ଅନୁଗୋଳ ବଜାରକୁ ଆସିଲା ନୂଆ ପଲସର ସ୍ପ୍ଲିଟ୍‌ ସିଟ୍‌

ଅନୁଗୋଳ ଅଫିସ, ୨ା୭- ନୂଆ କରି ଆସିଥିବା ବଜାଜ୍‌ ପଲସର ସ୍ପ୍ଲିଟ ସିଟ୍‌-୧୨୫ ସିସି (ବିଏସ୍‌-୬) ଅନୁଗୋଳ ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ଯମୁନା ବଜାଜ୍‌ରେ ବିଭିନ୍ନ ଷ୍ଟାଇଲ୍‌ରେ ଏହି ଗାଡ଼ି ଉପଲବ୍ଧ ଥିବା ଯମୁନା ବଜାଜ୍‌ର ପାର୍ଟନର ଗିରିଜା ଶଙ୍କର ଅଗ୍ରୱାଲ ସୂଚନା ଦେଇଛନ୍ତି। ଏହାର ଏକ୍ସ-ଶୋରୁମ୍‌ ମୂଲ୍ୟ ୭୯,୯୯୦ ଟଙ୍କା ରହିଛି। ବଜାରକୁ ଆସିଥିବା ବଜାଜ୍‌ ପଲସର ସ୍ପ୍ଲିଟ ସିଟ୍‌-୧୨୫ ସିସି (ବିଏସ୍‌-୬) ଏହି ବଜେଟ୍‌ରେ ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଇଛି। ଏହି ନୂଆ ଗାଡ଼ି ୬ ମାସ ପୂର୍ବରୁ ଭାରତୀୟ ବଜାରରେ ପ୍ରବେଶ କରିଥିଲା। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ସେଲ୍‌ ମାର୍କ ହାସଲ କରିଥିବାରୁ ଏହି ନୂତନ ଗାଡ଼ିକୁ ଲୋକମାନେ ଗ୍ରହଣ କରିବେ ବୋଲି ଯମୁନା ବଜାଜ୍‌ର ମାଲିକ ଅଗ୍ରୱାଲ ସୂଚନା ଦେଇଛନ୍ତି।

Share