ତୁଳସୀକ୍ଷେତ୍ରରେ ଅବହେଳିତ ପର୍ଯ୍ୟଟନ ସ୍ଥଳ

କେନ୍ଦ୍ରାପଡ଼ା ଅଫିସ, ୨୭ା୯: ସୋମବାର ବିଶ୍ୱ ପର୍ଯ୍ୟଟନ ଦିବସ। ଏହି ଦିବସ ପାଳନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସକ ଓ ରାଜନେତା ଯେତେ ବ୍ୟଗ୍ରତା ଦେଖାନ୍ତି, ସେଭଳି ସମ୍ବେଦନଶୀଳତା ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ବିକାଶରେ ଦେଖାଯାଉନାହିଁ। ଖଣି, ଶିଳ୍ପ ବିହୀନ ଏହି ଜିଲାର ଅର୍ଥନୀତିକୁ ପର୍ଯ୍ୟଟନ ଶିଳ୍ପ ଦ୍ୱାରା ଭରଣା କରିହେବ। ତେବେ ତୁଳସୀକ୍ଷେତ୍ରରେ ଅବହେଳିତ ପର୍ଯ୍ୟଟନସ୍ଥଳ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ହୋଇ ରହିନାହିଁ। ଜାତୀୟ ଉଦ୍ୟାନ ଭିତରକନିକା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କାରଣରୁ ଆକର୍ଷଣ ସାଜିଛି। ତେବେ ଏହାର ସଂରକ୍ଷଣ ଏବେ ପ୍ରଶ୍ନବାଚୀ ସାଜିଛି। ଜାତୀୟ ଉଦ୍ୟାନ ମାନ୍ୟତା ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପ୍ରଚାର ପ୍ରସାର ଅପେକ୍ଷା ବିବାଦ ବେଶି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ଶିକ୍ଷାବିତ୍‌ ତଥା ଗବେଷକ ଡ. ସର୍ବେଶ୍ୱର ସେଣ, ବୁଦ୍ଧିଜୀବୀ ପ୍ରଭାକର ସାମଲ, ତ୍ରିଲୋଚନ ଦାସ, ଦୋଳଗୋବିନ୍ଦ ଜେନା, ଅଶୋକ ସ୍ବାଇଁ ପ୍ରମୁଖ କୁହନ୍ତି, ଇଚ୍ଛାପୁରର ଶ୍ରୀବଳଦେବ ଜୀଉ, ସହରର ଗୋବିନ୍ଦ ଜୀଉ, ତମାଳଶାସନର ଦଧିବାମନ ଜୀଉ, ସନ୍ଥପୁରାର ଶିବମନ୍ଦିର, ଆଳିର ଲକ୍ଷ୍ମୀବରାହ ଜୀଉ ମନ୍ଦିର, କୁଦାନଗରୀ, ସଖୀବଟ, ଗଦାଧର ପୀଠ, କର୍ତ୍ତେଶ୍ୱର ମନ୍ଦିର, ଅନ୍ଧବର, ଗୋଠେଶ୍ୱର ପୀଠ, ହୁକିଟୋଲା, ବତିଘର ଆଦିକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ମିଳିଛି। ଏସବୁ କ୍ଷେତ୍ର ଜିଲାରେ ପର୍ଯ୍ୟଟନ ସ୍ଥଳ ବୋଲି ଅଧିକାଂଶ ଜିଲାବାସୀଙ୍କୁ ଜଣାନାହିଁ। ପ୍ରଚାର ପ୍ରସାର ସହ ପର୍ଯ୍ୟଟନ ସ୍ଥଳକୁ ଉତ୍ତମ ରାସ୍ତା ନାହିଁ। ସେହିପରି ଭିତରକନିକାର ଜୈବ ବିବିଧତା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଖରସ୍ରୋତା ନଦୀରୁ ପାଣି ଉଠାଗଲେ ଏହି ଆର୍ଦ୍ରଭୂମିକୁ ମଧୁରଜଳ ହ୍ରାସ ହେବ ବୋଲି ଜାଣିବା ସତ୍ତ୍ୱେ ଏହାର ନିରାକରଣ ହେଉନାହିଁ। ବନ ବିଭାଗ ପକ୍ଷରୁ ଦୁଇଟି ଲୋଗା ପରିବର୍ତ୍ତେ ଭିତରକନିକାର ଗୋଟିଏ ଲୋଗୋ ପ୍ରଚାର, ସଚେତନତା ଓ ସଂରକ୍ଷଣର ବାର୍ତ୍ତା ବହନ କରିପାରିବ। ତେବେ ଏ ନେଇ ଗୁରୁତ୍ୱ ଦିଆଯାଉନାହିଁ। ଅପରପକ୍ଷରେ ଇକୋ ରିଟ୍ରିଟ ନାମରେ ଉତ୍ସବସ୍ଥଳ ରାଜନେତା ଓ ପ୍ରଶାସକଙ୍କ ଆମୋଦସ୍ଥଳୀ ପାଲଟିଛି। ତଟକ୍ଷୟ, ଚିଙ୍ଗୁଡି ଘେରି, ଭିତରକନିକା ଆଭ୍ୟନ୍ତର ଅଞ୍ଚଳରୁ ଲୋକଙ୍କ ସ୍ଥାନାନ୍ତର, ଇକୋ ସେନ୍ସିଟିଭ ଜୋନ ସମ୍ପର୍କରେ ସଚେତନତା ଅଭାବ ଆଦି କାରଣ ଜାତୀୟ ଉଦ୍ୟାନ ମାନ୍ୟତା ପ୍ରତି ବିପଦ ରହିଛି। ଉପଯୁକ୍ତ ପର୍ଯ୍ୟଟନ କ୍ଷେତ୍ର ରାଜସ୍ବ ଆଣିବା ସହ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ରୋଜଗାର ସୃଷ୍ଟିର ମାଧ୍ୟମ ହୋଇଥାଏ। ଜିଲାରେ ପ୍ରାକୃତିକ ପରିବେଶ, ପେଣ୍ଠ, ବରୁଣାଇ, ଅଗରନାସୀ ଆଦି ବେଳାଭୂମି, ଐତିହାସିକ ଓ ସାଂସ୍କୃତିକ ବିଭବ ଭରପୂର ଅଛି। ଏହାର ସୁବିନିଯୋଗ ଆବଶ୍ୟକ। ରାଜନଗର ବ୍ଲକ ରିଘାଗଡ଼ର ବଳଦେବଜୀଉ ମନ୍ଦିର, ରାଜକନିକାର ଗୋକର୍ଣ୍ଣେଶ୍ୱର ମନ୍ଦିର, ସିକୋର ଅଷ୍ଟଶମ୍ଭୁ, ଡେରାବିଶର ଦଧବାମନ ଜୀଉ, ପଟ୍ଟାମୁଣ୍ଡାଇର ଛୁଆଳିଆ ଆଦି ରାଜ୍ୟ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ଅଛି। ଏହାବ୍ୟତୀତ ଜିଲାର ବିଭିନ୍ନ ସ୍ଥାନରେ ଥିବା ମତ୍ସେନ୍ଦ୍ରନାଥ, ଶୈଳନାଥ ସମାଧି, ଇଚ୍ଛନାଥ ସମାଧି ସହ ବୌଦ୍ଧଧର୍ମର ପ୍ରତୀକ ଚକ୍ରପାଣି, ସ୍ଥିରଚକ୍ର ମଞ୍ଜୁଶ୍ରୀ, ଅବଲୋକିତେଶ୍ୱର, ତାରା ଆଦି ମୂର୍ତ୍ତିର ରକ୍ଷଣାବେକ୍ଷଣ ନାହିଁ। ଏହା ବ୍ୟତୀତ ପୁରୁଣା ବସ୍‌ଷ୍ଟାଣ୍ଡରେ ଥିବା ଡାଇମଣ୍ଡ ଜୁବୁଲି ପାଠାଗାର, ସୂର୍ଯ୍ୟଘଡ଼ି, ନୋଳସାହି ରାଜନଅର, ଆଳି ନଅର, ଜମ୍ବୁଦ୍ୱୀପ ନଅର ଆଦି ଏହି ଜିଲାରେ ଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଅବହେଳାର ଶିକାର ହୋଇଛି। ବବକରପୁରରେ ଥିବା ପୁରୁଣା ବଳଦେବଜୀଉ ମନ୍ଦିରର ଗରୁଡ ମୂର୍ତ୍ତି ପରି ଐତିହ୍ୟ ସାମଗ୍ରୀ ରଖିବା ପାଇଁ କୌଣସି ମ୍ୟୁଜିୟମ ନ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜଙ୍କୁ ପଚାରିବାରେ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଉନ୍ନତୀକରଣ ହେଉଛି। ସ୍ବଦେଶୀ ଦର୍ଶନରେ ଏହି ଜିଲାକୁ ସାମିଲ ପାଇଁ ପ୍ରୟାସ ହୋଇଛି। ଏହାବ୍ୟତୀତ ପ୍ରଚାର ପ୍ରସାର ପାଇଁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri