ସାଇବର ଠକାମିରେ ନୂଆ ଫର୍ଦ୍ଦ

ବିତ୍ତୀୟ ପରିଚାଳନାରେ ଡିଜିଟାଲ କାରବାରର ଲୋକପ୍ରିୟତା ଓ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇଛି। ଏହା ସହ ବଢି ଚାଲିଛି ସାଇବର ଠକେଇ। ୨୦୨୪ ମସିହାର ପ୍ରଥମ ଚାରି ମାସରେ ଆମ ଦେଶରୁ ୧୭୫୦ କୋଟି ଟଙ୍କା ସାଇବରମାନଙ୍କ ପାଖକୁ ଚାଲିଯାଇଛି। ଠକମାନେ ନୂଆ ନୂଆ ଉପାୟରେ ଅତ୍ୟନ୍ତ ଚତୁରତାର ସହ ସେମାନଙ୍କର ଲକ୍ଷ୍ୟକୁ ବଶୀଭୂତ କରିଥାଆନ୍ତି। ମିଥ୍ୟା ତଥ୍ୟକୁ ସତ୍ୟ ବୋଲି ପ୍ରମାଣ କରି ସେମାନଙ୍କ ସମ୍ପର୍କରେ ଆସୁଥିବା ବ୍ୟକ୍ତିଙ୍କର ବିଶ୍ୱାସ ଭାଜନ ହୁଅନ୍ତି ବା ସେମାନଙ୍କୁ ମିଥ୍ୟା ତଥ୍ୟ ଆଧାରରେ ଭୟଭୀତ କରିଥାଆନ୍ତି। ପରେ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧିତ ସମସ୍ତ ଗୁପ୍ତ ତଥ୍ୟ ସଂଗ୍ରହ କରି ସେଥିରୁ ସବୁତକ ଟଙ୍କା ଲୁଟି ନିଅନ୍ତି ବା ଏପରି ପରିସ୍ଥିତି ସୃଷ୍ଟି କରନ୍ତି ଯେ ଭୟରେ ସମସ୍ତ ଟଙ୍କା ଲୋକଟି ଠକମାନଙ୍କ ଖାତାକୁ ପଠାଇ ଦେଇଥାଏ। ପ୍ରକୃତ ଘଟଣା ବୁଝିଲା ବେଳକୁ ନେଡିଗୁଡ କହୁଣୀକୁ ବୋହିଯାଇଥାଏ। କଷ୍ଟାର୍ଜିତ ଧନ ଚାଲିଯାଏ ଠକମାନଙ୍କ ପାଖକୁ।
ସାଇବର ଠକମାନେ ଦିନକୁ ଦିନ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ସେମାନଙ୍କ ଚକ୍ରାନ୍ତକୁ ସହଜରେ ବୁଝିହୁଏ ନାହିଁ। ସେହିପରି ଏକ ସାଇବର ଠକାମି ହେଉଛି ଡିଜିଟାଲ ଆରେଷ୍ଟ। ସାଇବର ଠକମାନେ ସେମାନଙ୍କର ଟାର୍ଗେଟରେ ଥିବା ଲୋକକୁ ମୋବାଇଲ ଫୋନରେ ଏକରକମ ବାନ୍ଧିରଖନ୍ତି ଓ ଫୋନ ଛାଡି ତାଙ୍କୁ କେଉଁ ଆଡେ ଯିବାକୁ ଦିଆଯାଏ ନାହିଁ। ପ୍ରଥମେ ମିଥ୍ୟା ତଥ୍ୟ ଆଧାରରେ ମନରେ ଭୟ ସୃଷ୍ଟି କରନ୍ତି। ପୋଲିସ ଓ ଯାଞ୍ଚ ଅଧିକାରୀଙ୍କ ପରିଚୟ ଦେଇ ଭିଡିଓ କଲ୍‌ ମାଧ୍ୟମରେ କୁହନ୍ତି, ତାଙ୍କ ମୋବାଇଲ ସିମ୍‌ ବ୍ୟବହାର କରାଯାଇ ଅତ୍ୟନ୍ତ ବେନିୟମ କାମ ହୋଇଥିବାର ତଦନ୍ତରୁ ଜଣାପଡିଛି। ଅନେକ ଆପରାଧିକ କାର୍ଯ୍ୟ କଲା ପରେ ତାଙ୍କର ସମ୍ପୃକ୍ତି ଅଛି। ସେଥିପାଇଁ ତାଙ୍କୁ ତୁରନ୍ତ ଦୁଇ ତିନି ଘଣ୍ଟା ଭିତରେ ପୋଲିସ ଷ୍ଟେଶନରେ ରିପୋର୍ଟ କରିବାକୁ ହେବ। ନଚେତ୍‌ ତାଙ୍କୁ ଗିରଫ କରାଯିବ। ଯେଉଁ ପୋଲିସ ଷ୍ଟେଶନରେ ରିପୋର୍ଟ ପାଇଁ କହିଥିବେ ତାହା ଶହ ଶହ ମାଇଲ ଦୂରରେ। ଦୁଇ ତିନି ଘଣ୍ଟାରେ ସେଠାରେ ପହଞ୍ଚିବା ସମ୍ଭବ ନୁହେଁ। କେତେକ ସ୍ଥଳେ ନକଲି ଆରେଷ୍ଟ ୱାରେଣ୍ଟ ଦେଖାଇ ଭୟକୁ ଆହୁରି ବଢାଇ ଦିଅନ୍ତି। ଗିରଫକୁ ସାମୟିକ ବିଳମ୍ବ କରିବା ପାଇଁ କେତେଗୁଡିଏ ସର୍ତ୍ତ ରଖନ୍ତି। କେବଳ ଭିଡିଓ କଲ୍‌ରେ କଥାବାର୍ତ୍ତା। ବାର୍ତ୍ତାଳାପ ସମୟରେ ପାଖରେ କେହି ନ ଥିବେ। ତାଙ୍କ ମୋବାଇଲରୁ ଅନ୍ୟ କାହାକୁ ଫୋନ କରିବେ ନାହିଁ ଏବଂ ସେଥିରେ ଆସୁଥିବା କଲ୍‌କୁ ଧରିବେ ନାହିଁ। ତଦନ୍ତ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କରେ ଥିବା ଜମା ରାଶିକୁ ସେମାନଙ୍କ ପାଖକୁ ପଠାଇ ଦେବେ। ସେ ସମସ୍ତ ଟଙ୍କା ସେମାନଙ୍କ ପାଖରେ ବନ୍ଧକ ଭାବେ ରହିବ। ତଦନ୍ତ ସରିଲେ ତାହା ତାଙ୍କୁ ଫେରସ୍ତ ଦିଆଯିବ। ଏସବୁ ଶୁଣିବା ପରେ ଯେକେହି ଭୟଭୀତ ହେବା ସ୍ବାଭାବିକ।
ଥରେ ସେମାନଙ୍କ ପାଖକୁ ଟଙ୍କା ଚାଲିଗଲେ ଆଉ ଫେରିବ ନାହିଁ। ଏପରି ଭୟଭୀତ କରି ଟଙ୍କା ଠକିନେବା ସାଇବର ଠକଙ୍କ ଏକ ଅଭିନବ ଉପାୟ।
ନିକଟରେ ଜଣେ ଶିକ୍ଷିତା ମହିଳା ଠକାମିର ଶିକାର ହୋଇ ୮୩ ଲକ୍ଷ ଟଙ୍କା ହରାଇବାର ଖବର ଏକ ଘରୋଇ ଟିଭିରେ ପ୍ରସାରିତ ହେଉଥିଲା। ଅଭିନବ ଉପାୟରେ ଠକଦଳ ମହିଳାଙ୍କୁ ପ୍ରଥମେ ଧମକ ଚମକ ଦେଇ ଏକରକମ ଡିଜିଟାଲ ଆରେଷ୍ଟ କରି ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଲୁଟି ନେବାକୁ ସମର୍ଥ ହୋଇଥିଲା। ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ନିଜର ହିତାହିତ ଜ୍ଞାନ ହରାଇବା ସ୍ବାଭାବିକ। ମହିଳା ଜଣଙ୍କ କ୍ଷେତ୍ରରେ ତାହା ହିଁ ହୋଇଥିଲା। ନିଜ ମୋବାଇଲରୁ କାହାରିକୁ ଫୋନ କରି ନ ଥିଲେ। ନିଜ ଝିଅଙ୍କ ଫୋନ ମଧ୍ୟ ଉଠାଇ ନ ଥିଲେ। ତା’ପରେ ବ୍ୟାଙ୍କକୁ ଯାଇ ନିଜର ସମସ୍ତ ସ୍ଥାୟୀ ଜମାକୁ ଭାଙ୍ଗି ସେସବୁକୁ କୁହାଯାଇଥିବା ଆକାଉଣ୍ଟକୁ ପଠାଇବା ପରେ ତାଙ୍କ ମନରେ ସନ୍ଦେହ ହେଲା। ସାଇବର ପୋଲିସକୁ ଘଟଣା ସମ୍ବନ୍ଧରେ ଜଣାଇଲେ। ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥିଲା। ଠକମାନଙ୍କ ପାଖକୁ ଚାଲିଯାଇଥିଲା ମହିଳାଙ୍କ କଷ୍ଟ ଅର୍ଜିତ ଧନ।
ପ୍ରତିଦିନ ଏପରି ଅନେକ ଠକାମି ଘଟି ଚାଲିଛି। ପୋଲିସ ଅଫିସର, ସିବିଆଇ, ଇଡି ଓ ଅନ୍ୟାନ୍ୟ ଯାଞ୍ଚ ଏଜେନ୍ସିର ଅଧିକାରୀ ବୋଲି ପରିଚୟ ଦେଇ ଲକ୍ଷକୁ ତାଙ୍କ ନାଁରେ କୋର୍ଟ ଓ ଅନ୍ୟ ଅଫିସରୁ ଆସିଥିବା ନକଲି ନୋଟିସ ଓ ଚିଠି ପତ୍ରକୁ ଭିଡିଓ କଲ୍‌ କରି ଦେଖାଇ ଥାଆନ୍ତି। ଏସବୁ ଦେଖି ଲୋକଟି ଭୟଭୀତ ହେବା ସହ ଦ୍ୱନ୍ଦ୍ୱରେ ପଡିଯାଏ। ଲୋକ ଲଜ୍ଜାରୁ ନିଜକୁ ବଞ୍ଚାଇବାକୁ ମୋବାଇଲେ ଆସୁଥିବା ସମସ୍ତ ତଥ୍ୟକୁ ସତ୍ୟ ବୋଲି ମାନିନିଏ ଏବଂ ସେମାନଙ୍କ ନିର୍ଦ୍ଦେଶକୁ ସତର୍କତାର ସହ ପାଳନ କରେ। ଠକାମିର ଶିକାର ହେବା କଥା ବୁଝିଲା ବେଳକୁ ନେଡିଗୁଡ କହୁଣୀକୁ ବହିଯାଇଥାଏ। ବର୍ଷ ବର୍ଷ ଧରି ସଞ୍ଚୟ କରିଥିବା କଷ୍ଟାର୍ଜିତ ଧନ ଠକଙ୍କ ପାଖକୁ ଚାଲିଯାଇଥାଏ। ପୋଲିସରେ ଅଭିଯୋଗ କଲେ ବି ଟଙ୍କା ଫେରି ପାଇବାର ସମ୍ଭାବନା ବହୁତ କମ୍‌।
ସାଇବର ଠକେଇରେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ)ର ଉପଯୋଗ ଠକାମିକୁ ଅଧିକ ବଢାଇ ଦେଇଛି। ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି କେତେକ ନକଲି ଭିଡିଓ। ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବକ୍ତବ୍ୟକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି। ସେମାନେ କହୁଥିବା ଦେଖାଯାଉଛି ଯେ, କ୍ୱାଣ୍ଟମ ଏଆଇ ଭଳି ଉନ୍ନତ ଓ ଅତ୍ୟାଧୁନିକ ସଫ୍ଟଓ୍ବେର ମାଧ୍ୟମରେ ଷ୍ଟକ୍‌ ମାର୍କେଟରୁ ଆଶାତୀତ ଲାଭ ମିଳିପାରିବ। ମାତ୍ର ୨୧,୦୦୦ ଟଙ୍କା ଖଟାଇ ମାସକ ମଧ୍ୟରେ ପାଇପାରିବ ୨ ମିଲିୟନ (୨୦ ଲକ୍ଷ) ଟଙ୍କା। ଏହାଦ୍ୱାରା ଦେଶରୁ ଦାରିଦ୍ର୍ୟ ଦୂର ହେବ। ଘରେ ବସି ସହଜରେ ହୋଇପାରିବ ଜଣେ କୋଟିପତି ବା ଅରବପତି। ବିଶିଷ୍ଟ ଅରବପତି ଓ ଉଦ୍ୟୋଗପତିମାନଙ୍କଠାରୁ ଏହା ଶୁଣିବା ପରେ ଯେ କେହି ଏହାକୁ ବିଶାସ କରିବା ସ୍ବାଭାବିକ। ଏପରି ଭ୍ରମାତ୍ମକ ପ୍ରଲୋଭନରୁ ନିଜକୁ କ୍ଷାନ୍ତ ରଖିବା ଶ୍ରେୟସ୍କର। ଏହାର ସତ୍ୟାସତ୍ୟ ଅନୁସନ୍ଧାନ ନ କରି; ଅଧିକ ଲାଭ ଆଶାରେ ଏଥିରେ ଟଙ୍କା ଖଟେଇ, ଅନେକ ଲୋକ ଠକାମିର ଶିକାର ହେଉଛନ୍ତି। ଠକାମିରେ ନୂଆ କରି କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର କରାଯାଉଛି। କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ କରି ଏକ ନିଖୁଣ ବିଶ୍ୱସନୀୟ ସ୍ଥିତି ସୃଷ୍ଟି କରନ୍ତି। ସେମାନଙ୍କ ଚାଲକୁ ଶିକ୍ଷିତ ଲୋକମାନେ ବି ସହଜରେ ବୁଝିପାରନ୍ତି ନାହିଁ। କୀଟଟି ଅଗ୍ନି ପ୍ରତି ଆକୃଷ୍ଟ ହୋଇ ସେଥିରେ ଝାସ ଦେଇ ମୃତ୍ୟୁମୁଖରେ ପଡିବା ଭଳି ପ୍ରଲୋଭନରେ ପଡି ନିବେଶକ ଠକଙ୍କ ଫାନ୍ଦରେ ଛନ୍ଦି ହୋଇଯାଏ ଏବଂ ନିଜର କଷ୍ଟାର୍ଜିତ ଅର୍ଥ ହରାଇ ଥାଏ।
ସାଇବର ଠକାମିରୁ ସୁରକ୍ଷିତ ରଖିବାକୁ ନିଜର ମନୋବଳ ବଢାଇବାକୁ ହେବ। ଯଦି କୌଣସି ବେନିୟମ କାମ କରିନାହାନ୍ତି, ତା’ହେଲେ ଯେତେ ମିଥ୍ୟା ଅଭିଯୋଗ ବା ଧମକଚମକକୁ ଭୟ କରିବାର ନାହିଁ। ଠକଙ୍କ ଧମକକୁ ଭୟ ନ କରି ସାଇବର ପୋଲିସ ଷ୍ଟେଶନ କିମ୍ବା ସାଇବର ପୋର୍ଟାଲରେ ଅଭିଯୋଗ କରିବା ଦରକାର। କୌଣସି ସ୍ଥିତିରେ ସେମାନଙ୍କ ଖାତାକୁ ଟଙ୍କା ପଠାଇବା ନାହିଁ। କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମନ୍ତବ୍ୟକୁ ନିଖୁଣ ଭାବେ ନକଲ କରାଯାଇ ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶନ କରାଯାଉଛି। ଏହାର କୌଣସି ସତ୍ୟାସତ୍ୟ ନାହିଁ। ଏଣୁ ଏହାକୁ ବିଶ୍ୱାସ କରି ସେମାନଙ୍କର ବକ୍ତବ୍ୟ ମାନିନେବା ଏବଂ ସେମାନଙ୍କ କହିବାନୁସାରେ ଟଙ୍କା ଖଟାଇବା ଅର୍ଥ ଠକାମିରେ ପଡିବା।
ସମସ୍ତ ସତର୍କତା ସତ୍ତ୍ୱେ ଠକାମିର ଶିକାର ହେଲେ ଭୟଭୀତ ନ ହୋଇ ଠକେଇର ସବିଶେଷ ବିବରଣୀ ଜାତୀୟ ସାଇବର କ୍ରାଇମ୍‌ ରିପୋର୍ଟ ପୋର୍ଟାଲ (www. Cybercrime.gov.in)ରେ ରିପୋର୍ଟ କରିବା ସହ ହେଲ୍ପଲାଇନ ନମ୍ବର ୧୫୫୨୬୦ କିମ୍ବା ୧୯୩୦ରେ ଅଭିଯୋଗ କଲେ ଠକାମିର ଅଧିକ ଅନୁସନ୍ଧାନ କରାଯାଇ ଠକଙ୍କୁ ଖୋଜିପାଇବାରେ ସାହାଯ୍ୟ କରିବ।
୫୩୭,କେ-୭, କଳିଙ୍ଗନଗର
ଭୁବନେଶ୍ବର, ମୋ: ୭୩୮୧୦୪୬୪୭୭


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri