ଉପେକ୍ଷିତ ହୀରକ ତ୍ରିଭୁଜ: ଭିତ୍ତିଭୂମି ବିକାଶ ବହୁ ପଛରେ

ଯାଜପୁର ଅଫିସ,୩୦।୮: ବୌଦ୍ଧ କୀର୍ତ୍ତିରାଜିର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ତଥା ହୀରକ ତ୍ରିଭୁଜ ବଳୟ ରତ୍ନଗିରି-ଉଦୟଗିରି-ଲଳିତଗିରିର ଭିତ୍ତିଭୂମି ବିକାଶ ବହୁ ପଛରେ ରହିଯାଇଛି। ପ୍ରାୟ ପ୍ରତିବର୍ଷ ରକ୍ଷଣାବେକ୍ଷଣ ନଁାରେ ଆସୁଥିବା ଅର୍ଥର ବିନିଯୋଗ ଠିକ ଭାବେ ହେଉ ନ ଥିବାରୁ ବିଶ୍ୱପ୍ରସିଦ୍ଧ ଏହି ବୌଦ୍ଧବିହାର ତା’ର ଅସ୍ତିତ୍ୱ ହରାଇବାକୁ ବସିଛି। ଏଭଳି ସ୍ଥିତିରେ ଏହି ତିନି ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା ୬.୪ କିମି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଚାରଭାଟିଆ ଆର ଆଣ୍ଡ ବି(ପୂର୍ତ୍ତ) ଡିଭିଜନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏହି ରାସ୍ତା ଅବଧିର ପାଖାପାଖି ୨ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଠିକା ସଂସ୍ଥା ଗୌରବ କନଷ୍ଟ୍ରକ୍ସନର ଦେଖା ମିଳୁ ନାହିଁ। ଏହ ମର୍ମରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସମ୍ପୃକ୍ତ ଠିକାସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୭ ଦିନ ମଧ୍ୟରେ ଉତ୍ତର ନ ରଖିଲେ ଚୁକ୍ତି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
୧୯୮୬ ଜାନୁୟାରୀ ୧ରୁ ଉଦୟଗିରି ବୌଦ୍ଧପୀଠରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ଦ୍ୱାରା ଉତ୍‌ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୮୭ ମାର୍ଚ୍ଚରେ ଖନନ ସମୟରେ ଏକ ବିଶାଳ ଧ୍ୟାନୀ ମହାସ୍ତୂପ ଓ ସ୍ତୂପର ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ଉତ୍ତର କୋଣରେ ବୁଦ୍ଧ ମହାବିହାର ମଧ୍ୟ ଆବିଷ୍କୃତ ହୋଇଥିଲା। ୪୫ ଫୁଟ ଲମ୍ବ ଏବଂ ଓସାର ବିଶିଷ୍ଟ ଏହି ମାଧବପୁର ବୌଦ୍ଧ ମହାବିହାର ଅଷ୍ଟମ-ନବମ ଶତାବ୍ଦୀର ଏକ ବିରଳ କୀର୍ତ୍ତିରାଜି ବୋଲି ସେତେବେଳେ ଜଣାପଡ଼ିଥିଲା। ସେହିଭଳି ୧୯୯୮ରେ ଦ୍ୱିତୀୟ ପର୍ଯ୍ୟାୟ ଉତ୍‌ଖନନ ସମୟରେ ସିଂହପ୍ରସ୍ଥ ମହାବିହାର ଓ ବିରଳ ଚୈତ୍ୟଗୃହ ମଣ୍ଡଳ ଆବିଷ୍କୃତ ହୋଇଥିଲା। ତେବେ ସେଠାରୁ ଆଉ ଖନନ ହୋଇନାହଁି। ବିଗତ କିଛିବର୍ଷ ତଳେ ଉଦୟଗିରି ବୌଦ୍ଧ ମହାବିହାରରୁ ୩ ଥର ବିରଳ ମୂର୍ତ୍ତି ଚୋରି ହୋଇଛି। ହେଲେ ତାହା ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇ ପାରିନାହିଁ। ଆବିଷ୍କୃତ ମନୋରମ ସିଂହପ୍ରସ୍ଥ ବୌଦ୍ଧବିହାର ଏବେ ଭଗ୍ନସ୍ତୂପରେ ପରିଣତ ହେଲାଣି। ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବ ଓ ଖୋଲା ଆକାଶ ତଳେ ସଂରକ୍ଷଣ ଅଭାବରୁ ସିଂହପ୍ରସ୍ଥ ବୌଦ୍ଧବିହାରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏଭଳି ପ୍ରସିଦ୍ଧ ବୌଦ୍ଧପୀଠକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଉଦ୍ୟମ ସହ ଏଠାକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରାଇବା ଲାଗି ଏଠାରେ ଦୁଇବର୍ଷ ହେବ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଆୟୋଜନ କରାଯାଉଛି। ସେ ବାବଦରେ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ବୌଦ୍ଧ ସମ୍ମିଳନୀ ସମୟରେ ଦେଶବିଦେଶରୁ ଆସିଥିବା ଅନେକ ଗବେଷକ ଓ ପର୍ଯ୍ୟଟକ ଏହି ବୌଦ୍ଧପୀଠକୁ ବିଶ୍ୱରେ ଏକ ବିରଳତମ ପୀଠ ବୋଲି ଅଭିହିତ କରିବା ସହ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ସେହିପରି ୧୯୦୩ରେ ଯାଜପୁରର ତତ୍କାଳୀନ ଏସ୍‌ଡିଓ ମନମୋହନ ଚକ୍ରବର୍ତ୍ତୀ ରତ୍ନଗିରି ପୀଠକୁ ସର୍ବେକ୍ଷଣ କରି ଏକ ସନ୍ଦର୍ଭ ଲେଖିଥିଲେ। ପରେ ଏଏସ୍‌ଆଇ ଦ୍ୱାରା ସର୍ବେକ୍ଷଣ କରାଯାଇ ୧୯୫୮ରେ ଏହାର ଉତ୍‌ଖନନ କରାଯାଇଥିଲା। ଉତ୍‌ଖନନ ସମୟରେ ବିଶାଳ ଓ ପରିବ୍ୟାପ୍ତ ବୌଦ୍ଧ କୀର୍ତ୍ତିରାଜିର ସନ୍ଧାନ ମିଳିଥିଲା। ରତ୍ନଗିରି ଉତ୍‌ଖନନରୁ ବିପୁଳ ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ସମେତ ବିଭିନ୍ନ ମୁଦ୍ରାରେ ଆସୀନ ମନୋଜ୍ଞ ବୌଦ୍ଧ ବିଗ୍ରହ ବୋଧିସତ୍ତ୍ବ, ତାରା, ହାରିତୀ, ବସୁଧାରା, ପ୍ରଜ୍ଞାପାରମିତା, ମଞ୍ଜୁଶ୍ରୀ, ମହାକାଳ, ହେରୁକ, ପଦ୍ମପାଣି ବୁଦ୍ଧ ଓ ଅପରାଜିତାଙ୍କ ଶହଶହ ପ୍ରତିମା ଆବିଷ୍କୃତ ହୋଇଛି। ରତ୍ନଗିରିଠାରେ ଥିବା ମନୋରମ ସଂଗ୍ରହାଳୟରେ ଶତାଧିକ ବୌଦ୍ଧ ଭାସ୍କର୍ଯ୍ୟ, ପୁରାତନ ଅସ୍ତ୍ରଶସ୍ତ୍ର ଆଦି ସ୍ଥାନ ପାଇଛି। ରତ୍ନଗିରି ଏବଂ ତା’ର ସନ୍ନିକଟ ଲଳିତଗିରିରୁ ପ୍ରସ୍ଫୁଟିତ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଭଗ୍ନାବଶେଷକୁ କଳାସ୍ଥଳୀ ହୀରକ ତ୍ରିକୋଣ ନାମରେ ଅଭିହିତ କରାଯାଏ। ପର୍ଯ୍ୟଟନ ଋତୁରେ ଏହି ବୌଦ୍ଧପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଭ୍ରମଣରେ ଆସିଥାନ୍ତି। ହେଲେ ଉନ୍ନତମାନର ରାସ୍ତା ନ ଥିବାରୁ ଏହି ପର୍ଯ୍ୟଟନସ୍ଥଳୀର ଗୁରୁତ୍ୱ ହ୍ରାସ ହେଉଛି। ପୂର୍ତ୍ତ ବିଭାଗ ପକ୍ଷରୁ ୨୦୧୮-୧୯ ବର୍ଷରେ ଏହି ରାସ୍ତାର ସମ୍ପ୍ରସାରଣ ପାଇଁ ଷ୍ଟେଟ ପ୍ଲାନରୁ ୯ କୋଟି ୪୩ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ରାସ୍ତା କାର୍ଯ୍ୟକୁ ୫ା୯ା୨୦୧୯ ସୁଦ୍ଧା ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଠିକାସଂସ୍ଥା ଇତିମଧ୍ୟରେ ୩୧ା୩ା୨୦୨୧ ଓ ୩୦ା୬ା୨୦୨୧ ସୁଦ୍ଧା ଶେଷ କରିବାକୁ ଦିନ ଗଡାଇ ଚାଲିଛି। ତାହା ମଧ୍ୟ ସଫଳ ହୋଇ ପାରିନାହିଁ। ମୋଟ ଆବଣ୍ଟିତ ଅନୁଦାନର ମାତ୍ର ୬୦% ଅନୁସାରେ ୫ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପାରିଛି। ହେଲେ ଯେତେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ତାହାର ମାନ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri