ଗଞ୍ଜାମରେ ଦାୟିତ୍ୱ ନେଲେ ନୂତନ ଏଡିଏମ୍‌

ଛତ୍ରପୁର,୧୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କୋଭିଡ୍‌ ମୁକାବିଲା କାର୍ଯ୍ୟକ୍ରମରେ ନୂତନ ଅତିରିକ୍ତ ଜିଲାପାଳ ଭାବେ ଲୀନା କୁମାରୀ ଖେସ୍‌ ଯୋଗ ଦେଇଛନ୍ତି। ଏହାପୂର୍ବରୁ ସେ ସୁନ୍ଦରଗଡ଼ ଜିଲାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ୧୯୯୭ ମସିହା ବ୍ୟାଚ୍‌ର ଏହି ଓଏଏସ୍‌ ଅଫିସର ପୂର୍ବରୁ ସମ୍ବଲପୁର ଓ ଝାରସୁଗୁଡ଼ା ଜିଲାରେ ତହସିଲଦାର ଭାବେ କାର୍ଯ୍ୟ କରିଛନ୍ତି। ଗଞ୍ଜାମ ଜିଲାରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍‌ ମୁକାବିଲା କାର୍ଯ୍ୟକ୍ରମରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏଠାରେ ଅତିରିକ୍ତ ଜିଲାପାଳ ଭାବେ କାର୍ଯ୍ୟ କରୁଥିବା କବିନ୍ଦ୍ର କୁମାର ସାହୁଙ୍କ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଭାବେ ବଦଳି ହୋଇଛି।