୧୩୨ ଛୁଇଁଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୨୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ୨୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଛି। ଚିହ୍ନଟ ୨୫ ଜଣଙ୍କ ମଧ୍ୟରୁ ବଡବିଲ ଅଞ୍ଚଳରୁ ଗୋଟିଏ ଲୋକାଲ କେସ ରହିଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏହା ଜଣାପଡ଼ିଛି। ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ତାମିଲନାଡ଼ୁରୁ ୧୧, କର୍ଣ୍ଣାଟକରୁ ୫, ମହାରାଷ୍ଟ୍ରରୁ ୩, ଦିଲ୍ଲୀରୁ ୩, କେରଳରୁ ୧ ଓ ପଶ୍ଚିମବଙ୍ଗ ରୁ ୧ ଜଣ ଫେରିଥିବା ଜଣାପଡିଛି। ସେମାନେ ଘଷିପୁରା, ଘଟଗାଁ, ହାଟଡ଼ିହୀ, ହରିଚନ୍ଦନପୁର, ସଦର ବ୍ଲକ ଅଞ୍ଚଳର ବୋଲି ସୂଚନା ଦିଆଯାଇଛି। ସମସ୍ତେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସଙ୍ଗରୋଧରେ ଥିଲେ। ସେମନଙ୍କୁ କେନ୍ଦୁଝର କୋଭିଡ-୧୯ ହସ୍ପିଟାଲକୁ ଚିକିତ୍ସା ଲାଗି ପଠାଯାଇଛି । ଜିଲାର ୧୩୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ଅନ୍ୟ ୫୨ ଜଣ ଚିକିତ୍ସାଧୀନ ଅଛନ୍ତି।