ତୁଳସୀକ୍ଷେତ୍ରରେ ଅବହେଳିତ ପର୍ଯ୍ୟଟନ ସ୍ଥଳ

କେନ୍ଦ୍ରାପଡ଼ା ଅଫିସ, ୨୭ା୯: ସୋମବାର ବିଶ୍ୱ ପର୍ଯ୍ୟଟନ ଦିବସ। ଏହି ଦିବସ ପାଳନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସକ ଓ ରାଜନେତା ଯେତେ ବ୍ୟଗ୍ରତା ଦେଖାନ୍ତି, ସେଭଳି ସମ୍ବେଦନଶୀଳତା ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ବିକାଶରେ ଦେଖାଯାଉନାହିଁ। ଖଣି, ଶିଳ୍ପ ବିହୀନ ଏହି ଜିଲାର ଅର୍ଥନୀତିକୁ ପର୍ଯ୍ୟଟନ ଶିଳ୍ପ ଦ୍ୱାରା ଭରଣା କରିହେବ। ତେବେ ତୁଳସୀକ୍ଷେତ୍ରରେ ଅବହେଳିତ ପର୍ଯ୍ୟଟନସ୍ଥଳ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ହୋଇ ରହିନାହିଁ। ଜାତୀୟ ଉଦ୍ୟାନ ଭିତରକନିକା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କାରଣରୁ ଆକର୍ଷଣ ସାଜିଛି। ତେବେ ଏହାର ସଂରକ୍ଷଣ ଏବେ ପ୍ରଶ୍ନବାଚୀ ସାଜିଛି। ଜାତୀୟ ଉଦ୍ୟାନ ମାନ୍ୟତା ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପ୍ରଚାର ପ୍ରସାର ଅପେକ୍ଷା ବିବାଦ ବେଶି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଶିକ୍ଷାବିତ୍‌ ତଥା ଗବେଷକ ଡ. ସର୍ବେଶ୍ୱର ସେଣ, ବୁଦ୍ଧିଜୀବୀ ପ୍ରଭାକର ସାମଲ, ତ୍ରିଲୋଚନ ଦାସ, ଦୋଳଗୋବିନ୍ଦ ଜେନା, ଅଶୋକ ସ୍ବାଇଁ ପ୍ରମୁଖ କୁହନ୍ତି, ଇଚ୍ଛାପୁରର ଶ୍ରୀବଳଦେବ ଜୀଉ, ସହରର ଗୋବିନ୍ଦ ଜୀଉ, ତମାଳଶାସନର ଦଧିବାମନ ଜୀଉ, ସନ୍ଥପୁରାର ଶିବମନ୍ଦିର, ଆଳିର ଲକ୍ଷ୍ମୀବରାହ ଜୀଉ ମନ୍ଦିର, କୁଦାନଗରୀ, ସଖୀବଟ, ଗଦାଧର ପୀଠ, କର୍ତ୍ତେଶ୍ୱର ମନ୍ଦିର, ଅନ୍ଧବର, ଗୋଠେଶ୍ୱର ପୀଠ, ହୁକିଟୋଲା, ବତିଘର ଆଦିକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିଛି। ଏସବୁ କ୍ଷେତ୍ର ଜିଲାରେ ପର୍ଯ୍ୟଟନ ସ୍ଥଳ ବୋଲି ଅଧିକାଂଶ ଜିଲାବାସୀଙ୍କୁ ଜଣାନାହିଁ। ପ୍ରଚାର ପ୍ରସାର ସହ ପର୍ଯ୍ୟଟନ ସ୍ଥଳକୁ ଉତ୍ତମ ରାସ୍ତା ନାହିଁ। ସେହିପରି ଭିତରକନିକାର ଜୈବ ବିବିଧତା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଖରସ୍ରୋତା ନଦୀରୁ ପାଣି ଉଠାଗଲେ ଏହି ଆର୍ଦ୍ରଭୂମିକୁ ମଧୁରଜଳ ହ୍ରାସ ହେବ ବୋଲି ଜାଣିବା ସତ୍ତ୍ୱେ ଏହାର ନିରାକରଣ ହେଉନାହିଁ। ବନ ବିଭାଗ ପକ୍ଷରୁ ଦୁଇଟି ଲୋଗା ପରିବର୍ତ୍ତେ ଭିତରକନିକାର ଗୋଟିଏ ଲୋଗୋ ପ୍ରଚାର, ସଚେତନତା ଓ ସଂରକ୍ଷଣର ବାର୍ତ୍ତା ବହନ କରିପାରିବ। ତେବେ ଏ ନେଇ ଗୁରୁତ୍ୱ ଦିଆଯାଉନାହିଁ। ଅପରପକ୍ଷରେ ଇକୋ ରିଟ୍ରିଟ ନାମରେ ଉତ୍ସବସ୍ଥଳ ରାଜନେତା ଓ ପ୍ରଶାସକଙ୍କ ଆମୋଦସ୍ଥଳୀ ପାଲଟିଛି। ତଟକ୍ଷୟ, ଚିଙ୍ଗୁଡି ଘେରି, ଭିତରକନିକା ଆଭ୍ୟନ୍ତର ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର, ଇକୋ ସେନ୍ସିଟିଭ ଜୋନ ସମ୍ପର୍କରେ ସଚେତନତା ଅଭାବ ଆଦି କାରଣ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରତି ବିପଦ ରହିଛି। ଉପଯୁକ୍ତ ପର୍ଯ୍ୟଟନ କ୍ଷେତ୍ର ରାଜସ୍ବ ଆଣିବା ସହ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ରୋଜଗାର ସୃଷ୍ଟିର ମାଧ୍ୟମ ହୋଇଥାଏ। ଜିଲାରେ ପ୍ରାକୃତିକ ପରିବେଶ, ପେଣ୍ଠ, ବରୁଣାଇ, ଅଗରନାସୀ ଆଦି ବେଳାଭୂମି, ଐତିହାସିକ ଓ ସାଂସ୍କୃତିକ ବିଭବ ଭରପୂର ଅଛି। ଏହାର ସୁବିନିଯୋଗ ଆବଶ୍ୟକ। ରାଜନଗର ବ୍ଲକ ରିଘାଗଡ଼ର ବଳଦେବଜୀଉ ମନ୍ଦିର, ରାଜକନିକାର ଗୋକର୍ଣ୍ଣେଶ୍ୱର ମନ୍ଦିର, ସିକୋର ଅଷ୍ଟଶମ୍ଭୁ, ଡେରାବିଶର ଦଧବାମନ ଜୀଉ, ପଟ୍ଟାମୁଣ୍ଡାଇର ଛୁଆଳିଆ ଆଦି ରାଜ୍ୟ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ଅଛି। ଏହାବ୍ୟତୀତ ଜିଲାର ବିଭିନ୍ନ ସ୍ଥାନରେ ଥିବା ମତ୍ସେନ୍ଦ୍ରନାଥ, ଶୈଳନାଥ ସମାଧି, ଇଚ୍ଛନାଥ ସମାଧି ସହ ବୌଦ୍ଧଧର୍ମର ପ୍ରତୀକ ଚକ୍ରପାଣି, ସ୍ଥିରଚକ୍ର ମଞ୍ଜୁଶ୍ରୀ, ଅବଲୋକିତେଶ୍ୱର, ତାରା ଆଦି ମୂର୍ତ୍ତିର ରକ୍ଷଣାବେକ୍ଷଣ ନାହିଁ। ଏହା ବ୍ୟତୀତ ପୁରୁଣା ବସ୍‌ଷ୍ଟାଣ୍ଡରେ ଥିବା ଡାଇମଣ୍ଡ ଜୁବୁଲି ପାଠାଗାର, ସୂର୍ଯ୍ୟଘଡ଼ି, ନୋଳସାହି ରାଜନଅର, ଆଳି ନଅର, ଜମ୍ବୁଦ୍ୱୀପ ନଅର ଆଦି ଏହି ଜିଲାରେ ଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଅବହେଳାର ଶିକାର ହୋଇଛି। ବବକରପୁରରେ ଥିବା ପୁରୁଣା ବଳଦେବଜୀଉ ମନ୍ଦିରର ଗରୁଡ ମୂର୍ତ୍ତି ପରି ଐତିହ୍ୟ ସାମଗ୍ରୀ ରଖିବା ପାଇଁ କୌଣସି ମ୍ୟୁଜିୟମ ନ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜଙ୍କୁ ପଚାରିବାରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଉନ୍ନତୀକରଣ ହେଉଛି। ସ୍ବଦେଶୀ ଦର୍ଶନରେ ଏହି ଜିଲାକୁ ସାମିଲ ପାଇଁ ପ୍ରୟାସ ହୋଇଛି। ଏହାବ୍ୟତୀତ ପ୍ରଚାର ପ୍ରସାର ପାଇଁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri