୩ ଶହ ଟପିଲା କେନ୍ଦୁଝରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର, ୧୩୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସୋମବାର ଆଉ ୨୩ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୮ରେ ପହଞ୍ଚିଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଜଣେ ହୋମ୍‌ କ୍ୱାରାଣ୍ଟଇନ୍‌ ଏବଂ ଅନ୍ୟ ୧୭ ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛନ୍ତି॥ ୧୭ ଲୋକଲ କଣ୍ଟାକ୍ଟ ବଡ଼ବିଲ୍‌ ପୌରପାଳିକ ଅଞ୍ଚଳର ହୋଇଥିବା ବେଳେ ସମସ୍ତେ ପୂର୍ବରୁ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି। ଜଣେ ସଦର ବ୍ଲକର ହୋମ କରେଣ୍ଟଇନରେ ଥିଲେ। ଅନ୍ୟ ୫ଜଣ ସାହରପଡ଼ା ଓ ପଟଣା ବ୍ଲକ ଅଞ୍ଚଳ କ୍ୱାରାଣ୍ଟଇନ ସେଣ୍ଟରରେ ଥିଲେ। ଜିଲାରେ ମୋଟ ୩୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୭ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି।