ପ୍ରଥମ ଥର କାର୍‌ କିଣୁଥିବା ଗ୍ରାହକ ବଢ଼ିଲେ

ନୂଆଦିଲ୍ଲୀ,୩।୮: କୋଭିଡ୍‌-୧୯ ଯୋଗୁ ଲୋକମାନେ ବାହାରକୁ ଯିବାକୁ ଭୟ କରୁଛନ୍ତି। ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ ସରକାର କହିଛନ୍ତି। ଅପରପକ୍ଷରେ ସାଧାରଣ ପରିବହନ ବ୍ୟବସ୍ଥାରେ ଯିବା ଆସିବା କରିବା ଲାଗି ଲୋକଙ୍କ ମଧ୍ୟରେ ଆଶଙ୍କା ଉପୁଜୁଛି। ଗତ କିଛିମାସ ଧରି ଦେଶର ଅଟୋମୋବାଇଲ ବଜାର ପ୍ରଭାବିତ ସ୍ଥିତିରେ ଥିବା ବେଳେ ଏଥିରେ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି। ପ୍ରଥମଥର କାର୍‌ କିଣୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ବେଳେ ଯେଉଁମାନଙ୍କ ନିକଟରେ କାର୍‌ ରହିଛି ସେମାନେ ମଧ୍ୟ ଅତିରିକ୍ତ ଯାନ କିଣୁଥିବା ଏକ ରିପୋର୍ଟ ସାମ୍ନାକୁ ଆସିଛି। ଦେଶର ପ୍ରମୁଖ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ କୁହଯାଇଛି ଯେ, ଲୋକମାନେ ସାଧାରଣ ପରିବହନ ବ୍ୟବସ୍ଥା ପରିବର୍ତ୍ତେ ନିଜ ଯାନରେ ଯିବା ଆସିବା କରିବା ଲାଗି ଗୁରୁତ୍ୱ ଦେଉଛନ୍ତି। ଦେଶ ମଧ୍ୟରେ ଜୁଲାଇ ମାସରେ ଯାନ ବିକ୍ରି ବଢିଛି। ବର୍ତ୍ତମାନ ଉପୁଜିଥିବା ସ୍ବାସ୍ଥ୍ୟ ସଙ୍କଟ ସ୍ଥିତିରେ ଅଟୋମୋବାଇଲ ବଜାରକୁ ଟ୍ରାକ୍‌କୁ ଫେରାଇ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କମ୍ପାନୀ ସୂଚନା ଦେଇଛି।
ସେହିଭଳି ଦେଶର ଅର୍ଥ ବ୍ୟବସ୍ଥାର ସ୍ଥିତି କିଭଳି ରହୁଛି ତାହା ଅଟୋମୋବାଇଲ ବଜାରର ଦୀର୍ଘମିଆଦି ବିକ୍ରି ଉପରେ ନିର୍ଭର କରେ ବୋଲି କମ୍ପାନୀ ପକ୍ଷରୁ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କମ୍ପାନୀର ବିକ୍ରି ଓ ବିପଣନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ, ପ୍ରଥମ ଥର କାର୍‌ କ୍ରୟ କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ବିଶେଷ ପରିବର୍ତ୍ତନ ଆସିଛି। କାର୍‌ ବଦଳାଉଥିବା ଲୋକଙ୍କ ସଂଖ୍ୟା କମିଛି। ଏହାବାଦ ଅତିରିକ୍ତ ଯାନ କିଣୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଲୋକମାନେ ସାଧାରଣ ପରିବହନ ବ୍ୟବସ୍ଥାରେ ଯିବାକୁ ଆଶଙ୍କା କରୁଥିବାରୁ ଏଭଳି ସ୍ଥିତି ଶିଳ୍ପରେ ଦେଖାଯାଇଛି।
ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ମାରୁତି ପ୍ରଥମ ଥର କାର କିଣୁଥିବା ଗ୍ରାହକଙ୍କ ସଂଖ୍ୟାରେ ୫.୫% ବୃଦ୍ଧି ଘଟି ୫୧-୫୩% ସ୍ତର ଛୁଇଁଛି। ୨୦୧୯-୨୦ ଆର୍ଥତ୍କ ବର୍ଷ ଶେଷ ତ୍ରୈମାସ ତୁଳନାରେ ଏଭଳି ବୃଦ୍ଧି ରେକର୍ଡ କରାଯାଇଛି। ସେହିଭଳି ଯାନ କ୍ରୟ ଲାଗି ଲୋକମାନେ କରୁଥିବା ଇନ୍‌କ୍ୱାରି ବା ପଚରାଉଚୁଚା କୋଭିଡ୍‌ ପୂର୍ବ ତୁଳନାରେ ୮୫ରୁ ୯୦% ବଢିଯାଇଛି। ମିନି ଏବଂ କମ୍ପାକ୍ଟ ଯାନ କ୍ରୟ କରିବା ନେଇ ପ୍ରାୟ ୬୫% ଗ୍ରାହକ ଜାଣିବାକୁ ଚାହୁଁଛନ୍ତି। ପୂର୍ବରୁ ଏହା ୫୫% ରହିଥିଲା। ଜୁଲାଇରେ ମାରୁତିର ମିନି କାର ସେଗ୍‌ମେଣ୍ଟ ଅଲ୍‌ଟୋ ଏବଂ ଏସ୍‌ପ୍ରେସୋ ବିକ୍ରି ୪୯.୧% ବଢି ୧୭,୨୫୮ ୟୁନିଟ ରହିଛି। ଗତବର୍ଷ ଏହି ବିକ୍ରି ୧୧,୫୫୭ ୟୁନିଟ୍‌ ରହିଥିଲା। ଅପରପକ୍ଷରେ କମ୍ପାକ୍ଟ ଯାନ ବର୍ଗରେ ଓ୍ବାଗନର, ସ୍ବିଫ୍ଟ, ସେଲେରିଓ, ଇଗ୍ନିସ, ବଲେନୋ ଏବଂ ଡିଜାୟାର ବିକ୍ରି ୧୦% ବଢ଼ି ୫୧,୨୨୯ ୟୁନିଟ୍‌ ରହିଛି। ଏହା ଗତବର୍ଷ ଜୁଲାଇରେ ୫୭,୫୧୨ ୟୁନିଟ୍‌ ରହିଥିଲା।

କମ୍ପାନୀଗୁଡ଼ିକର ବିକ୍ରିରେ ଉନ୍ନତି
କୋଭିଡ୍‌ ଯୋଗୁ ପ୍ରଭାବିତ ସ୍ଥିତିରେ ରହିଥିବା ଅଟୋମୋବାଇଲ କମ୍ପାନୀଗୁଡିକର ବିକ୍ରିରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହୋଇଛି। ପ୍ରମୁଖ କମ୍ପାନୀ ମାରୁତି ସୁଜୁକିର ଘରୋଇ ବଜାରରେ ବିକ୍ରି ଜୁଲାଇ ମାସରେ ୧.୩% ବଢିଥିବା ଜଣାପଡିଛି। ସେହିଭଳି ଏମ୍‌ଜି ମୋଟର୍ସ ଇଣ୍ଡିଆର ବିକ୍ରି ଏହି ଅବଧିରେ ୪୦% ବଢିଥିବା ନଜରକୁ ଆସିଛି। ସେହିଭଳି ଜୁନ ମାସର ବିକ୍ରି ତୁଳନାରେ ହ୍ୟୁଣ୍ଡାଇ ମୋଟର୍ସର ଯାନ ବିକ୍ରି ପ୍ରାୟ ୭୯% ବୃଦ୍ଧି ଘଟିଥିବା ଜଣାପଡିଛି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ମୋଟ ବିକ୍ରି ୩୬% ବଢିଥିବା ବେଳେ ଟୟୋଟା କିର୍ଲୋସ୍କାରର ବିକ୍ରି ଜୁନ୍‌ ତୁଳନାରେ ୩୯% ଅଧିକ ରହିଛି। ସେହିଭଳି ଜୁନ୍‌ ବିକ୍ରି ତୁଳନାରେ ହିରୋ ମୋଟୋକର୍ପ ବିକ୍ରି ୧୪% ବଢିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri