ନୋଭା କାଖୋଭ୍‌କା ଡ୍ୟାମ୍‌ ଭୁଶୁଡ଼ିଲା

ମସ୍କୋ/କିଭ୍‌,୭ା୬: ଦକ୍ଷିଣ ୟୁକ୍ରେନ୍‌ ଓ ରୁଷିଆ ମଝିରେ ଥିବା ଏକ ବୃହତ୍‌ ଡ୍ୟାମ୍‌କୁ ମଙ୍ଗଳବାର ଟାର୍ଗେଟ କରାଯାଇଛି। ଫଳରେ ଏହାର ଏକ ବଡ଼ ଅଂଶ ଭୁଶୁଡ଼ିପଡ଼ିଛି। ଏଥିଯୋଗୁ ଦୁଇଦେଶର ସୀମାରେ ବନ୍ୟା ସ୍ଥିତି ଉପୁଜିବାରୁ ଖେରସନ ଅଞ୍ଚଳ ଅଧୀନ ୧୪ ଗ୍ରାମର ୨୨,୦୦୦ ଲୋକ ସୁରକ୍ଷିତ ସ୍ଥାନକୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଡ୍ୟାମ୍‌ ଭୁଶୁଡ଼ିବା ପରେ ରୁଷିଆ ଓ ୟୁକ୍ରେନ୍‌ ପରସ୍ପରକୁ ଦାୟୀ କରିଛନ୍ତି। ସୋଭିଏଟ୍‌ ଅମଳର ବିଶାଳକାୟ ନୋଭା କାଖୋଭ୍‌କା ଡ୍ୟାମ୍‌ରୁ କ୍ରିମିଆର ଆଣବିକ କେନ୍ଦ୍ରକୁ ଶୀତଳୀକରଣ ପାଇଁ ଜଳ ଯୋଗାଣ କରାଯାଇଥାଏ। ତେବେ ଏଥିଯୋଗୁ ତତ୍କାଳ ଆଣବିକ ବିପଦ ସୃଷ୍ଟି ହୋଇ ନ ଥିବା ଜାତିସଂଘ ପରମାଣୁ ସଂସ୍ଥା କହିଛି।
ରୁଷିଆ ଜାଣିଶୁଣି ନୋଭା କାଖୋଭ୍‌କା ଡ୍ୟାମ୍‌କୁ ବିସ୍ଫୋରଣରେ ଉଡ଼ାଇଦେଇଥିବା ୟୁକ୍ରେନ୍‌ ଓ ଏହାର ପାଶ୍ଚାତ୍ୟ ସହଯୋଗୀମାନେ ଅଭିଯୋଗ ଆଣିଛନ୍ତି। କେବଳ ଏତିକି ନୁହେଁ, ରୁଷିଆ ଏହାକୁ ଧ୍ୱଂସ କରିବା ପରେ ୧୫୦ ଟନ୍‌ ଇଞ୍ଜିନ ଅଏଲ୍‌ ନିପ୍ରୋନଦୀକୁ ଛାଡ଼ିଦେଇଥିବାରୁ ପରିବବେଶ ଉପରେ ଏହାର ନକାରାମତ୍କ ପ୍ରଭାବ ପଡ଼ିବ ବୋଲି କିଭ୍‌ କହିଛି। ଅନ୍ୟପକ୍ଷେ କ୍ରେମ୍‌ଲିନ୍‌ କହିଛି, ମସ୍କୋ ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ ଏଥିରୁ ଦୃଷ୍ଟି ହଟାଇବା ପାଇଁ ୟୁକ୍ରେନ୍‌ ଏହାକୁ ଉଡ଼ାଇଦେଇଛି। ଡ୍ୟାମ୍‌ଟି ଆପେ ଆପେ ଭୁଶୁଡ଼ିପଡ଼ିଥିବା ନେଇ ରୁଷିଆ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ନିଯୁକ୍ତ କେତେଜଣ ଅଧିକାରୀ କହିଛନ୍ତି। ତେବେ ନିଜ ନିଜ ଯୁକ୍ତି ସପକ୍ଷରେ କୌଣସି ପକ୍ଷ ତତ୍କାଳ ପ୍ରମାଣ ଦେଇପାରି ନାହାନ୍ତି। ଜେନେଭା କନ୍‌ଭେନ୍‌ସନ୍ସ ଯୁଦ୍ଧ ସମୟରେ କୌଣସି ଡ୍ୟାମ୍‌କୁ ଟାର୍ଗେଟ କରାଯିବା ଉପରେ ପୂର୍ବରୁ ବାରଣ କରିଛି। କାରଣ ଏଭଳି ନିର୍ମାଣ ଧ୍ୱସ୍ତବିଧ୍ୱସ୍ତ ହେଲେ ସାଧାରଣ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ୟୁକ୍ରେନ୍‌ ଦଖଲରେ ଥିବା ଖେରସନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଜଳସ୍ତର ୧ ମିଟର ବୃଦ୍ଧି ପାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ନୋଭା କାଖୋଭ୍‌କା ଡ୍ୟାମ୍‌ରୁ ଦକ୍ଷିଣ ୟୁକ୍ରେନ୍‌ର ଚାଷଜମିଗୁଡ଼ିକୁ ଜଳସେଚନ କରାଯାଇଥାଏ। ଏହି ବୃହତ୍‌ ନଦୀବନ୍ଧ ଯୋଜନାରୁ ରୁଷିଆ ଦଖଲରେ ଥିବା କ୍ରିମିଆ ଉପଦ୍ୱୀପ ଏବଂ ଝାପୋରିଝିଆ ଆଣବିକ କେନ୍ଦ୍ରକୁ ଶୀତଳ କରିବା ପାଇଁ ମଧ୍ୟ ଜଳଯୋଗାଣ ହୋଇଥାଏ। ତେଣୁ ଏହା ଧ୍ୱସ୍ତହେବା ପରେ ସମ୍ପୃକ୍ତ ଅଞ୍ଚଳରେ ନୂଆ ମାନବୀୟ ବିପର୍ଯ୍ୟୟ ଦେଖାଦେଇଛି।
  ଫେବୃୟାରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରଠୁ ରୁଷିଆ ଏହି ଡ୍ୟାମ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ନିପ୍ରୋ ନଦୀର ଉତ୍ତର ଭାଗକୁ ଗତବର୍ଷ ୟୁକ୍ରେନୀୟ ସୈନ୍ୟ ପୁନଃ ଦଖଲ କରିଥିଲେ। ରୁଷିଆ ଓ ୟୁକ୍ରେନ୍‌ ଏହାକୁ ଧ୍ୱଂସ କରିବା ପାଇଁ ଯୋଜନା କରୁଥିବା ନେଇ ସେବେଠୁ ପରସ୍ପର ଉପରେ ଦୋଷ ଲଦି ଆସୁଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଟେଲିଗ୍ରାମ୍‌ରେ କହିଛନ୍ତି, ରୁଷୀୟମାନେ ଆତଙ୍କବାଦୀ। ସେମାନେ କାଖୋଭ୍‌କା ଡ୍ୟାମ୍‌ରେ ଆଭ୍ୟନ୍ତରୀଣ ବିସ୍ଫୋରଣ ଘଟାଇଛନ୍ତି। ଫଳରେ ୮୦ଟି ବସତି ଜଳମଗ୍ନ ହୋଇଯାଇଛି। ଜଳବିଦ୍ୟୁତ୍‌ ଯୋଜନା ଡ୍ୟାମ୍‌ ଭୁଶୁଡ଼ିବା ପରେ ସେମାନଙ୍କୁ ୟୁକ୍ରେନୀୟ ଭୂଖଣ୍ଡରୁ ବିତାଡ଼ିତ କରାଯିବା ଉପରେ ସାରା ବିଶ୍ୱ ଜୋର୍‌ ଦେଇଛି। ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ମହାସଚିବ ଜେନ୍ସ ଷ୍ଟୋଲ୍‌ଟେନ୍‌ବର୍ଗ ଏହାକୁ ଏକ ବର୍ବର କାର୍ଯ୍ୟ ଭାବେ ଅଭିହିତ କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆର ବର୍ବରତା ପୁଣି ଥରେ ସାମ୍ନାକୁ ଆସିଥିବା ସେ କହିଛନ୍ତି। କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ଙ୍କ ମତରେ ଏହା ହେଉଛି ୟୁକ୍ରେନ୍‌ର ଆମତ୍ଘାତୀ କାର୍ଯ୍ୟ। ୟୁକ୍ରେନୀୟ ସୈନ୍ୟ ନିଜ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବା ପରେ ଏପରି କାଣ୍ଡ ଭିଆଉଛନ୍ତି। କ୍ରିମିଆରେ ରୁଷିଆ ପକ୍ଷରୁ ନିଯୁକ୍ତ ଗଭର୍ନର ସେର୍ଗେଇ ଅକ୍ସିନୋଭ୍‌ କହିଛନ୍ତି, ନର୍ଥ କ୍ରିମିଆ କେନାଲରେ ଜଳସ୍ତର ବଢ଼ିବାରେ ଲାଗିଛି। ନିପ୍ରୋ ନଦୀରୁ ଅଧିକ ଜଳ ପ୍ରବାହିତ ହେଉଥିବାରୁ ଆଗକୁ ବିପଦ ବଢ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?