ଏଟିଏଫ୍‌ ଉପରୁ ୧% ଭାଟ୍‌ କମିଲା

ଓଡ଼ିଶାରେ ଅବସ୍ଥାପିତ ଯେକୌଣସି ବିମାନବନ୍ଦର, ହଲିପୋର୍ଟ, ହେଲିପ୍ୟାଡ୍‌, ଓ୍ବାଟର ଏରୋଡ୍ରମ୍‌ରେ ବିମାନ, ହେଲିକପ୍ଟର, ସାମୁଦ୍ରିକ ବିମାନଗୁଡ଼ିକ ପାଇଁ ରାଜ୍ୟ ସରକାର ଅଟୋମେଟିକ୍‌ ଟ୍ରାନ୍ସମିଶନ ଫ୍ଲୁଇଡ୍‌ (ଏଟିଏଫ୍‌) ତୈଳ ବିକ୍ରୟ ଉପରେ ଭାଟକୁ ୧% ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ୨୦୨୭ ଅଗଷ୍ଟ ୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଝାରସୁଗୁଡ଼ା, ରାଉରକେଲା, ଜୟପୁର ଏବଂ ଉତକେଲା ବିମାନବନ୍ଦର ବର୍ତ୍ତମାନ ରିଜିଓନାଲ କନେକ୍ଟିଭିଟି ସ୍କିମ୍‌ (ଆରସିଏସ୍‌) ବିମାନବନ୍ଦର ଭାବେ ମାନ୍ୟତା ପାଇଛି। ଏହି ସ୍ଥାନରେ ଅବସ୍ଥାପିତ ତୈଳ କମ୍ପାନୀଗୁଡ଼ିକ ଏଟିଏଫ୍‌ ବିକ୍ରୟ ଉପରେ ଥିବା ଭାଟ୍‌କୁ ୧% ହ୍ରାସ କରିଛନ୍ତି। ଏହି ସମସ୍ତ ବିମାନବନ୍ଦରକୁ ମୁଖ୍ୟତଃ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସହ ସଂଯୋଗ କରାଯାଇଛି କିମ୍ବା ସଂଯୋଗ କରାଯିବା ନିମନ୍ତେ ଯୋଜନା ରହିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ଅଣ ଆରସିଏସ୍‌ ବିମାନବନ୍ଦର ହୋଇଥିବାରୁ ଏଠାରେ ଏଟିଏଫ୍‌ ବିକ୍ରି ଉପରେ ଥିବା ଭାଟ୍‌କୁ ୧% ହ୍ରାସ କରାଯାଇପାରିନାହିଁ। ଉପରୋକ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହେବା ପରେ ଭୁବନେଶ୍ୱର ବିମାନବନ୍ଦର ଆରସିଏସ୍‌ ଏୟାରଲାଇନ୍ସ ଅପରେଟରମାନଙ୍କ ମୁଖ୍ୟ କାର୍ଯ୍ୟସ୍ଥଳୀରେ ପରିଣତ ହେବ। ଏହା ରାଜ୍ୟରେ ଆଞ୍ଚଳିକ ବିମାନ ସଂଯୋଗକୁ ବୃଦ୍ଧି କରିବା ସହ ରୋଜଗାର ସୃଷ୍ଟ ଏବଂ ବିମାନ ଯାତ୍ରା ମୂଲ୍ୟ ହ୍ରାସ କରିବାରେ ସହାୟକ ହେବ।
ଅନ୍ୟପକ୍ଷରେ ରାଜ୍ୟ ସରକାର ସମ୍ବଲପୁର ଜିଲାର ସମ୍ବଲପୁର ତହସିଲ ଅନ୍ତର୍ଗତ ପାଣ୍ଡିରିପାଲି ମୌଜାରେ ଭିଜନ୍‌ ଇଣ୍ଡିଆ ଫାଉଣ୍ଡେଶନ (ମାର୍ଫତ୍‌ ତ୍ରିଲୋଚନ ନେତ୍ରାଳୟ)କୁ ଏକ ଚକ୍ଷୁ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ୫ ଏକର ସରକାରୀ ଜମି ମାଗଣାରେ ଯୋଗାଇ ଦେଇଛନ୍ତି। ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ସେହିପରି ଶ୍ରୀ ଭିଲେ ପାର୍ଲେ କେଲାବାଣୀ ମଣ୍ଡଳ(ଏସ୍‌ଭିକେଏମ୍‌) ନାମକ ଏକ ବେସରକାରୀ ବିଶ୍ୱବିଦ୍ୟାଳୟକୁ ରାଜ୍ୟ ସରକାର ୪୦ ଏକର ଜମି ଲିଜ୍‌ ସୂତ୍ରରେ ଯୋଗାଇ ଦେବେ। ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏହି ବିଶ୍ୱବିଦ୍ୟାଳୟରେ ଅବହେଳିତ ସମ୍ପ୍ରଦାୟର ମେଧାବୀ ଛାତ୍ରୀଛାତ୍ରଙ୍କ ନାମ ଲେଖାଇବା ପାଇଁ ୩୦% ସ୍ଥାନ ସଂରକ୍ଷଣ ରହିବ।
ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଲ୍‌-୨୦୨୨ ସଂଶୋଧନକୁ ମୋହର
ଡ୍ରିମସ ବିଶ୍ୱଦ୍ୟାଳୟ ଓଡ଼ିଶା ବିଲ-୨୦୨୨ର ଧାରା ୧୬, ୩୮ ଓ ୫୨କୁ ସଂଶୋଧନ କରାଯାଇଛି। ଆଇନ ଓ ଅର୍ଥ ବିଭାଗ ସହମତି ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି। ଏହି ସଂଶୋଧନ ଫଳରେ ବିଶ୍ୱବିଦ୍ୟାଳୟ ଅଧିକାରୀ, ଶିକ୍ଷକ ଏବଂ ଅଣ ଶିକ୍ଷକଙ୍କୁ ହଟାଇବା ପାଇଁ କୁଳପତିଙ୍କୁ କ୍ଷମତା, ବୋର୍ଡ ଅଫ୍‌ ଗଭର୍ଣ୍ଣର ନିଷ୍ପତ୍ତି ବିରୋଧରେ ଆବେଦନ ଏବଂ ବୋର୍ଡ ଅଫ ଗଭର୍ନରକୁ ବରଖାସ୍ତ କରାଯାଇପାରିବ।
ଓଡ଼ିଶା ଖାଦ୍ୟ ପ୍ରକି୍ରିୟାକରଣ ନୀତି-୨୦୧୩ ସଂଶୋଧନକୁ ମଞ୍ଜୁରୀ
ରାଜ୍ୟ ସରକାର ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୩କୁ ସଂଶୋଧନ କରିଛନ୍ତି। ଏହି ନୀତିି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ଆର୍ଥିକ ସହାୟତା ଯୋଗାଇ ଦେଇଥାଏ। ଉଦ୍ୟୋଗଗୁଡ଼ିକ ଆବେଦନପତ୍ର ଦାଖଲ କରିବାରେ ବିଳମ୍ବ ଯୋଗୁ ଉାଦ୍ୟୋଗୀମାନେ ପ୍ରୋତ୍ସାହନ ରାଶି ପାଇପାରି ନ ଥାଆନ୍ତି। କୋଭିଡ-୧୯ ମହାମାରୀ ଯୋଗୁ କେତେକ ଉଦ୍ୟୋଗ ଠିକ୍‌ ସମୟରେ ସେମାନଙ୍କ ଆବେଦନପତ୍ର ଦାଖଲ କରି ନ ପାରିବାରୁ ତାହା ପ୍ରତ୍ୟାଖାନ ହୋଇଯାଇଥିଲା। ଏହି ସଂଶୋଧନ ଫଳରେ ପୂର୍ବରୁ ଆବେଦନ ପାଇଁ ଥିବା ୬ ମାସ ଅବଧିକୁ ୨ ବର୍ଷକୁ ବୃଦ୍ଧି କରାଯିବ। ଯେଉଁ ଉଦ୍ୟୋଗଗୁଡ଼ିକ ଉତ୍ପାଦନ ଆରମ୍ଭ କରିଛନ୍ତି, ମାତ୍ର ପ୍ରୋତ୍ସାହନ ରାଶି ପାଇଁ ଆବେଦନପତ୍ର ଦାଖଲ କରିବାରେ ବିଫଳ ହୋଇଛନ୍ତି ସେମାନଙ୍କ ପାଇଁ ଆବେଦନ ଦାଖଲ ୨୦୨୩ ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି।
ଡିଆଇପି: ୫ ବର୍ଷ ସକାଶେ ୧୪୦୦ କୋଟିର ବ୍ୟୟବରାଦ
ଡ୍ରେନେଜ ଉନ୍ନତି କାର୍ଯ୍ୟକ୍ରମ(ଡିଆଇପି)ର ସଂଶୋଧିତ ମୂଲ୍ୟ ଆକଳନ ୮୦୦ କୋଟି ଟଙ୍କାକୁ ରାଜ୍ୟ ପାଣ୍ଠିରୁ ଅନୁମୋଦନ ଦିଆଯାଇଛି। ୯ ଜିଲାର ୧୭ଟି ଅବାବହିକା ଓ ୩ଟି ଅଣ ଅବବାହିକା ଅଞ୍ଚଳରେ ଚାଷ ଜମିକୁ ଜଳବନ୍ଦୀ ମୁକ୍ତ କରିବା ସହିତ ଜଳ ନିଷ୍କାସନ ପ୍ରକିିୟାକୁ ତ୍ୱରାନ୍ବିତ କରିବା ପାଇଁ ଡିଆଇପି ଯୋଜନା ଆରମ୍ଭ କରାଯାଇଥିଲା। ୨୦୧୯-୨୦ରୁ ୨୦୨୨-୨୩ ପର୍ଯ୍ୟନ୍ତ ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଏଥିସହିତ ସହରାଞ୍ଚଳରୁ ପ୍ରାକୃତିକ ଡ୍ରେନ୍‌ଗୁଡ଼ିକରୁ ଜଳ ନିଷ୍କାସନ କରିବା ପାଇଁ ମଧ୍ୟ ସରକାର ଯୋଜନା କରିଛନ୍ତି। ଆଗାମୀ ୫ ବର୍ଷ ପାଇଁ ଡିଆଇପି ଯୋଜନାରେ ୧୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଜଳସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri