ନୋଭା କାଖୋଭ୍‌କା ଡ୍ୟାମ୍‌ ଭୁଶୁଡ଼ିଲା

ମସ୍କୋ/କିଭ୍‌,୭ା୬: ଦକ୍ଷିଣ ୟୁକ୍ରେନ୍‌ ଓ ରୁଷିଆ ମଝିରେ ଥିବା ଏକ ବୃହତ୍‌ ଡ୍ୟାମ୍‌କୁ ମଙ୍ଗଳବାର ଟାର୍ଗେଟ କରାଯାଇଛି। ଫଳରେ ଏହାର ଏକ ବଡ଼ ଅଂଶ ଭୁଶୁଡ଼ିପଡ଼ିଛି। ଏଥିଯୋଗୁ ଦୁଇଦେଶର ସୀମାରେ ବନ୍ୟା ସ୍ଥିତି ଉପୁଜିବାରୁ ଖେରସନ ଅଞ୍ଚଳ ଅଧୀନ ୧୪ ଗ୍ରାମର ୨୨,୦୦୦ ଲୋକ ସୁରକ୍ଷିତ ସ୍ଥାନକୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଡ୍ୟାମ୍‌ ଭୁଶୁଡ଼ିବା ପରେ ରୁଷିଆ ଓ ୟୁକ୍ରେନ୍‌ ପରସ୍ପରକୁ ଦାୟୀ କରିଛନ୍ତି। ସୋଭିଏଟ୍‌ ଅମଳର ବିଶାଳକାୟ ନୋଭା କାଖୋଭ୍‌କା ଡ୍ୟାମ୍‌ରୁ କ୍ରିମିଆର ଆଣବିକ କେନ୍ଦ୍ରକୁ ଶୀତଳୀକରଣ ପାଇଁ ଜଳ ଯୋଗାଣ କରାଯାଇଥାଏ। ତେବେ ଏଥିଯୋଗୁ ତତ୍କାଳ ଆଣବିକ ବିପଦ ସୃଷ୍ଟି ହୋଇ ନ ଥିବା ଜାତିସଂଘ ପରମାଣୁ ସଂସ୍ଥା କହିଛି।
ରୁଷିଆ ଜାଣିଶୁଣି ନୋଭା କାଖୋଭ୍‌କା ଡ୍ୟାମ୍‌କୁ ବିସ୍ଫୋରଣରେ ଉଡ଼ାଇଦେଇଥିବା ୟୁକ୍ରେନ୍‌ ଓ ଏହାର ପାଶ୍ଚାତ୍ୟ ସହଯୋଗୀମାନେ ଅଭିଯୋଗ ଆଣିଛନ୍ତି। କେବଳ ଏତିକି ନୁହେଁ, ରୁଷିଆ ଏହାକୁ ଧ୍ୱଂସ କରିବା ପରେ ୧୫୦ ଟନ୍‌ ଇଞ୍ଜିନ ଅଏଲ୍‌ ନିପ୍ରୋନଦୀକୁ ଛାଡ଼ିଦେଇଥିବାରୁ ପରିବବେଶ ଉପରେ ଏହାର ନକାରାମତ୍କ ପ୍ରଭାବ ପଡ଼ିବ ବୋଲି କିଭ୍‌ କହିଛି। ଅନ୍ୟପକ୍ଷେ କ୍ରେମ୍‌ଲିନ୍‌ କହିଛି, ମସ୍କୋ ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାବେଳେ ଏଥିରୁ ଦୃଷ୍ଟି ହଟାଇବା ପାଇଁ ୟୁକ୍ରେନ୍‌ ଏହାକୁ ଉଡ଼ାଇଦେଇଛି। ଡ୍ୟାମ୍‌ଟି ଆପେ ଆପେ ଭୁଶୁଡ଼ିପଡ଼ିଥିବା ନେଇ ରୁଷିଆ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ନିଯୁକ୍ତ କେତେଜଣ ଅଧିକାରୀ କହିଛନ୍ତି। ତେବେ ନିଜ ନିଜ ଯୁକ୍ତି ସପକ୍ଷରେ କୌଣସି ପକ୍ଷ ତତ୍କାଳ ପ୍ରମାଣ ଦେଇପାରି ନାହାନ୍ତି। ଜେନେଭା କନ୍‌ଭେନ୍‌ସନ୍ସ ଯୁଦ୍ଧ ସମୟରେ କୌଣସି ଡ୍ୟାମ୍‌କୁ ଟାର୍ଗେଟ କରାଯିବା ଉପରେ ପୂର୍ବରୁ ବାରଣ କରିଛି। କାରଣ ଏଭଳି ନିର୍ମାଣ ଧ୍ୱସ୍ତବିଧ୍ୱସ୍ତ ହେଲେ ସାଧାରଣ ନାଗରିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ୟୁକ୍ରେନ୍‌ ଦଖଲରେ ଥିବା ଖେରସନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଜଳସ୍ତର ୧ ମିଟର ବୃଦ୍ଧି ପାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ନୋଭା କାଖୋଭ୍‌କା ଡ୍ୟାମ୍‌ରୁ ଦକ୍ଷିଣ ୟୁକ୍ରେନ୍‌ର ଚାଷଜମିଗୁଡ଼ିକୁ ଜଳସେଚନ କରାଯାଇଥାଏ। ଏହି ବୃହତ୍‌ ନଦୀବନ୍ଧ ଯୋଜନାରୁ ରୁଷିଆ ଦଖଲରେ ଥିବା କ୍ରିମିଆ ଉପଦ୍ୱୀପ ଏବଂ ଝାପୋରିଝିଆ ଆଣବିକ କେନ୍ଦ୍ରକୁ ଶୀତଳ କରିବା ପାଇଁ ମଧ୍ୟ ଜଳଯୋଗାଣ ହୋଇଥାଏ। ତେଣୁ ଏହା ଧ୍ୱସ୍ତହେବା ପରେ ସମ୍ପୃକ୍ତ ଅଞ୍ଚଳରେ ନୂଆ ମାନବୀୟ ବିପର୍ଯ୍ୟୟ ଦେଖାଦେଇଛି।
  ଫେବୃୟାରୀ ୨୪ରେ ଯୁଦ୍ଧ ଆରମ୍ଭ ହେବା ପରଠୁ ରୁଷିଆ ଏହି ଡ୍ୟାମ୍‌କୁ ନିଜ ନିୟନ୍ତ୍ରଣରେ ରଖିଥିଲା। ନିପ୍ରୋ ନଦୀର ଉତ୍ତର ଭାଗକୁ ଗତବର୍ଷ ୟୁକ୍ରେନୀୟ ସୈନ୍ୟ ପୁନଃ ଦଖଲ କରିଥିଲେ। ରୁଷିଆ ଓ ୟୁକ୍ରେନ୍‌ ଏହାକୁ ଧ୍ୱଂସ କରିବା ପାଇଁ ଯୋଜନା କରୁଥିବା ନେଇ ସେବେଠୁ ପରସ୍ପର ଉପରେ ଦୋଷ ଲଦି ଆସୁଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଟେଲିଗ୍ରାମ୍‌ରେ କହିଛନ୍ତି, ରୁଷୀୟମାନେ ଆତଙ୍କବାଦୀ। ସେମାନେ କାଖୋଭ୍‌କା ଡ୍ୟାମ୍‌ରେ ଆଭ୍ୟନ୍ତରୀଣ ବିସ୍ଫୋରଣ ଘଟାଇଛନ୍ତି। ଫଳରେ ୮୦ଟି ବସତି ଜଳମଗ୍ନ ହୋଇଯାଇଛି। ଜଳବିଦ୍ୟୁତ୍‌ ଯୋଜନା ଡ୍ୟାମ୍‌ ଭୁଶୁଡ଼ିବା ପରେ ସେମାନଙ୍କୁ ୟୁକ୍ରେନୀୟ ଭୂଖଣ୍ଡରୁ ବିତାଡ଼ିତ କରାଯିବା ଉପରେ ସାରା ବିଶ୍ୱ ଜୋର୍‌ ଦେଇଛି। ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ମହାସଚିବ ଜେନ୍ସ ଷ୍ଟୋଲ୍‌ଟେନ୍‌ବର୍ଗ ଏହାକୁ ଏକ ବର୍ବର କାର୍ଯ୍ୟ ଭାବେ ଅଭିହିତ କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆର ବର୍ବରତା ପୁଣି ଥରେ ସାମ୍ନାକୁ ଆସିଥିବା ସେ କହିଛନ୍ତି। କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ଙ୍କ ମତରେ ଏହା ହେଉଛି ୟୁକ୍ରେନ୍‌ର ଆମତ୍ଘାତୀ କାର୍ଯ୍ୟ। ୟୁକ୍ରେନୀୟ ସୈନ୍ୟ ନିଜ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବା ପରେ ଏପରି କାଣ୍ଡ ଭିଆଉଛନ୍ତି। କ୍ରିମିଆରେ ରୁଷିଆ ପକ୍ଷରୁ ନିଯୁକ୍ତ ଗଭର୍ନର ସେର୍ଗେଇ ଅକ୍ସିନୋଭ୍‌ କହିଛନ୍ତି, ନର୍ଥ କ୍ରିମିଆ କେନାଲରେ ଜଳସ୍ତର ବଢ଼ିବାରେ ଲାଗିଛି। ନିପ୍ରୋ ନଦୀରୁ ଅଧିକ ଜଳ ପ୍ରବାହିତ ହେଉଥିବାରୁ ଆଗକୁ ବିପଦ ବଢ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri