ଢେଙ୍କାନାଳରେ କଲରାପତରିଆଙ୍କ ସଂଖ୍ୟା ବଢୁଛି

ଢେଙ୍କାନାଳ,୨୮।୨(ରତନ ନାୟାର): ଢେଙ୍କାନାଳ ଜିଲାରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାରେ ପ୍ରାୟ ୧୦ଟି କଲରାପତରିଆ ବାଘ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଶେଷ ହୋଇଥିବା ବାଘ ଗଣନାରୁ ଜଣାପଡିଛି। ହିନ୍ଦୋଳ ରେଞ୍ଜ୍‌ କନ୍ଧରା ଓ କାମାକ୍ଷାନଗର ପଶ୍ଚିମାଞ୍ଚଳ ଏବଂ ମହାବୀର ରୋଡ୍‌ ରେଞ୍ଜ୍‌ ମଧ୍ୟରେ ଥିବା ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ଅଧିକ ସଂଖ୍ୟାରେ କଲରାପତରିଆ ବାଘ ଥିବା ଟ୍ରାପ୍‌ କ୍ୟାମେରାରୁ ଜଣାପଡିଛି।
ପ୍ରକାଶ ଯେ, ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜର କନ୍ଧରା ସଂରକ୍ଷିତ ଜଙ୍ଗଲର ପରିସୀମା ହେଉଛି ୧୧୪୧୧.୧୫ ହେକ୍ଟର। ଏହା ସବୁଠାରୁ ଘଞ୍ଚ ହୋଇଥିବାବେଳେ ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଓ କଟକ ଜିଲାର ବଡମ୍ବା ଏବଂ ନରସିଂହପୁର ସଂରକ୍ଷିତ ଜଙ୍ଗଲକୁ ଏହାର ସୀମା ଲାଗିରହିଛି। ତେଣୁ ବନ୍ୟପ୍ରାଣୀଙ୍କ ବିଚରଣ ପାଇଁ ଏହା ଏକ ଉତ୍ତମ ଅଞ୍ଚଳ ହୋଇପାରିଛି। ଏହି କାରଣରୁ କନ୍ଧରା ଜଙ୍ଗଲକୁ ବନ୍ୟପ୍ରାଣୀଙ୍କ ପାଇଁ ସ୍ବର୍ଗ ସଦୃଶ ବୋଲି କୁହାଯାଉଛି। କଲରାପତରିଆ ବାଘ ଗୋଟିଏ ଜାଗାରେ ରହନ୍ତି ନାହିଁ। ଏହା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଥାନ୍ତି। ତେଣୁ କନ୍ଧରା ଜଙ୍ଗଲରେ ଥିବା କଲରାପତରିଆ ବାଘ ଅଧିକାଂଶ ସମୟରେ ସାତକୋଶିଆ ଅଭୟାରଣ୍ୟ ଏବଂ ବଡମ୍ବା ଓ ନରସିଂହପୁର ଜଙ୍ଗଲ ଆଡକୁ ଯିବାଆସିବା କରିଥାନ୍ତି। ସାତକୋଶିଆ ଏବଂ ବଡମ୍ବା ନରସିଂହପୁର ଜଙ୍ଗଲକୁ କନ୍ଧରା ଜଙ୍ଗଲ ଲାଗିଥିବା ଯୋଗୁ ଭବିଷ୍ୟତରେ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଏହା ଏକ ପ୍ରମୁଖ ଅଞ୍ଚଳ ହେବ ବୋଲି ବନ ବିଭାଗ ଅଧିକାରୀମାନେ ଆଶା ପ୍ରକଟ କରିଛନ୍ତି। ଢେଙ୍କାନାଳ ଜିଲାରେ ପୂର୍ବ ଅପେକ୍ଷା କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିବା ବନବିଭାଗ ପାଇଁ ଏକ ଖୁସି ଖବର ବୋଲି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର କହିଛନ୍ତି, ଚଳିତ ବାଘ ଗଣନାରେ ଢେଙ୍କାନାଳ ଜିଲାରେ ମହାବଳ ବାଘ ନ ଥିବା ଜଣାପଡିଛି। କିନ୍ତୁ ଯେ ପର୍ଯ୍ୟନ୍ତ ପୂରା ସଂଖ୍ୟା ମିଳିନାହିଁ ସେଯାଏ ପ୍ରାୟ ୧୦ଟି କଲରାପତରିଆ ବାଘ ଥିବା କ୍ୟାମେରା ଟ୍ରାପ୍‌ ଓ ଅନ୍ୟାନ୍ୟ ପ୍ରମାଣରୁ ଜଣାପଡିଛି। କଲରାପତରିଆ ବାଘ ଅଧିକା ରହିବା ନିଶ୍ଚିତ ଖୁସି ଖବର।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri