କେନ୍ଦ୍ରାପଡ଼ାରେ ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା ଅଫିସ, ୨ା୬: ଅନୁପ୍ରବେଶ ଓ ଆତଙ୍କବାଦ ସହ କେନ୍ଦ୍ରାପଡ଼ା ଜିଲାର ସଂଯୋଗ ରହିଥିବା ବେଳେ ଜିଲା ପ୍ରଶାସନ ଅଥବା ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଜିଲାର ୪୮ କିଲୋମିଟର ଖୋଲାମେଲା ସମୁଦ୍ର ତଟ ଏବେ ବି ମୁକୁଳା ହୋଇଥିବାରୁ ଅନୁପ୍ରବେଶକାରୀ ପଶି ଆସିବା ନେଇ ଜିଲାବାସୀ ଭୟଭୀତ ଅଛନ୍ତି। ୨୦୦୮ରେ ବମ୍ବେ ଆକ୍ରମଣ ପରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ନଜର ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଏନ୍‌ଆଇଏ ଦ୍ୱାରା ସନ୍ଧିଗ୍ଧ ଆତଙ୍କବାଦୀ କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ତେଣ୍ଡାକୁଡା ଗଁାର ହବିବୁର ରହେମାନ ୨୦୧୮ରେ ଧରା ପଡିବା ପରେ ଏ ନେଇ ଆଲୋଚନା ହୋଇଥିଲା। ୨୦୦୭ରେ ରାଜସ୍ଥାନର ଭାରତ ପାକିସ୍ଥାନ ସୀମାରୁ ଗିରଫ ହୋଇଥିବା କେନ୍ଦ୍ରାପଡା ଜିଲା ଟାଉନ ଥାନା ଅନ୍ତର୍ଗତ ରଣପଡାର ମହମ୍ମଦ ଜାଭେଦଙ୍କୁ ରାଜସ୍ଥାନ ପୋଲିସ ୨୦୧୦ରେ ଏଠାକୁ ଆସି ଖୋଜିଥିଲେ। ଏଥିସହ ଭିତରକନିକା ଅଞ୍ଚଳରୁ ପୂର୍ବରୁ ବେଆଇନ ରେଡିଓ ଷ୍ଟେଶନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଥିଲା। ଏବେ ମଧ୍ୟ ସି ସଟଲ ମାଧ୍ୟମରେ ବାଂଲାଦେଶୀ ଏହି ଜିଲାକୁ ପଶି ଆସି ବସବାସ କରୁଥିବା ବହୁ ଅଭିଯୋଗ ରହିଛି। ଏପରି କି ବାଂଲାଦେଶର ଅମିତ ରାୟଙ୍କ ଭିସା ଓ ଅନ୍ୟ କାଗଜପତ୍ର ଜିଲା ପ୍ରଶାସନ ୨୦୧୮ରେ ଜବତ କରିଛି। ଏହାସତ୍ତ୍ୱେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଜିଲାର ଉପାନ୍ତ ଅଞ୍ଚଳରେ ବଢ଼ି ଚାଲିଥିବା ଆଲୋଚନା ହେଉଛି।

ଏ ନେଇ ବୁଦ୍ଧିଜୀବୀ ରମେଶ ଚନ୍ଦ୍ର ସୁତାର କହିଛନ୍ତି, ୨୦୦୫ରେ ଜିଲା ପ୍ରଶାସନ ୧୫୫୧ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଥିଲେ। ତେବେ ଚିହ୍ନଟକୁ ନେଇ ଆପତ୍ତି ଅଭିଯୋଗ ପରେ ଦେଶରୁ ବିଦା କରିବା ସମ୍ଭବ ହୋଇନାହିଁ। ଜିଲାରେ ୩ ସାମୁଦ୍ରିକ ଥାନା ଅଛି। ତେବେ କର୍ମଚାରୀ ଓ ଭିତ୍ତିଭୂମି ଅଭାବରୁ ବାଂଲାଦେଶୀ ଅନୁପ୍ରବେଶକୁ ରୋକାଯାଇ ପାରୁନାହିଁ। ଜିଲାର ଉପାନ୍ତ ଅଞ୍ଚଳ ଏବେ ବଙ୍ଗ ଭାଷୀଙ୍କ ସଂଖ୍ୟା ଓଡ଼ିଆ ଭାଷୀଙ୍କଠାରୁ ବହୁ ଗୁଣରେ ଅଧିକ ହୋଇଥିବା ସେ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଏବେ ବାଂଲାଦେଶୀଙ୍କ ଭିଡ ଅଧିକ ହେଉଛି। ଏଥିପାଇଁ ସମୁଦ୍ର ପଥ, କୋଲକତା ଓ ମାଲକାନାଗିରି ରାସ୍ତା ସେମାନଙ୍କୁ ବେଶ ସୁହାଉଛି। ଏହାବ୍ୟତିତ ପୂର୍ବରୁ ରହୁଥିବା ବାଂଲାଦେଶୀ ସେମାନଙ୍କ ପାଇଁ ଏଠାରେ ରହିବାର ସମସ୍ତ ବାଧା ହଟାଇବା ପାଇଁ ବ୍ୟବସ୍ଥା କରୁଛନ୍ତି। ଏଠାରେ ଜନ୍ମିତ ବୋଲି ପ୍ରମାଣିତ କରିବାକୁ ସ୍ଥାନୀୟ ଶିକ୍ଷାନୁଷ୍ଠାନରୁ ପାଠ ପଢ଼ିଥିବା ପ୍ରମାଣପତ୍ର ଯୋଗାଇ ଦେବାଠାରୁ ଆରମ୍ଭ କରି ସରକାରୀ ଯୋଜନାରେ ସାମିଲ କରୁଛନ୍ତି। ଏପରି କି ସେମାନେ ଭୂମିହୀନ ଦର୍ଶାଇ ବସୁନ୍ଧରା ଯୋଜନାରେ ଘର ପାଇଁ ଜମି ନେଉଛନ୍ତି। ସାମାଜିକ କର୍ମୀ ପ୍ରତାପ କୁମାର ପାଢୀ କୁହନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟୀକରଣ ଏହି ଜିଲାରେ ଜରୁରୀ ହୋଇ ପଡିଥିବା ବେଳେ ଆତଙ୍କବାଦର ଏଠାରେ ରହି ଦେଶ ବିରୋଧରେ କାର୍ଯ୍ୟ କରିବା ଅସମ୍ଭବ ନୁହେଁ। ଏ ସମ୍ପର୍କରେ ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡାଙ୍କୁ ପଚାରିବାରେ ସାମୁଦ୍ରିକ ଥାନାର ଭିତ୍ତିଭୂମିକୁ ଉନ୍ନତିକରଣ କରାଯାଉଛି। ନିକଟରେ ସାମୁଦ୍ରିକ ଥାନାରେ କର୍ମଚାରୀଙ୍କ ଅଭାବ ଦୂର ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri