ମମିତାଙ୍କ ପରିବାରକୁ ଭେଟିଲା ଜାତୀୟ କଂଗ୍ରେସ ଟିମ୍‌

ବଲାଙ୍ଗୀର ଅଫିସ,୨୮ା୧୦: ମମିତା ମେହେରଙ୍କ ପରିବାରବର୍ଗଙ୍କୁ ଗୁରୁବାର ଜାତୀୟ କଂଗ୍ରେସର ଉଚ୍ଚସ୍ତରୀୟ ଟିମ୍‌ ବଲାଙ୍ଗୀର ଜିଲାର ଝରଣୀ ଗାଁକୁ ଯାଇ ଭେଟିଛନ୍ତି । ଏହି ଟିମ୍‌ରେ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରଣଦୀପ ସିଂ ସୂର୍ଯ୍ୟବାଲା, ଓଡ଼ିଶା ପ୍ରଭାରୀ ଏ. ଚେଲାକୁମାର, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ସାଂସଦ ଶରତ ପଟ୍ଟନାୟକ,ଙ୍କ ସହ ବହୁନେତା, କର୍ମୀ ମମିତାଙ୍କ ପରିବାରଙ୍କୁ ଭେଟିଲେ ସମବେଦନା ଜଣାଇଥିଲେ। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି କଥା ଉଠିଛି। ଏଣୁ ମନ୍ତ୍ରୀଙ୍କ ବହିଷ୍କାର ନ କରିବା ପର୍ଯ୍ୟନ୍ତ ତଦନ୍ତ ନିରପେକ୍ଷ ହେବ ନାହିଁ ବୋଲି କହିଥିଲେ। ଏହି ଘଟଣାରେ ପୋଲିସ ସବୁ ପ୍ରମାଣ ନଷ୍ଟ କରୁଥିବା ଅଭିଯୋଗ ଉଠାଇଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କୁ ଫାଶୀ ଦେବା, ପୀଡ଼ିତ ପରିବାରକୁ ୧ କୋଟି କ୍ଷତିପୂରଣ, ପୀଡିତାଙ୍କ ଭାଇଙ୍କୁ ସରକାରୀ ଚାକିରି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଥିଲେ।