କୋରାପୁଟରେ ପ୍ରତିଦିନ ୧୦୦ ଟପୁଛି କରୋନା ପଜିଟିଭ୍‌ ସଂଖ୍ୟା

କୋରାପୁଟ,୧୯ା୯(ସ୍ବ.ପ୍ର.): କୋରାପୁଟ ଜିଲାରେ ଗତ କିଛିଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପୁଛି। ଜିଲାରେ ଶନିବାର ଆଉ ୧୧୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨ଟି ରିପିଟ କେସ୍‌ ରହିଛି। ତେଣୁ ବାସ୍ତବରେ ଜିଲାରୁ ୧୧୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୧୬କୁ ବୃଦ୍ଧିପାଇଛି । ଚିହ୍ନଟ ୧୧୨ଜଣଙ୍କ ମଧ୍ୟରେ ୭୮ ଜଣ ପୁରୁଷ ଏବଂ ୩୪ ଜଣ ମହିଳା ରହିଛନ୍ତି। ସେହିପରି କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୬, ପୂର୍ବ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ୪୩ ଓ ୬୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲାପାଳ ସାମାଜିକ ଦୂରତା ଅବଲମ୍ବନ କରିବା, ମାସ୍କ ପିନ୍ଧିବାକୁ ପୁନର୍ବାର ଅନୁରୋଧ କରିଛନ୍ତି।