ଢେଙ୍କାନାଳରେ କଲରାପତରିଆଙ୍କ ସଂଖ୍ୟା ବଢୁଛି

ଢେଙ୍କାନାଳ,୨୮।୨(ରତନ ନାୟାର): ଢେଙ୍କାନାଳ ଜିଲାରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାରେ ପ୍ରାୟ ୧୦ଟି କଲରାପତରିଆ ବାଘ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଶେଷ ହୋଇଥିବା ବାଘ ଗଣନାରୁ ଜଣାପଡିଛି। ହିନ୍ଦୋଳ ରେଞ୍ଜ୍‌ କନ୍ଧରା ଓ କାମାକ୍ଷାନଗର ପଶ୍ଚିମାଞ୍ଚଳ ଏବଂ ମହାବୀର ରୋଡ୍‌ ରେଞ୍ଜ୍‌ ମଧ୍ୟରେ ଥିବା ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଅଧିକ ସଂଖ୍ୟାରେ କଲରାପତରିଆ ବାଘ ଥିବା ଟ୍ରାପ୍‌ କ୍ୟାମେରାରୁ ଜଣାପଡିଛି।
ପ୍ରକାଶ ଯେ, ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜର କନ୍ଧରା ସଂରକ୍ଷିତ ଜଙ୍ଗଲର ପରିସୀମା ହେଉଛି ୧୧୪୧୧.୧୫ ହେକ୍ଟର। ଏହା ସବୁଠାରୁ ଘଞ୍ଚ ହୋଇଥିବାବେଳେ ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଓ କଟକ ଜିଲାର ବଡମ୍ବା ଏବଂ ନରସିଂହପୁର ସଂରକ୍ଷିତ ଜଙ୍ଗଲକୁ ଏହାର ସୀମା ଲାଗିରହିଛି। ତେଣୁ ବନ୍ୟପ୍ରାଣୀଙ୍କ ବିଚରଣ ପାଇଁ ଏହା ଏକ ଉତ୍ତମ ଅଞ୍ଚଳ ହୋଇପାରିଛି। ଏହି କାରଣରୁ କନ୍ଧରା ଜଙ୍ଗଲକୁ ବନ୍ୟପ୍ରାଣୀଙ୍କ ପାଇଁ ସ୍ବର୍ଗ ସଦୃଶ ବୋଲି କୁହାଯାଉଛି। କଲରାପତରିଆ ବାଘ ଗୋଟିଏ ଜାଗାରେ ରହନ୍ତି ନାହିଁ। ଏହା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଥାନ୍ତି। ତେଣୁ କନ୍ଧରା ଜଙ୍ଗଲରେ ଥିବା କଲରାପତରିଆ ବାଘ ଅଧିକାଂଶ ସମୟରେ ସାତକୋଶିଆ ଅଭୟାରଣ୍ୟ ଏବଂ ବଡମ୍ବା ଓ ନରସିଂହପୁର ଜଙ୍ଗଲ ଆଡକୁ ଯିବାଆସିବା କରିଥାନ୍ତି। ସାତକୋଶିଆ ଏବଂ ବଡମ୍ବା ନରସିଂହପୁର ଜଙ୍ଗଲକୁ କନ୍ଧରା ଜଙ୍ଗଲ ଲାଗିଥିବା ଯୋଗୁ ଭବିଷ୍ୟତରେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଏହା ଏକ ପ୍ରମୁଖ ଅଞ୍ଚଳ ହେବ ବୋଲି ବନ ବିଭାଗ ଅଧିକାରୀମାନେ ଆଶା ପ୍ରକଟ କରିଛନ୍ତି। ଢେଙ୍କାନାଳ ଜିଲାରେ ପୂର୍ବ ଅପେକ୍ଷା କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିବା ବନବିଭାଗ ପାଇଁ ଏକ ଖୁସି ଖବର ବୋଲି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର କହିଛନ୍ତି, ଚଳିତ ବାଘ ଗଣନାରେ ଢେଙ୍କାନାଳ ଜିଲାରେ ମହାବଳ ବାଘ ନ ଥିବା ଜଣାପଡିଛି। କିନ୍ତୁ ଯେ ପର୍ଯ୍ୟନ୍ତ ପୂରା ସଂଖ୍ୟା ମିଳିନାହିଁ ସେଯାଏ ପ୍ରାୟ ୧୦ଟି କଲରାପତରିଆ ବାଘ ଥିବା କ୍ୟାମେରା ଟ୍ରାପ୍‌ ଓ ଅନ୍ୟାନ୍ୟ ପ୍ରମାଣରୁ ଜଣାପଡିଛି। କଲରାପତରିଆ ବାଘ ଅଧିକା ରହିବା ନିଶ୍ଚିତ ଖୁସି ଖବର।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri