Categories: କୋରାପୁଟ

ଜୟପୁରରେ ଅର୍ଦ୍ଧନମିତ ହେଲା ଜାତୀୟ ପତାକା

ଜୟପୁର, ୭ା୨ (ନି.ପ୍ର.) ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ପରେ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଥିବା ୧୧୦ ଫୁଟ ଉଚ୍ଚତାର ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। ୨ ଦିନ ଧରି ଜାତୀୟ ପତାକା ଅର୍ଦ୍ଧନମିତ ରହିବ ା ରାଷ୍ଟ୍ରୀୟ ଶୋକ ଘୋଷଣା ପରେ ମୁଖ୍ୟ ଟ୍ରାଫିକ ଛକଠାରେ ଉପଜିଲାପାଳ ବେଦବର ପ୍ରଧାନ, ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଏନ୍‌ସିସିର ଚରଣ ସିଂ ରୟ ପ୍ରମୁଖ ପହଞ୍ଚତ୍ ପତାକାକୁ ଅର୍ଦ୍ଧନମିତ କରିଥିଲେ।