାନ ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ୍‌)ରେ ମୋଟ ୮୦ଜଣ କିଡ୍‌ନୀ ରୋଗୀଙ୍କ ଡାଏଲିସିସ ଚାଲିଛି। ରାଉରକେଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ରୋଗ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ ହେଉଥିଲେ ମଧ୍ୟ ସଫଳତା ମିଳିପାରିନାହିଁ।
ସୂଚନା ଅନୁସାରେ, କିଡ୍‌ନୀ ରୋଗୀ ପ୍ରଚୁର ଜଳପାନ କରିବା ଆବଶ୍ୟକ। ଏହି ଜଳରେ ଆଇରନ ମାତ୍ରା ୭୦ପ୍ରତିଶତରୁ କମ୍‌ ରହିବା ଆବଶ୍ୟକ। କୂପ ଓ ନଲକୂପ ପାଣି ଅଧିକ ଆଇରନଯୁକ୍ତ ଥାଏ। ପାଇପ ଲାଇନ ଜଳ ପରୀକ୍ଷଣ ହୋଇ ବିତରଣ ହେଉଥିବାରୁ ଏଥବରେ ଆଇରନ ଅଂଶ କମ୍‌ ଥାଏ। ଏହି କାରଣରୁ ପାଇପ ଲାଇନ ଜଳ କିଡ୍‌ନୀ ରୋଗୀଙ୍କ ପାଇଁ ଉତ୍କୃଷ୍ଟ ସାବ୍ୟସ୍ତ ହୋଇଥାଏ। ମାତ୍ର ସହରରେ ଏଯାଏ ୪୧ ଓ୍ବାର୍ଡ ମଧ୍ୟରୁ ଅଧିକାଂଶ ଓ୍ବାଡର୍ର୍ରେ ପାଇପ ଲାଇନ ସଂଯୋଗ ହୋଇନାହିଁ। ଫଳରେ ସହରର ୪୦ଭାଗ ଲୋକ ଅଧିକ ଆଇରନଯୁକ୍ତ ପାଣି ବ୍ୟବହାର କରୁଛନ୍ତି। ସହରର ପ୍ରତ୍ୟେକ ଗଳିକନ୍ଦିରେ ଅପମିଶ୍ରିତ ମସଲା ଏବଂ ତୈଳ ଜାତୀୟ ଖାଦ୍ୟ ସହ ବିନା ପରୀକ୍ଷଣରେ ବିଭିନ୍ନ କମ୍ପାନୀ ଦ୍ୱାରା ନିର୍ମିତ ଅବୈଧ ପ୍ଲାଷ୍ଟିକ ବୋତଲ ପାଣି ଖୁଲମଖୁଲା ବିକ୍ରି ହେଉଛି। ଖାଦ୍ୟ ସୁରକ୍ଷା ବିଭାଗ ଚଢାଉ କରୁଥିଲେ ମଧ୍ୟ ଏଥିରେ କଟକଣା ଲଗାଇ ପାରୁନି। ଏହା କିଡ୍‌ନୀ ରୋଗ ବୃଦ୍ଧିର ବାହକ ସାଜୁଛି।
ଆରଜିଏଚ୍‌ରେ ଫିଷ୍ଟୁଲା ସର୍ଜରୀ ବ୍ୟବସ୍ଥା ନ ହେବା କିଡ୍‌ନୀ ରୋଗୀମାନଙ୍କ ଡାଏଲିସିସରେ ବ୍ୟାଘାତ ସୃଷ୍ଟି କରୁଛି। ଅନ୍ୟପଟେ ଆର୍‌ଜିଏଚ୍‌ରେ ରାହୀ କେୟାର ସଂସ୍ଥାକୁ ଡାଏଲିସିସ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ଉକ୍ତ ସଂସ୍ଥା ପକ୍ଷରୁ ୧୦ଟି ନେଗେଟିଭ ଓ ଗୋଟିଏ ପଜିଟିଭ (ହେପାଟାଇଜ-ସି ମେଶିନ ସହିତ ଏଚ୍‌ଆଇଭି ଆଣ୍ଟିବଡି ପରୀକ୍ଷଣ) ଯନ୍ତ୍ର ରହିଛି। ଏପର୍ଯ୍ୟନ୍ତ ଡାଏଲିସିସ ଲାଗି ଅତି ଆବଶ୍ୟକ ଫିଷ୍ଟୁଲା ସର୍ଜରୀ ମେଶିନ ସହ ଅନେକ ଜରୁରୀ ଆନୁଷଙ୍ଗିକ ଯନ୍ତ୍ର ସ୍ଥାପିତ ହୋଇନାହିଁ। ଡାଏଲିସିସ ବିଭାଗ ନେଫ୍ରୋଲୋଜି ବିଶେଷଜ୍ଞ ବିହୀନ। ବିଭାଗର ସବୁ ଦାୟିତ୍ୱ ଜଣେ ଏମବିବିଏସ ଡାକ୍ତରଙ୍କ ଭରସାରେ ଚାଲିବା ଆରଜିଏଚ୍‌ରେ ଅସଜଡା ଭିତ୍ତିଭୂମିକୁ ପ୍ରମାଣ କରୁଛି। ଏ ନେଇ ରାହୀ କେୟାର ସଂସ୍ଥାର ପରିଚାଳକ ରୂପେଶ ରଥଙ୍କୁ ପଚାରିବାରୁ ସେ କହିଲେ, ସହରରେ ଜଳ, ମସଲା ଓ ତୈଳଜାତ ଦ୍ରବ୍ୟ ସହ ଅତ୍ୟଧିକ ମାତ୍ରାରେ ବିନା ଡାକ୍ତରୀ ପ୍ରେସକିପ୍ସନରେ ଔଷଧ ଓ ପେନକିଲର ବ୍ୟବହାର ବୃଦ୍ଧି ପାଉଛି। ଏଥିସହ ଅତ୍ୟଧିକ ନିଶାଦ୍ରବ୍ୟ ବ୍ୟବହାର ମଧ୍ୟ ଏହାର କାରଣ ସାଜୁଛି। ବର୍ତ୍ତମାନ ଆରଜିଏଚ୍‌ କିଡ୍‌ନୀ ବିଭାଗରେ ମୋଟ ୮୦ଜଣ ରୋଗୀଙ୍କ ଚିକିତ୍ସା ଚାଲିଥିବା ସେ କହିଥିଲେ। ଏ ସମ୍ପର୍କରେ ଆର୍‌ଜିଏଚ୍‌ର ମେଡ଼ିସିନ ବିଶେଷଜ୍ଞ ଡାକ୍ତର ଏସ୍‌. ଏ. ଖାନ କୁହନ୍ତି, ମୁଖ୍ୟତଃ ଆଇରନଯୁକ୍ତ ଜଳ ବିଶେଷ ପ୍ରଭାବ ପକାଉଛି। ଏହାସହିତ ଅଧିକ ପେନକିଲର ମେଡିସିନ ବ୍ୟବହାର ଏବଂ ଉଚ୍ଚରକ୍ତଚାପ ଓ ମଧୁମେହ ରୋଗ ହ୍ରାସ ନ ହେବା ମଧ୍ୟ କାରଣ ସାଜିଛି। ମସଲା ଓ ତୈଳଯୁକ୍ତ ଅସନ୍ତୁଳିତ ଖାଦ୍ୟ ମଧ୍ୟ ପ୍ରଭାବ ପକାଉଛି। ତେବେ ବିଶୋଧବତ ଜଳ ପିଇବା ଆବଶ୍ୟକ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri